ETV Bharat / bharat

ମଦକଲା ଅନ୍ଧ, ଅଢେଇ ମାସର ଛୁଆକୁ ମାରିଲା ସଇତାନ ବାପା

ସଇତାନ ସାଜିଲା ବାପା । ମଦ ନିଶାରେ ଜନ୍ମକଲା ପୁଅକୁ ମାରିଦେଲା । ଉତ୍ତରପ୍ରଦେଶ ହଥରସ ଜିଲ୍ଲାର ସାସନୀ କୋତବାଲି ଅଞ୍ଚଳରେ ନିଶାଖୋର ବାପାର ଏଭଳି ନାରକୀୟ କାଣ୍ଡ ଘଟଣା ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ

drug addict father kills his child in hathras
ଅଢେଇ ମାସର ଛୁଆକୁ ମାରିଲା ସଇତାନ ବାପା
author img

By

Published : Jul 23, 2023, 10:46 PM IST

ଲକ୍ଷ୍ନୌ: ପିତା ସାଜିଲା ପିଶାଚ, ସାମାନ୍ୟ ବଚସାରୁ ଅଢେଇ ମାସ ଶିଶୁ ପ୍ରତି ନୃଶଂସ ପାଲଟିଗଲା ବାପା । ରାଗରେ ଜର୍ଜରିତ ହୋଇ ନିଜ ଜନ୍ମକଲା ପୁଅକୁ ମାରିଦେଲା । ଉତ୍ତରପ୍ରଦେଶ ହଥରସ ଜିଲ୍ଲାର ସାସନୀ କୋତବାଲି ଅଞ୍ଚଳରେ ନିଶାଖୋର ବାପାର ଏଭଳି ନାରକୀୟ କାଣ୍ଡ ଘଟଣା ସାମ୍ନାକୁ ଆସିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ହତ୍ୟାକାରୀ ବାପାକୁ ଗିରଫ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ବଲାଙ୍ଗୀରରେ ପୁଣି ଚାଞ୍ଚଲ୍ୟ: ଗାଁ ମଝିରେ ଯୁବକଙ୍କୁ ପିଟିପିଟି ହତ୍ୟା, ଅନେକ ଯୁବକଙ୍କ ସଂପୃକ୍ତି ସନ୍ଦେହ

ଏହା ମଧ୍ୟ ପଢ଼ନ୍ତୁ: Karnataka: ମଦ ପିଇବାକୁ ଟଙ୍କା ମାଗୁଥିଲା ଯୁବକ, ମାରି ପୋଡିଦେଲେ ବାପା-ଭାଇ !

ସୂଚନା ଅନୁଯାୟୀ, ଖେଡ଼ା ଫିରୋଜପୁର ଗ୍ରାମର ନିବାସୀ ଯୋଗେଶ ପ୍ରତିଦିନ ମଦ ପିଇ ଘରେ ଗଣ୍ଡଗୋଳ କରେ । ପତ୍ନୀ ସହ ଝଗଡ଼ା କରି ମାରପିଟ କରେ । ଘରଲୋକେ ପ୍ରତିବାଦ କଲେ ସେମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବା ସହ ମାଡ଼ ମାରେ । ସବୁଦିନ ପରି ଶନିବାର ମଧ୍ୟ ଯୋଗେଶ ମଦପାନ କରି ଘରକୁ ଫେରିଥିଲା । ଘରେ ପହଞ୍ଚିବା ମାତ୍ରେ ପରିବାର ସଦସ୍ୟଙ୍କୁ ଗାଳିଗୁଲଜ କରିବାକୁ ଲାଗିଥିଲା । କୌଣସି କାରଣକୁ ନେଇ ପତ୍ନୀ ସହ ଝଗଡ଼ା କରିବା କରିଥିଲା । ଏଥିରେ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ମାରପିଟ୍‌ ମଧ୍ୟ କରିଥିଲା । ପରିବାର ଲୋକେ ଯୋଗେଶକୁ ଅଟକାଇଥିଲେ । ପ୍ରତିବାଦ କରିବାରୁ ସମସ୍ତଙ୍କୁ ମାରିଲା ।

ଏହା ମଧ୍ୟ ପଢ଼ନ୍ତୁ: ଝାରସୁଗୁଡ଼ାରେ ପୁଣି ବିଭତ୍ସ ହତ୍ୟାକାଣ୍ଡ, ମାଂସ ଦୋକାନୀଙ୍କୁ ପିଟିପିଟି ହତ୍ୟା କଲେ ମହିଳା

ଏହା ମଧ୍ୟ ପଢ଼ନ୍ତୁ: ବିଷକନ୍ୟା ପାଲଟିଲା ପ୍ରେମିକା, ବୟଫ୍ରେଣ୍ଡକୁ ହତ୍ୟା ପାଇଁ ରଚିଲା ସର୍ପଦଂଶନର ଷଡ଼ଯନ୍ତ୍ର

ଜର୍ଜରିତ ହୋଇ ଖଟରେ ଶୋଇଥିବା ୪ ମାସର ଛୁଆକୁ ମଧ୍ୟ ଛାଡ଼ିଲା ନାହିଁ ପିଶାଚ ବାପା । ଶିଶୁଟିକୁ ଧରି କଚାଡ଼ି ଦେଇଥିଲା । ଶିଶୁର ମୁଣ୍ଡ ଖଟରେ ଯାଇ ବାଜିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତା'ର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଯୋଗେଶର ବାପା ଘନଶ୍ୟାମ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଗ୍ରାମବାସୀ ଅଭିଯୁକ୍ତର ହାତଗୋଡ଼ ବାନ୍ଧି ପୋଲିସର ଜିମା ଦେଇଥିଲେ । ଶିଶୁର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ପୋଲିସ । ଶିଶୁର ମୃତ୍ୟୁ ଖବର ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.