ETV Bharat / bharat

ମଦ ପିଇଥିବାରୁ ଜର୍ମାନୀରେ ମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିବା ଅଭିଯୋଗ, ଇସ୍ତଫା ଦାବି କଲେ ବିରୋଧୀ

author img

By

Published : Sep 19, 2022, 5:40 PM IST

ଜର୍ମାନରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନଙ୍କୁ ମଦ୍ୟପାନ କାରଣରୁ ବିମାନରୁ ଓହ୍ଲାଇ ଦିଆଯାଇଥିବା ଅଭିଯୋଗ କଲେ ବିରୋଧୀ (Drunk Bhagwant Mann Deplaned in Germany) । ଘଟଣାର ତଦନ୍ତ ସହ ଇସ୍ତଫା ଦାବି କଲେ ବିରୋଧୀ । ଆମ ଆଦମୀ ପାର୍ଟି କହିଲା ଭିତ୍ତିହୀନ ଓ ଅମୂଳକ ଅଭିଯୋଗ । ଅଧିକ ପଢନ୍ତୁ

ମଦ ପିଇଥିବାରୁ ବିମାନରୁ ମାନଙ୍କୁ ଓହ୍ଲାଇ ଦିଆଯାଇଥିବା ଅଭିଯୋଗ, ଇସ୍ତଫା ଦାବି କଲେ ବିରୋଧୀ

ଚଣ୍ଡିଗଡ: ଜର୍ମାନୀ ଗସ୍ତରେ ଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବାନ୍ତ ମାନ ମଦ୍ୟପାନ କରିଥିବା କାରଣରୁ ଫ୍ରାଙ୍କଫର୍ଟରେ (Frankfurt) ବିମାନ ବନ୍ଦରରେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥବା ଅଭିଯୋଗ କରିଛନ୍ତି ବିରୋଧୀ (Drunk Bhagwant Mann Deplaned in germany)। ଏପରି ଅଭିଯୋଗ କରି ଟ୍ବିଟ କରିଛନ୍ତି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲ । ବାଦଲ ତାଙ୍କ ଅଭିଯୋଗରେ ଦାବି କରିଛନ୍ତି, ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନଙ୍କୁ ଜର୍ମାନର ଲୁଫଥାନ୍ସ ଏୟାରଲାଇନ୍ସର ଏକ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ପଞ୍ଜାବ ବିରୋଧୀ ଦଳ ନେତା ପ୍ରତାପ ବାଜଓ୍ବା (PARTAP BAJWA pratap bajwa on Bhagwant Mann) ମଧ୍ୟ ସାମାନ ଅଭିଯୋଗ ସହ ପ୍ରେସମିଟ କରିଛନ୍ତି । ପ୍ରତାପ କହିଛନ୍ତି, ବିମାନକୁ ବୋର୍ଡିଂ କରିବା ସମୟରେ ମାନ ମଦ୍ୟପାନ କରିଥିବା କାରଣରୁ ସ୍ବାଭାବିକ ଅବସ୍ଥାରେ ନଥିଲେ । ସେ ନିଶାସକ୍ତ ଥିବା ଜଣାପଡିବା ପରେ ତାଙ୍କୁ ବିମାନରେ ଯାତ୍ରା କରିବା ପାଇଁ ବାରଣ କରାଯିବା ସହ ଓହ୍ଲାଇ ଦିଆଯାଇଥିଲା । ମାନଙ୍କ ଏପରି କାରନାମା ସାରା ବିଶ୍ବରେ ପଞ୍ଜାବବାସୀଙ୍କୁ ଲଜ୍ଜିତ କରିଛି । ତେଣୁ ମାନ ମୁଖ୍ୟମନ୍ତ୍ରୀ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ସୁଖବୀର ସିଂ ବାଦଲ ଆହୁରି ମଧ୍ୟ ଟ୍ବିଟରେ ଲେଖିଛନ୍ତି, ଆଶ୍ଚର୍ଯ୍ୟଜନକ କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଏପରି କାର୍ଯ୍ୟକଳାପ ସମ୍ପର୍କରେ ପଞ୍ଜାବ ସରକାର ନୀରବ ରହିଛନ୍ତି । ଏହି ପ୍ରସଙ୍ଗରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସ୍ପଷ୍ଟୀକରଣ ଦେବା ଉଚିତ୍ । ପଞ୍ଜାବୀ ଏବଂ ଦେଶର ମର୍ଯ୍ୟାଦା ହାନୀ ହୋଇଥିବା କାରଣରୁ ଭାରତ ସରକାର ମଧ୍ୟ ମାନଙ୍କ ବିରୋଧରେ ପଦକ୍ଷେପ ନେବା ଉଚିତ୍ । ଯଦି ତାଙ୍କୁ ବିମାନରୁ ବାହାର କରାଯାଇଥିଲା, ତେବେ ଭାରତ ସରକାର ଜର୍ମାନ ପ୍ରତିପକ୍ଷଙ୍କ ସହ ଏହି ପ୍ରସଙ୍ଗ ଉଠାଇବା ଉଚିତ୍ । ଅନ୍ୟପକ୍ଷେ ବ୍ରିକମ ସିଂ ମନଜିତିଆ ମଧ୍ୟ ଏହି ପ୍ରସଙ୍ଗରେ ଭଗବନ୍ତ ମାନଙ୍କୁ କଡା ସମାଲୋଚନା କରିଛନ୍ତି ।

  • Disturbing media reports quoting co-passengers say Pb CM @BhagwantMann was deplaned from Lufthansa flight as he was too drunk to walk. And it led to a 4-hour flight delay. He missed AAP's national convention. These reports have embarrassed & shamed Punjabis all over the globe.1/2 pic.twitter.com/QxFN44IFAE

    — Sukhbir Singh Badal (@officeofssbadal) September 19, 2022 " class="align-text-top noRightClick twitterSection" data=" ">

AAP ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ କହିଛି:-

ଅନ୍ୟପଟେ ଏପରି ଅଭିଯୋଗକୁ ନେଇ ପଞ୍ଜାବ ରାଜନୀତି ଉଷ୍ମ ହେବାରେ ଲାଗିଥିବା ବେଳେ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ଆମ ଆଦମୀ ପାର୍ଟି । ଦଳୀୟ ମୁଖପାତ୍ର ମାଲବିନ୍ଦର ସିଂ କାଙ୍ଗ ଏହି ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଅନୁଯାୟୀ ଜର୍ମାନୀରେ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରି ଆସିଛନ୍ତି । ବିରୋଧୀ କରିଥିବା ଏହି ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମାନ ଗତକାଲି (18 ତାରିଖ) ରେ ଜର୍ମାନୀରୁ ଦିଲ୍ଲୀ ଅଭମୁଖେ ଉଡାଣ ଭରିଥିଲେ ଓ ଆଜି ସେ (19 ସେପ୍ଟେମ୍ବର) ଦିଲ୍ଲୀରେ ଅବତରଣ କରିଛନ୍ତି । ବିରୋଧୀ ଦଳଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ମିଥ୍ୟା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.