ETV Bharat / bharat

ବିମାନରେ କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କଲେ ନିଶାସକ୍ତ ଯାତ୍ରୀ

author img

By ETV Bharat Odisha Team

Published : Nov 20, 2023, 12:51 PM IST

ଜୟପୁରରୁ ବେଙ୍ଗାଲୁରୁକୁ ଉଡାଣ କରିଥିବା ବିମାନରେ ନିଶାସକ୍ତ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ । କ୍ରୁ' ସଦସ୍ୟଙ୍କୁ ଦୁର୍ବ୍ୟବହାର କରିବାକୁ ପୋଲିସକୁ କରାଗଲା ହସ୍ତାନ୍ତର । ଅଧିକ ପଢ]ନ୍ତୁ

Drunk passenger misbehaves with crew
Drunk passenger misbehaves with crew

ବେଙ୍ଗାଲୁରୁ: ଉଡ଼ନ୍ତା ବିମାନରେ ନିଶାସକ୍ତ ଯାତ୍ରୀଙ୍କ ଉନ୍ମତ କାଣ୍ଡ । ମଦ୍ୟପାନ କରି କ୍ରୁ ମେମ୍ବରଙ୍କୁ ଦୁର୍ବ୍ୟବହାର କଲେ ଯାତ୍ରୀ । ଜୟପୁରରୁ ବେଙ୍ଗାଲୁରୁକୁ ଉଡାଣ କରୁଥିବା ଇଣ୍ଡିଗୋ ବିମାନରେ ଯାତ୍ରୀ ଜଣଙ୍କ ଏପରି କରିବା ପରେ ପୋଲିସ ତାଙ୍କୁ ହେପାଜତକୁ ନେଇଛି । ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଅବତରଣ କରିବା ପରେ ଯାତ୍ରୀଙ୍କୁ ପୋଲିସ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ଏନେଇ ଇଣ୍ଡିଗୋ ଏୟାରଲାଇନ୍ସ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଇଣ୍ଡିଗୋ ଏୟାର ଲାଇନ୍ସ ଏକ ବିବୃତ୍ତିରେ କହିଛି ଯେ, "ଜୟପୁରରୁ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିଥିବା 6E 556 ବିମାନରେ ଜଣେ ଯାତ୍ରୀ ମଦ୍ୟପାନ କରି ଯାତ୍ରା କରୁଥିଲେ। ସେ ନିଶାସକ୍ତ ଅବସ୍ଥାରେ ବିମାନରେ ଥିବା କ୍ରୁ' ମେମ୍ବରଙ୍କୁ ଅସଦାଚରଣ କରିଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ସେ ପୋଲିସ ହେପାଜତରେ ଅଛନ୍ତି । ଯାତ୍ରୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ-ବିମାନରେ କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କଲେ ଯାତ୍ରୀ, ବାତିଲ ହେଲା ଯାତ୍ରା

ଗତ ସେପ୍ଟେମ୍ବର ମାସରେ ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ କ୍ରୁ' ମେମ୍ବରଙ୍କୁ ଦୁର୍ବ୍ୟବହାର କରିଥିବା ଖବର ସାମ୍ନାକୁ ଆସିଥିଲା । ଏହାପରେ ଉଡ଼ାଣ ପୂର୍ବରୁ ଯାତ୍ରୀ ଜଣଙ୍କୁ ବିମାନରୁ ବାହାର କରି ଦେଇଥିଲେ ଅଧିକାରୀ । ବେଙ୍ଗାଲୁରୁ ବିମାନ ବନ୍ଦରରେ ଏପରି ଘଟଣା ଘଟିଥିଲା । ବେଙ୍ଗାଲୁରୁରୁ ଗୋଆ ଅଭିମୁଖେ ଉଡାଣ କରିବାକୁ ଥିବା ବିମାନରେ ଯାତ୍ରୀ ଜଣଙ୍କ କ୍ରୁ' ମେମ୍ବରକୁ ଦୁର୍ବ୍ୟବହାର କରିଥିଲେ । ଏନେଇ ଯାତ୍ରୀଙ୍କ ବିରୋଧରେ ବେଙ୍ଗାଲୁରୁ ବିମାନବନ୍ଦର ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା ।

ଅଗଷ୍ଟ ମାସରେ ମାଲଦ୍ବୀପରୁ ବେଙ୍ଗାଲୁରୁ ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଗୋ ବିମାନରେ 2 ମହିଳା କ୍ରୁ' ସଦସ୍ୟଙ୍କୁ ଜଣେ ବିଦେଶୀ ନାଗରିକ ଦୁର୍ବ୍ୟବହାର କରିଥିଲେ । ବେଙ୍ଗାଲୁରୁରେ ବିମାନ ଅବତରଣ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ବିଦେଶୀ ଯାତ୍ରୀ ଜଣଙ୍କ ମହିଳା କ୍ରୁ' ସଦସ୍ୟଙ୍କୁ ବିଦେଶୀ ମଦ ଏବଂ କାଜୁ ଆଣିବା ପାଇଁ ଅର୍ଡର ଦେଇଥିଲେ । ଏୟାର୍ ହୋଷ୍ଟେସ ଜଣକ ତାଙ୍କୁ ମଦ ଏବଂ କାଜୁ ଯୋଗାଇ ଦେଇଥିଲେ । ଏହି ସମୟରେ ବ୍ୟକ୍ତି ଜଣକ ଏୟାର୍ ହୋଷ୍ଟେସଙ୍କୁ ଦୁର୍ବ୍ୟବହାର କରିଥିଲେ । ଏୟାର୍ ହୋଷ୍ଟେସ୍‌ଙ୍କୁ ଆପତ୍ତିଜନକ ଇଙ୍ଗିତ କରିବା ସହ ଟଙ୍କା ଯାଚିଥିଲେ । ଏହା ପରେ ଅନ୍ୟ ଜଣଙ୍କୁ ଏ ମଧ୍ୟ ଖରାପ ବ୍ୟବହାର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.