ETV Bharat / bharat

'ଶାହାରୁଖ ବିଜେପିରେ ମିଶିଲେ ଡ୍ରଗ୍ସ ବି ସୁଗାର ପାଉଡର ହୋଇଯିବ'

author img

By

Published : Oct 24, 2021, 12:19 PM IST

ଯଦି ଅଭିନେତା ଶାହାରୁଖ ଖାନ ବିଜେପିରେ ମିଶିବେ ତେବେ ଡ୍ରଗ୍ସ ବି ସୁଗାର ପାଉଡର ହୋଇଯିବ । ଆର୍ଯ୍ୟନଙ୍କ ସପକ୍ଷରେ ବିଜେପିକୁ ଟାର୍ଗେଟ କରି ଏଭଳି ମନ୍ତବ୍ୟ ଦେଲେ ଏନସିପି ନେତା ଛଗନ ଭୂଜବଳ । ଅଧିକ ପଢନ୍ତୁ...

'ଶାହାରୁଖ ବିଜେପିରେ ମିଶିଲେ ଡ୍ରଗ୍ସ ବି ସୁଗାର ପାଉଡର ହୋଇଯିବ'
'ଶାହାରୁଖ ବିଜେପିରେ ମିଶିଲେ ଡ୍ରଗ୍ସ ବି ସୁଗାର ପାଉଡର ହୋଇଯିବ'

ମୁମ୍ବାଇ: ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ବେଲ୍ ଆବେଦନ ଖାରଜ ପରେ ସେ ଆଉ କିଛି ଦିନ ଜେଲରେ ରହିବେ । ହେଲେ ଆର୍ଯ୍ୟନଙ୍କ ଜେଲ୍ ରହଣିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ମହାରାଷ୍ଟ୍ର ସରକାର । ସେଥିପାଇଁ ବାରମ୍ବାର ଉଦ୍ଧବ ସରକାରର ନେତାମନ୍ତ୍ରୀ ଆର୍ଯ୍ୟନଙ୍କ ସପକ୍ଷରେ ବାହାରି କେତେବେଳେ ଏନସିବି ତ ଆଉ କେତେବେଳେ ବିଜେପିକୁ ଟାର୍ଗେଟ କରୁଛନ୍ତି ।

'ଯଦି ଅଭିନେତା ଶାହାରୁଖ ଖାନ ବିଜେପିରେ ମିଶିବେ ତେବେ ଡ୍ରଗ୍ସ ବି ସୁଗାର ପାଉଡର ହୋଇଯିବ । ଏନସିବି ଅନ୍ୟ ମାଦକ ଦ୍ରବ୍ୟ ମାମଲାରେ ଯାଞ୍ଚ କରିବା ବଦଳରେ ଶାହାରୁଖ ଖାନ ପଛରେ ପଡିଛି' ବୋଲି ଆର୍ଯ୍ୟନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରି ବିଜେପିକୁ ଏଭଳି ସମାଲୋଚନା କରିଛନ୍ତି ମହାରାଷ୍ଟ୍ର ସରକାରର ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ଛଗନ ଭୂଜବଳ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ତାଙ୍କ ସରକାରର ମନ୍ତ୍ରୀ ନୱାବ ମଲିକ ମଧ୍ୟ କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବିର ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ । ଆଉ ଏବେ ଛଗନ ଭୂଜବଳ ମଧ୍ୟ ତାଙ୍କ ସହ ସାମିଲ ହୋଇଛନ୍ତି ।

ସେ କହିଛନ୍ତି, ଗୁଜୁରାଟ ମୁନ୍ଦ୍ରା ବନ୍ଦରରୁ ବ୍ୟାପକ ପରିମାଣର ଡ୍ରଗ୍ସ ଜବତ ହୋଇଛି । କିନ୍ତୁ ନୋର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏହାର ତଦନ୍ତ କରିବା ପରିବର୍ତ୍ତେ ଶାହାରୁଖ ଖାନଙ୍କ ପଛରେ ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.