ETV Bharat / bharat

ବିମାନ ପରେ ଟ୍ରେନ: ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରି ନିଶାସକ୍ତ TTE ଗିରଫ

ନିଶାସକ୍ତ ଅବସ୍ଥାରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରି ଟିଟିଇ ଗିରଫ । ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଘଟିଛି ଘଟଣା । ଅଧିକ ପଢନ୍ତୁ

ବିମାନ ପରେ ଟ୍ରେନ: ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କଲେ ନିଶାସକ୍ତ TTE

author img

By

Published : Mar 14, 2023, 4:17 PM IST

ଲକ୍ଷ୍ନୌ: ବିମାନ ପରେ ଏବେ ଟ୍ରେନରେ ମଧ୍ୟ ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ଦେଖିବାକୁ ମିଳିଛି । କେହି ଯାତ୍ରୀ ନୁହନ୍ତି ବରଂ ଚଳନ୍ତା ଟ୍ରେନରେ ଜଣେ ଟିକେଟ ନିରୀକ୍ଷକ (TTE) ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବାର ଅଭିଯୋଗ ହୋଇଛି । ଲକ୍ଷ୍ନୌରେ ଗତକାଲି ରାତିରେ ଅକଲ ତକ୍ତ ଏକ୍ସପ୍ରେସ (Akal Takht Express) ରେ ଏହି ଘଟଣା ଘଟିଛି । ଟିଟିଇଜଣଙ୍କ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଏପରି ଅଭାବନୀୟ ଘଟଣା ଘଟାଇଥିବା ଜଣାପଡିଛି । ରେଳବାଇ ଥାନାରେ ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ଟିଟିଇଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ କୋଲକାତାରୁ ଅମୃତସର ଯାଉଥିବା ଅକଲ ତକ୍ତ ଏକ୍ସପ୍ରେସର ଏ-1 କୋଚରେ ଏହି ମହିଳା ଯାତ୍ରୀଜଣଙ୍କ ପରିବାର ସଦସ୍ୟଙ୍କ ସହ ଯାତ୍ରା କରୁଥିଲେ । ମଧ୍ୟରାତ୍ରିରେ ସେ ଶୋଇଥିବା ବେଳେ କେହି ଜଣେ ବ୍ୟକ୍ତି ତାଙ୍କ ମୁଣ୍ଡ ଉପରେ ପରିସ୍ରା କରିଦେଇଥିଲେ । ସେ ଏହା ଦେଖି ପାଟି କରିବା ପରେ ଲୋକେ ଉକ୍ତ ବ୍ୟକ୍ତିଙ୍କୁ କାବୁ କରିଥିଲେ । ବ୍ୟକ୍ତିଜଣଙ୍କ ରେଳବାଇରେ କାର୍ଯ୍ୟରତ ଜଣେ ଟିଟିଇ ଓ ମଦ୍ୟପାନ କରି ନିଶାସକ୍ତ ଥିବା ଜଣାପଡିଥିଲା । ଅନ୍ୟ ଯାତ୍ରୀମାନେ ସମ୍ପୃକ୍ତ ଟିଟିଇଙ୍କୁ କାବୁ କରି ରେଳବାଇ ପୋଲିସ ଓ ଆରପିଏଫକୁ ସୂଚନା ଦେଇଥିଲେ । ପୋଲିସ ଟିମ ପହଞ୍ଚି ସମ୍ପୃକ୍ତ ଟିଟିଇକୁ କବଜାକୁ ନେଇଥିଲା ।

ଉକ୍ତ ବଗିରେ ଯାତ୍ରା କରୁଥିବା ପ୍ରତ୍ୟେକ୍ଷଦର୍ଶୀ ଯାତ୍ରୀଙ୍କ ଅନୁସାରେ ଟିଟିଇଜଣଙ୍କ ନିଶାସକ୍ତ ଅବସ୍ଥାରେ ଥିଲେ । ତାଙ୍କୁ ରେଳବାଇ ପୋଲିସ କୋର୍ଟ ଚାଲାଣ କରିଛି । ଜଣେ ରେଳବାଇ କର୍ମଚାରୀ ନିଶା ସେବନ କରି ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ରେଳବାଇର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ପୂର୍ବରୁ ମଝି ଆକାଶରେ ଉଡନ୍ତା ବିମାନରେ ପରିସ୍ରା କରିବା ଘଟଣା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ । ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।

ଏହି ଘଟଣା ପରେ ଉଡାଣ କ୍ଷେତ୍ରରେ ଯାତ୍ରୀ ସୁରକ୍ଷା ନିଶ୍ଚିତ କରିବା ପାଇଁ ସମସ୍ତ ଏୟାର-ଲାଇନ୍ସକୁ ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଥିଲା । ଏହା ପରେ ମଧ୍ୟ ବିମାନରେ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରି କିଛି ଯାତ୍ରୀ କାର୍ଯ୍ୟାନୁଷ୍ଠାନ ପରିସରକୁ ଆସିଥିଲେ । ବିମାନ ପରେ ଏବେ ଚଳନ୍ତା ଟ୍ରେନରେ ମଧ୍ୟ ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.