ETV Bharat / bharat

ନୱାବ ମଲ୍ଲିକଙ୍କ ବଡ଼ ଅଭିଯୋଗ, ୩ ବିଜେପି ନେତାଙ୍କ ସମ୍ପର୍କୀୟଙ୍କୁ ମୁକ୍ତ କରିଥିଲା NCB - ନୱାବ ମଲ୍ଲିକ

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବଡ ଅଭିଯୋଗ ଆଣିଛି ଜାତୀୟ କଂଗ୍ରେସ । ଏହି ପାର୍ଟିରୁ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ ଜଣ ବିଜେପି ନେତାଙ୍କ ସମ୍ପର୍କୀୟଙ୍କୁ NCB ଛାଡି଼ ଦେଇଥିଲା ବୋଲି ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ...

କଂଗ୍ରେସର ବଡ଼ ଅଭିଯୋଗ, ୩ ବିଜେପି ନେତାଙ୍କ ସମ୍ପର୍କୀୟଙ୍କୁ ଛାଡ଼ି ଦେଇଥିଲା NCB

author img

By

Published : Oct 9, 2021, 5:48 PM IST

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା ନେଇଛି ଏକ ନୂଆ ମୋଡ଼ । ଏହି ପାର୍ଟରେ NCB ବିଜେପି ନେତାଙ୍କ ୩ ଜଣ ସମ୍ପର୍କୀୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି । ତେବେ ଏପରି ଅଭିଯୋଗ ଆଣିଛନ୍ତି ଜାତୀୟ କଂଗ୍ରେସର ମୁଖପାତ୍ର ତଥା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନୱାବ ମଲ୍ଲିକ । ମୋଟ ୧୧ ଜଣ ଧରାପଡ଼ିଥିବା ବେଳେ 8 ଜଣଙ୍କୁ ଗିରଫ କରିବା ପରେ ୩ଜଣଙ୍କୁ ଛାଡ଼ି ଦେଇଥିବା ସେ କହିଛନ୍ତି ।

କଂଗ୍ରେସର ବଡ଼ ଅଭିଯୋଗ, ୩ ବିଜେପି ନେତାଙ୍କ ସମ୍ପର୍କୀୟଙ୍କୁ ମୁକ୍ତ କରିଥିଲା NCB

ନୱାବଙ୍କ ଅଭିଯୋଗ ଅନୁସାରେ ଗତ ଅକ୍ଟୋବର ୨ ତାରିଖରେ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଥିଲା । ଏହାପରେ NCBର ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଫୋନରେ କଥା ହେବା ପରେ ୩ ଜଣଙ୍କୁ ମୁକ୍ତ କରିଥିଲେ । ତେବେ ସେ କ'ଣ ପାଇଁ ୩ ଅଭିଯୁକ୍ତଙ୍କୁ ଛାଡ଼ିଥିଲେ ତାହାର ଉତ୍ତର ଦେବା ଉଚିତ ବୋଲି ଦାବି କରିଛନ୍ତ ନୱାବ । NCB ନିର୍ଦ୍ଦେଶକ ଦିଲ୍ଲୀ ଓ ମହାରାଷ୍ଟ୍ରର କିଛି ବିଜେପି ନେତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ତାଙ୍କର କଲ ରେକର୍ଡ୍ସ ଯାଞ୍ଚ ହେବା ପାଇଁ ସେ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛନ୍ତି ।

ଏହି ପାର୍ଟିରେ ଥିବା ଋଷଭ ସଚଦେବା, ପ୍ରତୀକ ଗବା ଓ ଆମରି ଫର୍ଣ୍ଣିଚରୱାଲାଙ୍କୁ ମୁକ୍ତ କରାଯାଇଥିଲା । ଋଷଭ ହେଉଛନ୍ତି ବିଜେପି ଯୁବ ମୋର୍ଚ୍ଚାର ମୋହିତ କମ୍ବୋଜଙ୍କ ସମ୍ପର୍କୀୟ । ସେମାନଙ୍କୁ NCB ମାତ୍ର ୨ ଘଣ୍ଟା ମଧ୍ୟରେ ମୁକ୍ତ କରିଥିଲା । କୋର୍ଟରେ ଶୁଣାଣି ସମୟରେ ତାଙ୍କ ନାଁ ନିଆଯାଇଥିବା କହିଛନ୍ତି ନୱାବ ।

କ୍ରୁଜ ସିପ ଉପରେ ଚଢାଉ ସମୟରେ ସେଥିରେ ମୋଟ ୧୩୦୦ ହଜାର ଯାତ୍ରୀ ରହିଥିଲେ । ପ୍ରାୟ ୧୨ମ ଘଣ୍ଟା ଧରି ଚଢାଉ କରାଯାଇଥିଲା । ଏହାପରେ ମୋଟ ୧୧ ଜଣଙ୍କୁ NCB କାର୍ଯ୍ୟାଳୟକୁ ଅଣାଯାଇଥିବା ବେଳେ ସେଥିମଧ୍ୟରୁ ଏହି ୩ ଜଣଙ୍କୁ ମୁକ୍ତ କରାଯାଇଥିଲା । ତେବେ ଏମାନଙ୍କୁ କେଉଁ ପରିସ୍ଥିତିରେ ମୁକ୍ତ କରାଗଲା ସେ ସମ୍ପର୍କରେ ଏନସିବି ନିର୍ଦ୍ଦେଶକ ଉତ୍ତର ଦେବା ଉଚିତ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.