ହାଇଦ୍ରାବାଦ: କୋରୋନା ସଂକ୍ରମଣ ମଧ୍ୟରେ ସ୍ବାସ୍ଥ୍ୟାବସ୍ଥାକୁ ଗତି ଦେବାକୁ ଆରମ୍ଭ ହେବାକୁଯାଉଛି ନୂଆ ପରୀକ୍ଷଣ । ତେଲେଙ୍ଗାନାରେ ଡ୍ରୋନ ଯୋଗେଁ ହେବ ଟିକା ବିତରଣ । ଡ୍ରୋନ ମୁତୟନ ପାଇଁ ତେଲେଙ୍ଗାନାକୁ ଅନୁମତି ପ୍ରଦାନ କରିଛନ୍ତି ଉଭୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ।
ତେଲେଙ୍ଗାନା ସରକାରଙ୍କୁ ଡ୍ରୋନ ମୁତୟନ ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି । ଡ୍ରୋନ ବ୍ୟବହାର କରି ଭିଜୁଆଲ ଲାଇନ ଅଫ ସାଇଟ (VLOS) ରେଞ୍ଜ ମଧ୍ୟରେ କୋରୋନା ଟିକା ପରୀକ୍ଷାମୂଳକ ବିତରଣ କରାଯିବ ।
ଡ୍ରୋନ ମୁତୟନର ଅନୁମତି ଏକ ବର୍ଷ ପର୍ଯ୍ୟନ୍ତ ବୈଧ ଅଟେ । ଯଦି ସମ୍ପୃକ୍ତ ସଂସ୍ଥାଗୁଡ଼ିକ ପାଇଁ ବର୍ଣ୍ଣିତ ସମସ୍ତ ସର୍ତ୍ତ ଏବଂ ଗାଇଡଲାଇନ କଡାକଡି ଭାବରେ ପାଳନ କରାଯାଏ, ଏହି ଅନୁମତି କେବଳ ବୈଧ ହେବ ।
ଆଇଆଇଟି କାନପୁରର ସହଯୋଗରେ ଡ୍ରୋନ ବ୍ୟବହାର କରି କୋରୋନା ଟିକା ବିତରଣର ସମ୍ଭାବ୍ୟ ଅଧ୍ୟୟନ ପାଇଁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)କୁ ସମାନ ଅନୁମତି ଦିଆଯାଇଥିଲା । ଶୀଘ୍ର ଟିକା ବିତରଣ ଏବଂ ଉନ୍ନତ ସ୍ବାସ୍ଥ୍ୟସେବାର ହାସଲ କରିବା ଏହାର ମୂଳ ଲକ୍ଷ୍ୟ ।