ETV Bharat / bharat

ପଞ୍ଜାବ ଆକାଶରେ ପୁଣି ଉଡିଲା ପାକ ଡ୍ରୋନ, ଗୁଳି ମାଡ ପରେ ଫେରିଗଲା ପାକିସ୍ତାନ - କମଲପୁର ସେକ୍ଟରରେ ଉଡିଲା ପାକ ଡ୍ରୋନ

ଗୁରୁଦାସପୁରର କମଲପୁର ସେକ୍ଟରରେ ଉଡିଲା ପାକ ଡ୍ରୋନ । ଗୁଳି କରି ହଟାଇଲା ସୀମା ସୁରକ୍ଷାବଳ । ଅଧିକ ପଢନ୍ତୁ

Gurdaspur Punjab Drone sighted again
Gurdaspur Punjab Drone sighted again
author img

By

Published : Jan 2, 2023, 10:29 AM IST

ଚଣ୍ଡିଗଡ: ବର୍ଷ ଆରମ୍ଭରୁ ଭାରତ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ । ପଞ୍ଜାବର ଗୁରୁଦାସପୁରରେ ପାକିସ୍ତାନୀ ଡ୍ରୋନ ଉଡୁଥିବା ବେଳେ ଗୁଳି କରି ହଟାଇଲା ସୀମା ସୁରକ୍ଷାବଳ । ଗୁରୁଦାସପୁରର କମଲପୁର ସେକ୍ଟର(BSF personnel spotted a drone at Kamalpur post)ରେ ଡ୍ରୋନ ଉପରେ ଗୁଳି ଚଳାଇବା ପରେ ତାହା ପାକିସ୍ତାନ ପଟକୁ ଫେରିଯାଇଥିବା ସୂଚନା ମିଳିଛି ।

  • Punjab | BSF personnel spotted a drone at Kamalpur post, Gurdaspur at around 10.10 pm yesterday night. Personnel fired towards the drone after which the drone returned towards Pakistan.

    (Source: BSF) pic.twitter.com/SHoOOwgqvJ

    — ANI (@ANI) January 2, 2023 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁୟାୟୀ ଗତକାଲି(ରବିବାର) ରାତି ପ୍ରାୟ ୧୦ଟା ୧୦ ମିନିଟ ସମୟରେ କମଲପୁର ପୋଷ୍ଟରେ ଏକ ଡ୍ରୋନ ଉଡୁଥିବା ଦେଖିବାକୁ ପାଇଥିଲେ ବିଏସଏଫ ଯବାନ । ସଙ୍ଗେ ସଙ୍ଗେ ଡ୍ରୋନ ଉପରକୁ ଗୁଳି ଚଳାଇବା ପରେ ତାହା ପାକିସ୍ତାନ ପଟକୁ ଫେରିଯାଇଥିବା ଦେଖିବାକୁ ମିଳିଥିଲା । ଗତ ଦୁଇ ସପ୍ତାହ ଧରି ଲଗାତର ଗୁରୁଦାଲପୁରରେ ପାକିସ୍ତାନ ଡ୍ରୋନ ଉଡୁଥିବା ଖବର ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ-Demonetisation Row: ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍‌ ଥିଲା ନା ଭୁଲ, ଆଜି ଆସିବ ସୁପ୍ରିମ ରାୟ

ଭାରତ ସୀମାରେ ପାକିସ୍ତାନ ଡ୍ରୋନ ଠାବ ହେବା ପ୍ରଥମ ଘଟଣା ନୁହେଁ । ଲଗାତାର ପାକ ଏପରି କାର୍ଯ୍ୟ କରି ଆସୁଛି ପଡ଼ୋଶୀ ଦେଶ । ଗତ ଡିସେମ୍ବର ୨୬ ତାରିଖରେ ରାଜତଲ ଅଞ୍ଚଳରେ ଏକ ଡ୍ରୋନଟି ଉଡୁଥିବା ଦେଖିବାକୁ ପାଇଥିଲେ ସୀମା ସୁରକ୍ଷାବଳର ଯବାନ । ଏହାପରେ ଡ୍ରୋନଟିକୁ ଗୁଳି କରି ତଳକୁ ଖସାଇ ଦେଇଥିଲେ । ଏହା ପୂର୍ବରୁ ୨୧ ତାରିଖ ଦିନ ପଞ୍ଜାବ ଫିରୋଜପୁର ସେକ୍ଟର ଅନ୍ତର୍ଜାତୀୟ ସୀମାରେ ଏକ ପାକ୍ ଡ୍ରୋନ୍‌ ଠାବ ହୋଇଥିଲା । ସକାଳ ପ୍ରାୟ 8ଟାରେ ଡ୍ରୋନଟିକୁ ଠାବ କରାଯାଇଥିଲା । BSF ଯବାନ ଏହା ଉପରକୁ ଗୁଳି ଚଳାଇଥିଲେ । ଏହା ଡିସେମ୍ବର ୧୯ ତାରିଖରେ ପଞ୍ଜାବର ଗୁରୁଦାସପୁର ସେକ୍ଟରରେ ଦୁଇଟି ପାକିସ୍ତାନୀ ଡ୍ରୋନ୍‌ ଉଡୁଥିବା ଦେଖିବାକୁ ମିଳିଥିଲା । ଚନ୍ଦୁ ଓ୍ବାଡେଲା ଓ କୋସଓ୍ବାଲ ପୋଷ୍ଟରେ ଡ୍ରୋନଟି ଉଡୁଥିବା ବେଳେ ଗୁଳି କରି ହଟାଇଥିଲେ ସୀମା ସୁରକ୍ଷା ବଳ(BSF)। ଏହାପରେ ଗୁରୁଦାସପୁରର ଡେରା ବାବା ନାନକରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ପଞ୍ଜାବ ସୀମାରେ ସୀମା ସୁରକ୍ଷାବଳକୁ ସଫଳତା ମିଳିଛି । ୨ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କରିବା ସହ ଏକାଧିକ ଅପରେସନରେ ମୋଟ ୨୨ ଟି ସୀମାପାର ଡ୍ରୋନକୁ ମଧ୍ୟ ଜବତ କରିବାରେ ସଫଳତା ପାଇଛି ବିଏସଏଫ । ଏନେଇ ବିଏସଏଫ ଏକ ବିବୃତ୍ତି ଜାରି କରି ସୂଚନା ଦେଇଥିଲା । ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମାର ୫୩୩କି.ମି କେବଳ ପଞ୍ଜାବରେ ରହିଛି (Indo Pakistan International Border )। ଯାହାର ସୁରକ୍ଷା ସୀମା ସୁରକ୍ଷାବଳ ଦ୍ବାରା କରାଯାଉଛି । ସୀମାରେ ସୁରକ୍ଷାବଳର ଯବାନମାନେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସହ ପାଟ୍ରୋଲିଂ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.