ନୂଆଦୀଲ୍ଲୀ: ବିଜ୍ଞାନ ସର୍ବତ୍ର ପୂଜ୍ୟତେ କାର୍ଯ୍ୟକ୍ରମରେ ଯୋଗଦାନ କରିଛି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥା(DRDO) । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତ ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ଅଧିନୀରେ ବିଜ୍ଞାନ ସର୍ବତ୍ର ପୂଜ୍ୟତେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ତେବେ ପ୍ୟାନ ଇଣ୍ଡିଆର କାର୍ଯ୍ୟକ୍ରମ ଅଧିନରେ ହେଉଥିବା ବିଜ୍ଞାନ ସର୍ବତ୍ର ପୂଜ୍ୟତେ କାର୍ଯ୍ୟକ୍ରମରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ଭାବନା ବିଷୟରେ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ହେବ ।
-
Vigyan Sarvatra Pujyate is organised jointly by @IndiaDST @CSIR_IND @DBTIndia @moesgoi #DAE #DOS @ICMRDELHI @AICTE_INDIA @DRDO_India under the aegis of the office of the @PrinSciAdvOff to the Gov of India and the Ministry of Culture@PMOIndia @VigyanPrasar#VigyanSarvatraPujyate pic.twitter.com/2DWHvGMSYv
— DRDO (@DRDO_India) February 22, 2022 " class="align-text-top noRightClick twitterSection" data="
">Vigyan Sarvatra Pujyate is organised jointly by @IndiaDST @CSIR_IND @DBTIndia @moesgoi #DAE #DOS @ICMRDELHI @AICTE_INDIA @DRDO_India under the aegis of the office of the @PrinSciAdvOff to the Gov of India and the Ministry of Culture@PMOIndia @VigyanPrasar#VigyanSarvatraPujyate pic.twitter.com/2DWHvGMSYv
— DRDO (@DRDO_India) February 22, 2022Vigyan Sarvatra Pujyate is organised jointly by @IndiaDST @CSIR_IND @DBTIndia @moesgoi #DAE #DOS @ICMRDELHI @AICTE_INDIA @DRDO_India under the aegis of the office of the @PrinSciAdvOff to the Gov of India and the Ministry of Culture@PMOIndia @VigyanPrasar#VigyanSarvatraPujyate pic.twitter.com/2DWHvGMSYv
— DRDO (@DRDO_India) February 22, 2022
ତେବେ ଏହି କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଡିଆରଡିଓ ପକ୍ଷରୁ ‘Amrit Mahotsav Science Showcase: Roadmap to 2047’ ନାମକ ଏକ ଶୀର୍ଷକ ରଖାଯାଇଥିବା ବେଳେ ଏଥିରେ ଡିଆରଡିଓ ଦ୍ବାରା ବିଭିନ୍ନ ବିଜ୍ଞାନ ଓ ପ୍ରଜୁକ୍ତିବିଦ୍ୟା ପ୍ରଦର୍ଶନ କରାଯିବ । ଏଥିସହ ଦେଶର ୧୬ଟି ସହରରେ ଡିଆରଡିଓ ଦ୍ବାରା ଏହି ମେଗା ପ୍ରଦର୍ଶନୀ କରାଯିବ ।
ଅନ୍ୟପଟେ ଏହି ମେଗା ପ୍ରଦର୍ଶନୀ ହେବାକୁ ଥିବା ସହରଗୁଡିକ ହେଉଛି, ଆଗ୍ରା, ଆଲମୋରା, ବେଙ୍ଗାଲୁର, ଭୁବନେଶ୍ବର, ଚଣ୍ଡୀଗଡ, ଚେନ୍ନାଇ, ଡେରାଡୁନ, ଦୀଲ୍ଲୀ, ହାଇଦ୍ରାବାଦ, ଯୋଧପୁର, ଲେହ, ମୁମ୍ବାଇ, ମହୀଶୂର, ପୁନେ, ତେଜପୁର, ଏର୍ଣ୍ଣାକୁଲମ, ବିଜୟୱାଡା ଏବଂ ବିଶାଖାପାଟନମ୍ । ତେବେ ଏହାର ମୂଳ ଲକ୍ଷ୍ୟ ହେଉଛି ଡିଆରଡିଓ ଦ୍ବାରା କରାଯାଉଥିବା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ସହ ୨୦୪୭ ପର୍ଯ୍ୟନ୍ତ ରାସ୍ତାରେ ଧାରଣା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରୟାସ ପ୍ରଦର୍ଶନ କରିବା । ଏଥିସହ ଡିଆରଡିଓ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଅସ୍ତ୍ରସସ୍ତ୍ର ଓ ପ୍ରଜୁକ୍ତିବିଦ୍ୟା ପ୍ରଦର୍ଶିତ କରାଯିବ ।
ସେହିପରି ଏହି ପ୍ରଦର୍ଶନୀରେ ନାଗ୍, ମ୍ୟାନ ପୋର୍ଟାବଲ ଆଣ୍ଟି ଗାଇଡେଡ୍ ମିସାଇଲ( Man Portable Anti-Tank Guided Missile), ଆକାଶ, ବ୍ରହ୍ମୋସ୍, ଅସ୍ତ୍ର, ପ୍ରଳୟ, ମିଶନ ଶକ୍ତି, ଆର୍ମୋରଡ୍ ଇଂଜିନିୟର ରେକୋନ୍ନାଇସାନ୍ସେ ଭେହିକିଲ୍ (Armoured Engineer Reconnaissance Vehicle), ମରୀଚ (Mareech), 3D ସେଣ୍ଟ୍ରାଲ୍ ଅଧିଗ୍ରହଣ ରାଡାର୍( 3D Central Acquisition Radar),ବୈଦ୍ୟୁତିକ ଯୁଦ୍ଧ ବ୍ୟବସ୍ଥା( Electronic Warfare System), ବିଜ୍ ଲେୟାର ଟ୍ୟାଙ୍କ( Bridge Layer Tank) ଆଦି ପ୍ରଦର୍ଶିତ ହେବ । ଏଥିସହ ରେଟ୍ରୋ ମୋଟର୍, ବୁଷ୍ଟର୍ ମୋଟର, କମ୍ପୋଜିଟ୍ ରକେଟ୍ ମୋଟର କେସିଙ୍ଗ୍, ଡ୍ରପ୍ ଟ୍ୟାଙ୍କ, ବ୍ରେକ୍ ଡିସ୍କ ଟେକ୍ନୋଲୋଜି ପ୍ରଦର୍ଶନ କରାଯିବ ।
ଅନ୍ୟପଟେ ଏହି ସପ୍ତାହରେ ଦେଶର ବିଭିନ୍ନ କେନ୍ଦ୍ରରେ ବଶିଷ୍ଟ ବୈଜ୍ଞାନିକ ନିଜର ମତ ରଖିବେ । ସେହିପରି ୧୧ଟି ଭାରତୀୟ ଭାଷରେ ଦେଶର ୩୩ଟି କେନ୍ଦ୍ରରେ ଡିଆରଡିଓ ବୈଜ୍ଞାନିକଙ୍କ ଦ୍ବାରା ବିଭିନ୍ନ ଶୀର୍ଷକ ଉପରେ ନିଜର ମତାମତ ରଖିବେ ।
@PIB