ETV Bharat / bharat

Durga Puja 2023: ଦକ୍ଷିଣ ପୂର୍ବ ରେଲୱେ ହେଡକ୍ବାର୍ଟରରେ ଦୁର୍ଗା ପୂଜା, ଶାନ୍ତି ଓ ମୈତ୍ରୀର ଦେଲେ ବାର୍ତ୍ତା - ଦୁର୍ଗା ପୂଜା ୨୦୨୩

କୋଲକାତା ସ୍ଥିତ ହେଡକ୍ବାର୍ଟରରେ ଦୁର୍ଗା ପୂଜା ପାଳିଲା ଦକ୍ଷିଣ ପୂର୍ବ ରେଲୱେ । ଶାନ୍ତି ଓ ମୈତ୍ରୀର ଦେଲା ବାର୍ତ୍ତା । ଅଧିକ ପଢନ୍ତୁ

Durga Puja 2023
Durga Puja 2023
author img

By ETV Bharat Odisha Team

Published : Oct 19, 2023, 10:17 PM IST

ଦକ୍ଷିଣ ପୂର୍ବ ରେଲୱେ ହେଡକ୍ବାର୍ଟରରେ ଦୁର୍ଗା ପୂଜା, ଶାନ୍ତି ଓ ମୈତ୍ରୀର ଦେଲେ ବାର୍ତ୍ତା

କୋଲକାତା: ଧରାବତରଣ କରିଛନ୍ତି ଶକ୍ତି ସ୍ବରୂପିଣୀ, ଦୁର୍ଗତି ନାଶିନୀ, ଜଗତ ଜନନୀ ମା' ଦୁର୍ଗା । ମା'ଙ୍କ ଆଗମନରେ ଚାରିଆଡେ ଉତ୍ସବମୁଖର ପରିବେଶ । ଶାରଦୀୟ ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧିଲାଭ କରିଥିବା ପଶ୍ଚିମବଙ୍ଗରେ ମା'ଙ୍କ ପୂଜା ଆରମ୍ଭ ହୋଇଛି । ତେବେ କୋଲକାତାରେ ଥିବା ଦକ୍ଷିଣ-ପୂର୍ବ ରେଲୱେର ହେଡକ୍ବାର୍ଟରରେ ଏହି ପୂଜା ବେଶ ଧୁମଧାମରେ ପାଳିତ ହୋଇଛି । ଚଳିତ ବର୍ଷ ଏହି ରେଳବାଇ 'ଶାନ୍ତି ଓ ମୈତ୍ରୀ'ର ଥିମ ରଖିଥିବା ବେଳେ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଲାଗି ମା'ଙ୍କ ନିକଟରେ ପ୍ରାର୍ଥନା କରାଯାଇଥିବା କହିଛନ୍ତି ରେଳବାଇର ଜେନେରାଲ ମ୍ୟାନେଜର ଅନିଲ କୁମାର ମିଶ୍ରା ।

ଆଜି ହେଡକ୍ବାର୍ଟରରେ ଶାରଦୀୟ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଛି । ଏ ନେଇ ପ୍ରତିକ୍ରିୟା ରଖି ଜେନେରାଲ ମ୍ୟାନେଜର ଅନିଲ କୁମାର ମିଶ୍ରା କହିଛନ୍ତି, "ଚଳିତ ବର୍ଷର ଆମର ଥିମ (ବିଷୟବସ୍ତୁ) ରଖାଯାଇଛି ଶାନ୍ତି ଓ ମୈତ୍ରୀ । ଫଳରେ ବିଶ୍ବ ସୁସ୍ଥ ଓ ଶାନ୍ତିପ୍ରିୟ ରହୁ । ସାରା ବିଶ୍ବରେ ଶାନ୍ତି ବଜାୟ ରଖିବା ଲକ୍ଷ୍ୟରେ ଚଳିତ ବର୍ଷର ଏହି ଥିମ ରଖାଯାଇଛି । ଆଜିଠୁ ଦୁର୍ଗତି ନାଶିନୀ ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।"

ଏହା ବି ପଢନ୍ତୁ- ଆସୁଛନ୍ତି ଦୁର୍ଗତି ନାଶିନୀ ମା‘ ଦୁର୍ଗା, ଆରମ୍ଭ ହୋଇଯାଇଛି ବିଭିନ୍ନ ମଣ୍ତପମାନଙ୍କରେ ପ୍ରତିଯୋଗିତା

ସେପଟେ ପଶ୍ଚିମବଙ୍ଗରେ ବିଭିନ୍ନ ଆକର୍ଷଣୀୟ ପୂଜା ମଣ୍ଡପ ଦେଖିବାକୁ ମିଳିଛି । ଯାହାକି ଶ୍ରଦ୍ଧାଳୁଙ୍କ ବେଶ ଆକୃଷ୍ଟ କରିଛି । ଆଜି ଷଷ୍ଠୀ ହୋଇଥିବା ବେଳେ ସପ୍ତମୀ ଠାରୁ ବେଶ ଧୁମଧାମରେ ପୂଜାର୍ଚ୍ଚନା ଆରମ୍ଭ ହେବ । ରୀତିନୀତି ଅନୁଯାୟୀ ସମସ୍ତ ମଣ୍ଡପ ଗୁଡ଼ିକରେ ମା'ଙ୍କ ପୂଜାର୍ଚ୍ଚନା ହେଉଛି । ଅନେକ ପୂଜା ମଣ୍ଡପରେ ଧୀରେ ଧୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମିବାରେ ଲାଗିଛି ।

ଏହା ବି ପଢନ୍ତୁ- Durga Puja Special: ବୁଢୀ ଠାକୁରାଣୀଙ୍କ ପୂଜା ଆରମ୍ଭ କରିଥିଲେ ଡେରା ସମ୍ପ୍ରଦାୟ, ସ୍ବପ୍ନାଦେଶ ପାଇ ଗଢି ଉଠିଥିଲା ସିଦ୍ଧଭୈରବୀ ପୀଠ

ଅନ୍ୟପଟେ ପାର୍ବଣ ସମୟରେ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ କିଛି ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ସନ୍ତରାଗଛି-ପୁରୁଲିଆ-ସନ୍ତରାଗଛି ସ୍ବତନ୍ତ୍ର ଟ୍ରେନ ଅକ୍ଟୋବର ୨୦ ତାରିଖଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ । ଏହା 08027 ସନ୍ତରାଗଛି ଟ୍ରେନଟି ରାତି ୧ଟାରେ ଛାଡ଼ିବାକୁ ଥିବା ବେଳେ ପୁରୁଲିଆରେ ସକାଳ ସାଢେ ୭ଟାରେ ପହଞ୍ଚିବ । ସେହିପରି 08028 ପୁରିଲିଆ-ସନ୍ତରାଗଛି ସ୍ବତନ୍ତ୍ର ଟ୍ରେନଟି ପୁରୁଲିଆକୁ ୧୦.୪୦ରେ ଛାଡି ସନ୍ତରାଗଛିରେ ୦୪.୨୫ରେ ପହଞ୍ଚିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.