ETV Bharat / bharat

ଦିଲ୍ଲୀ ବିମାନ ବନ୍ଦରରୁ ୪୩୪ କୋଟି ଟଙ୍କାର ହେରୋଇନ ଜବତ

ଦିଲ୍ଲୀ ବିମାନ ବନ୍ଦରରୁ ବିପୁଳ ପରିମାଣର ହେରୋଇନ ଜବତ କରିିଛନ୍ତି ରେଭେନ୍ୟୁ ଇଣ୍ଟେଲିଜେନ୍ସ ଅଧିକାରୀ । ଜବତର ହେରୋଇନର ମୂଲ୍ୟ ପ୍ରାୟ ୪୩୪ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

author img

By

Published : May 12, 2022, 12:29 PM IST

ଦିଲ୍ଲୀ ବିମାନ ବନ୍ଦରରୁ ୪୩୪ କୋଟି ଟଙ୍କାର ହେରୋଇନ ଜବତ
ଦିଲ୍ଲୀ ବିମାନ ବନ୍ଦରରୁ ୪୩୪ କୋଟି ଟଙ୍କାର ହେରୋଇନ ଜବତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରେଭେନ୍ୟୁ ଇଣ୍ଟେଲିଜେନ୍ସ ଅଧିକାରୀଙ୍କୁ ବଡ଼ ସଫଳତା । ଦିଲ୍ଲୀରୁ ବିପୁଳ ପରିମାଣର ହେରୋଇନ ଚାଲାଣ ବେଳେ ଜବତ । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ(IGI) ୬୨ କିଲୋଗ୍ରାମ ଓଜନର ହେରୋଇନ ଜବତ କରିଛି ଡିଆରଆଇ । ଜବତ ହେରୋଇନର ମୂଲ୍ୟ ୪୩୪ କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

ଡିଆରଆଇକୁ ହେରୋଇନ ଚାଲାଣର ଏକ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏହାପରେ ମେ ୧୦ରେ ଏକ ଅପରେସନ ଆରମ୍ଭ ହୋଇଥିଲା । ଏହାର ନାଁ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ରଖାଯାଇଥିଲା । ଟିମର ଚଢଉ ସମୟରେ ସେଠାରୁ ୫୫ କେଜିର ହେରୋଇନ ଜବତ କରାଯାଇଥିଲା । ଜବତ ଡ୍ରଗ୍ସ ଗୁଡିକ ଉଗାଣ୍ଡାରୁ ଦୁବାଇ ରାସ୍ତାରେ ଦିଲ୍ଲୀ ଆଣାଯାଇଥିଲା ।

ଡିଆରଆଇର ଟିମ ଏୟାରକାର୍ଗୋରୁ ୫୫ କିଲୋ ହେରୋଇନ ଜବତ କରିବା ପରେ ଅଭିଯୁକ୍ତିକୁ ହେପାଜତକୁ ନେଇ ଜେରା ଆରମ୍ଭ କରିଛି । ଏହାପରେ ବ୍ୟକ୍ତିର ସୂଚନାକୁ ଆଧାର କରି ହରିୟାଣା ଏବଂ ଲୁଧିୟାନାରେ ଚଢାଉ କରାଯାଇଛି । ଏହି ଚଢଉରେ ୭ କିଲୋ ହେରୋଇନ ସହ ୫୦ ଲକ୍ଷ ଜବତ କରାଯାଇଛି । ବର୍ଷ ୨୦୨୧ରେ ମୋଟ ୩ହଜାର ୩୦୦ ଗ୍ରାମର ହେରୋଇନ ଜବତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.