ETV Bharat / bharat

ଫ୍ରାନ୍ସ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର - ଫ୍ରାନ୍ସ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର

ଫ୍ରାନ୍ସର ପ୍ରତିପକ୍ଷ ଜାନ-ୟେଭସ୍ ଲେ ଡ୍ରିଆନଙ୍କ ସହ କଥା ହେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଭାରତ-ପ୍ରଶାନ୍ତ ମହାସାଗରରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସହଯୋଗ ବୃଦ୍ଧି ମୁଖ୍ୟ ପ୍ରସଙ୍ଗ । ଅଧିକ ପଢନ୍ତୁ

ଫ୍ରାନ୍ସ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର

author img

By

Published : Jan 9, 2022, 9:36 PM IST

Updated : Jan 9, 2022, 9:43 PM IST

ନୂଆଦିଲ୍ଲୀ: ଫ୍ରାନ୍ସର ପ୍ରତିପକ୍ଷ ଜାନ-ୟେଭସ୍ ଲେ ଡ୍ରିଆନଙ୍କ ସହ କଥା ହେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ ବାର୍ତ୍ତାଳାପରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଗୁରୁତ୍ବ ଦିଆଯାଇଛି । ଆଜି ହୋଇଥିବା କଥାବାର୍ତ୍ତା ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ କରି ସୂଚନା ଦେଇଛନ୍ତି ।

  • Delighted to speak to French Foreign Minister @JY_LeDrian today.

    We recognized that our achievements of 2021 are a strong foundation for 2022. The presidency of EU that France occupies adds an important dimension to our strategic relationship.

    — Dr. S. Jaishankar (@DrSJaishankar) January 9, 2022 " class="align-text-top noRightClick twitterSection" data=" ">

ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ ତାର ଗତିବିଧି ବଢାଇବାରେ ଲାଗିଥିବାବେଳେ ଭାରତ ଓ ଫ୍ରାନ୍ସ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ତେବେ ଏପରି ସ୍ଥଳେ ପରସ୍ପର ସହ ସହଯୋଗ ବୃଦ୍ଧି କରିବାରେ ଲାଗିଛନ୍ତି ଦୁଇ ଦେଶ । ଗତ ମାସରେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀ ଭାରତ ଗସ୍ତ ସମୟରେ କହିଥିଲେ ଯେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ଅଧିକ ଆକ୍ରମଣାତ୍ମକ ହୋଇପଡୁଛି ।

ସେହିପରି ଚୀନର ଗତିବିଧି ନାଭିଗେସନ୍ ସ୍ୱାଧୀନତା ତଥା ଆନ୍ତର୍ଜାତୀୟ ନିୟମ ଭଙ୍ଗ ହେବା ପରି ସମସ୍ୟା ମଧ୍ୟ ସୃଷ୍ଟି କରିବାରେ ଲାଗିଲାଣି । ତେଣୁ ଏହାର ପ୍ରତିହତ ପାଇଁ ଭାରତ ଓ ଫ୍ରାନ୍ସ ପାରସ୍ପରିକ ସହଯୋଗ ଓ ସମ୍ପର୍କ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ ।

ପ୍ରତିରକ୍ଷା ଏବଂ ନିରାପତ୍ତା, ଆଣବିକ ସହଯୋଗ ଏବଂ ବାଣିଜ୍ୟ ଏବଂ ବିନିଯୋଗ କ୍ଷେତ୍ରରେ ଇଣ୍ଡୋ-ଫ୍ରେଞ୍ଚ ରଣନୀତିକ ଭାଗିଦାରୀ ଦିଗରେ ଦୁଇ ଦେଶ ଆଗକୁ ବଢୁଥିବା ସେ ପ୍ରକାଶ କରିଥିଲେ । ସେହିପରି ଭାରତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା, ଜଳବାୟୁ ପରିବର୍ତ୍ତନ, ସ୍ଥାୟୀ ଅଭିବୃଦ୍ଧି ଏବଂ ବିକାଶରେ ମଧ୍ୟ ଦୁଇ ଦେଶ ମଧ୍ୟ ନିରନ୍ତର ପ୍ରୟାସ ଜାରି ରଖିଥିବା ମଧ୍ୟ ସେ କହିଥିଲେ ।

ତେବେ ଗତ କିଛି ମାସ ମଧ୍ୟରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଆମେରିକା, ଋଷ, ଶ୍ରୀଲଙ୍କା, ବାଂଲାଦେଶ, ନେପାଳ, ସିଙ୍ଗାପୁର, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ନାଇଜେରିଆର ପ୍ରତିପକ୍ଷଙ୍କ ସହ କଥା ହୋଇଥିଲେ । ସେହିପରି ମିଶର, ଇସ୍ରାଏଲ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ମାଲଦ୍ୱୀପ, ଭୁଟାନ ଏବଂ ଇରାନର ବୈଦେଶିକ ମନ୍ତ୍ରୀମାନଙ୍କ ସହ ମଧ୍ୟ କଥା ହୋଇଛନ୍ତି ଜୟଶଙ୍କର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 9, 2022, 9:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.