ETV Bharat / bharat

ଫ୍ୟାସନ ଶୋ' ସମୟରେ ଖସିଲା ଲାଇଟିଂ ସେଟ୍, ମଡେଲ ମୃତ

ନୋଏଡା ଫିଲ୍ମ ସିଟି ସେକ୍ଟର 16ରେ ଫ୍ୟାସନ ଶୋ' ସମୟରେ ଖସିପଡିଛି ଲାଇଟିଂ ସେଟ୍ । ଫଳରେ ଜଣେ ମଡେଲଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

author img

By

Published : Jun 12, 2023, 7:04 AM IST

ଫ୍ୟାସନ ଶୋ' ସମୟରେ ଖସିଲା ଲାଇଟିଂ ସେଟ୍
ଫ୍ୟାସନ ଶୋ' ସମୟରେ ଖସିଲା ଲାଇଟିଂ ସେଟ୍

ନୂଆଦିଲ୍ଲୀ: ଫ୍ୟାସନ ଶୋ' ସମୟରେ ବଡ ଧରଣର ଅଘଟଣ । ଫ୍ୟାସନ ଶୋ' ଚାଲିଥିବାବେଳେ ମଡେଲଙ୍କ ଉପରକୁ ଲାଇଟିଂ ସେଟ୍ ଖସିପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ମଡେଲ ଜଣକ ହେଉଛନ୍ତି ବଂଶୀକା ଚୋପ୍ରା । ଏହାସହ ଆହତ ହୋଇଥିବା ଅନ୍ୟ 2 ଜଣଙ୍କ ଚିକିତ୍ସା ଜାରି ରହିଥିବାବେଳେ ଜଣେ ଗୁରୁତର ଥିବା ଜଣାପଡିଛି । ଏହାସହ ଫ୍ୟାସନ ଶୋ'ର ଆୟୋଜକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ ନୋଏଡା ଫିଲ୍ମ ସିଟି ସେକ୍ଟର 16ରେ ଚାଲିଥିଲା ଫ୍ୟାଶନ ଶୋ'। ଷ୍ଟେଜ ଉପରେ ମଡେଲଙ୍କ ଫ୍ୟାସନ ୱାକ୍ ସମୟରେ ଷ୍ଟେଜରେ ଲାଗିଥିବା ଲାଇଟିଂ ସେଟ୍ ଖସି ପଡିଥିଲା । ଫଳରେ ମଡେଲଙ୍କ ସମେତ 2 ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ସେକ୍ଟର 27ରେ ଥିବା କୈଳାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଜଣେ ମଡେଲଙ୍କ ମୃତ୍ୟୁ ହୋଇଛି । ତାଙ୍କ ବୟସ 24 ବର୍ଷ ହୋଇଥିବା ଜଣାପଡିଛି । ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କର ଚିକିତ୍ସା ଜାରି ରହିଛି ।

ଖବର ପାଇ ପୋଲିସ ସେଠାରେ ପହଞ୍ଚି ଛାନଭିନ କରିଛି । ଶୋ'ର ଆୟୋଜକଙ୍କ ସମେତ ସମସ୍ତ କର୍ମକର୍ତ୍ତାଙ୍କୁ ପଚରାଉଚରା କରିଛି ପୋଲିସ । ସୂଚନା ଅନୁସାରେ ଖସି ପଡିଥିବା ସେଟଟି ଲୁହାରେ ନିର୍ମିତ ହୋଇଥିବାରୁ 3 ଜଣ ଗଭୀର ଭାବେ ଆଘାତ ପାଇଥିଲେ । ଘଟଣା ଘଟିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ମଡେଲ ଏବଂ ଅତିଥିମାନେ ଭୟରେ ହୋହଲ୍ଲା କରିବାକୁ ଲାଗିଥିଲେ । ସମସ୍ତଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା । ଚିକିତ୍ସା ପାଇଁ ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ହେଲେ ସେଠାରେ ମଡେଲ ବଂଶୀକାଙ୍କର ମୃତ୍ୟୁ ହୋଇଯାଇଛି ।

ତେବେ ଏନେଇ ବଂଶୀକାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ପୋଲିସ କହିଛି । ଏହାସହ ଆୟୋଜକଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି । କିଭଳି ଓ କେଉଁ ପରିସ୍ଥିତିରେ ଏତେ ବଡ଼ ଦୁର୍ଘଟଣା ଘଟିଗଲା, ଏବଂ ଅଘଟଣ ପାଇଁ ଦାୟୀ କିଏ ? ସେନେଇ ପୋଲିସ ଛାନଭିନ ଜାରି ରଖିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅପରପକ୍ଷେ ଚିକିତ୍ସିତ ହେଉଥିବା ଅନ୍ୟ 2ଜଣଙ୍କ ପରିବାରଲୋକଙ୍କୁ ମଧ୍ୟ ଅବଗତ କରାଯାଇଥିବା ଜଣାପଡିଛି । ସେପଟେ ଏଭଳି ଅଘଟଣ ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି । ଏହାସହ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.