ETV Bharat / bharat

ପୁଣି ଜମ୍ମୁରେ ଉଡିଲା ଡ୍ରୋନ

author img

By

Published : Jun 30, 2021, 11:43 AM IST

ଆଜି(ବୁଧବାର) କାଲୁଚକ ଏବଂ କୁଞ୍ଜୱାନିରେ ଡ୍ରୋନ କାର୍ଯ୍ୟକଳାପ ଦେଖିବାକୁ ମିଳିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଗତ ସପ୍ତାହ ଭିତରେ ଜମ୍ମୁକାଶ୍ମୀରରେ ଅତି କମରେ ପାଞ୍ଚଟି ଡ୍ରୋନ ଉଡୁଥିବାର ନଜରକୁ ଆସିଛି । ଅଧିକ ପଢନ୍ତୁ...

ଜାମ୍ମୁରେ ପୁଣି ଉଡିଲା ଡ୍ରୋନ
ଜାମ୍ମୁରେ ପୁଣି ଉଡିଲା ଡ୍ରୋନ

ଶ୍ରୀନଗର: ଜମ୍ମୁରେ ପୁଣି ଉଡିଲା ଡ୍ରୋନ । ଆଜି(ବୁଧବାର) କାଲୁଚକ ଏବଂ କୁଞ୍ଜୱାନିରେ ଡ୍ରୋନ କାର୍ଯ୍ୟକଳାପ ଦେଖିବାକୁ ମିଳିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଗତ ସପ୍ତାହ ଭିତରେ ଜାମ୍ମୁକାଶ୍ମୀରରେ ଅତି କମରେ ପାଞ୍ଚଟି ଡ୍ରୋନ ଉଡୁଥିବାର ନଜରକୁ ଆସିଛି ।

ରବିବାର କାଲଚୁକ-ରତୁଚୁକ ମିଲଟାରୀ ଷ୍ଟେସନ ନିକଟରେ ଆଉ ଦୁଇଟି ଡ୍ରୋନ ଠାବ ହୋଇଥିଲା । ଏହାକୁ ଗୁଳି କରି ଖସାଇ ଥିଲା ସେନା ବାହିନୀ । ପୁଣି ସୋମବାର ବିଳମ୍ବିତ ରାତିରେ କୁଞ୍ଜୱାନିରେ ପୁଣି ଏକ ଡ୍ରୋନ ଉଡୁଥିବା ଠାବ କରାଯାଇଥିଲା । ଏହା ସହିତ ମଙ୍ଗଳବାର ଭୋର ପ୍ରାୟ 4ଟା 19ରେ ଆଉ ଏକ ଡ୍ରୋନ ଠାବ ହୋଇଥିଲା ।

ଆଇଏଏଫ ଘାଟି ଉପରେ ଡ୍ରୋନ ଆକ୍ରମଣର ତଦନ୍ତ ଦାୟିତ୍ବ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ଦିଆଯାଇଛି । ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି । ଡ୍ରୋନ ଦ୍ବାରା ଫିଙ୍ଗା ଯାଇଥିବା ବିସ୍ଫୋରକରେ ଆରଡିଏକ୍ସ ବ୍ୟବହାର କରାଯାଇଥିବା କୁହାଯାଇଛି ।

ଜାତିସଂଘରେ ଭାରତ ଆକ୍ରମଣ ପ୍ରସଙ୍ଗ ଉଠିଛି । ଆତଙ୍କବାଦୀ କାର୍ଯ୍ୟକଳାପରେ ଡ୍ରୋନ ବ୍ୟବହାରକୁ ଗମ୍ଭୀରତାର ସହ ନିଆଯାଉ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସ୍ବତନ୍ତ୍ର ସଚିବ ଭି.ଏସ.କେ କଉମୁଦି ଜାତିସଂଘର ସାଧାରଣ ସଭାରେ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.