ETV Bharat / bharat

VL SRSAM ମିସାଇଲର ସଫଳ ଫ୍ଲାଇଟ ଟେଷ୍ଟ କଲା ନୈସେନା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 23, 2022, 5:26 PM IST

VL SRSAM ମିସାଇଲର ସଫଳ ଫ୍ଲାଇଟ ଟେଷ୍ଟ କଲା ଭାରତୀୟ ନୈସେନା । ଓଡିଶା ଉପକୂଳରୁ ନୌସେନା ଜାହାଜରୁ ହେଲା ସଫଳ ପରୀକ୍ଷଣ । ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ କରିଛି DRDO । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

VL SRSAM ମିସାଇଲର ସଫଳ ଫ୍ଲାଇଟ ଟେଷ୍ଟ କଲା ନୈସେନା

ନୂଆଦିଲ୍ଲୀ: ଓଡିଶା ଉପକୂଳରୁ ସଫଳତାର ସହ VL-SRSAM ମିସାଇଲର ଫ୍ଲାଇଟ ଟେଷ୍ଟ କଲା ଭାରତୀୟ ନୌସେନା । ଆଜି ଏହି ପରୀକ୍ଷଣକୁ ଭାରତୀୟ ନୌସେନା ଓ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ପକ୍ଷରୁ ମିଳିତ ଭାବେ ହୋଇଛି । ଓଡିଶା ଉପକୂଳର ବାଲେଶ୍ବରର ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ITR) ରେ ଏହି ପରୀକ୍ଷଣ ହୋଇଛି । ପରୀକ୍ଷଣ ସଫଳତାର ସହ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୌସେନା ଓ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ।

  • Congratulate @DRDO_India on the successful test firing of Vertical Launch Short Range Surface-to-Air Missile (VL-SRSAM) from the Integrated Test Range (ITR), Chandipur off the coast of #Odisha. #DRDO

    — Naveen Patnaik (@Naveen_Odisha) August 23, 2022 " class="align-text-top noRightClick twitterSection" data=" ">

ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ନୋସେନା ଜାହାଜରୁ ଉତକ୍ଷେପଣ କରାଯାଇଥିଲା । ପୂର୍ବରୁ ନିର୍ଦ୍ଧାରିତ ସମୟରେ ଉତକ୍ଷେପଣ ହୋଇଥିବା ଏକ ହାଇସ୍ପିଡ ଏରିଆଲ ଟାର୍ଗେଟକୁ ସଠିକତାର ସହ ହିଟ କରିବା ସହ ନଷ୍ଟ କରିବାରେ ସମ୍ପୂର୍ଣ୍ଣ ସଫଳ ହୋଇଥିଲା ଏହି କ୍ଷେପଣାସ୍ତ୍ର । ପରୀକ୍ଷଣ ସମୟରେ ସମସ୍ତ ପାରାମିଟର ମଧ୍ୟ ସ୍ବାଭାବିକ ଭାବେ କାର୍ଯ୍ୟ କରିଥଲା । କ୍ଷେପଣାସ୍ତ୍ରଟି ନୌସେନା ଯୁଦ୍ଧ ଜାହାଜରୁ ଉତକ୍ଷେପଣ ହୋଇଥିଲା ବେଳେ ଏହାର ଏରିଆଲ ଟାର୍ଗେଟକୁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଉତକ୍ଷେପଣ କରାଯାଇଥିଲା । ପୂର୍ବ ନିର୍ଦ୍ଧାରିତ ସମୟ ଓ ଆକଳନ ଅନୁସାରେ ଏହି କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କରିବା ସହ ପରୀକ୍ଷଣ ସଫଳ ହୋଇଛି ।

ଏହି କ୍ଷେପଣାସ୍ତ୍ର ପ୍ରଣାଳୀକୁ (VL-SRSAM system) ସ୍ବଦେଶୀ ଜ୍ଞାନକୌଶଳରେ ମିର୍ମାଣ ଓ ବିକଶିତ କରିଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) । ଆଜିର ଏହି ପରୀକ୍ଷଣ ସମୟରେ ଉଭୟ ଭାରତୀୟ ନୌସେନା ଓ DRDOର ବରିଷ୍ଠ ବୈଜ୍ଞାନିକ ଓ ଅଧିକାରୀ ମଧ୍ୟ ଚାନ୍ଦିପୁରରେ ଉପସ୍ଥିତ ଥିଲେ । ଏହି ପରୀକ୍ଷଣ ସଫଳତାର ସହ ଶେଷ ହେବା ସହ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଛି । ଏହି ପରୀକ୍ଷଣ ଓଡିଶା ଉପକୂଳରୁ ହୋଇଥିବା ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ନୌସେନା ଓ DRDOକୁ ଟ୍ବିଟ କରି ଶୁଭଚ୍ଛା ଜଣାଇଛନ୍ତି ।

ନିକଟ ଅତୀତରେ ମଧ୍ୟ ବାଲେଶ୍ବର ଉପକୂଳରୁ ଏକାଧିକ ପରୀକ୍ଷଣ ଭାରତୀୟ ନୌସେନା ସଫଳତାର ସହ ଶେଷ କରିସାରିଛି । ନୌସେନା ହେଲିକପ୍ଟରରୁ ଏକ ମିସାଇଲ ଉତକ୍ଷେପଣ କରାଯାଇଥିଲା । ଏହା ମଧ୍ୟ ସଫଳତାର ସହ ଟାର୍ଗେଟ ହିଟ କରିଥିଲା । ଏହି ପରୀକ୍ଷଣର ଭିଡିଓ ଜାରି କରିଥିଲା ନୌସେନା । ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦରୁ ମଧ୍ୟ ଡିଆରଡିଓ ଦ୍ବାରା ନିର୍ମିତ ଓ ବିକଶିତ ହୋଇଥିବା ଏକାଧିକ ମିସାଇଲ ସଫଳତାର ସହ ପରୀକ୍ଷଣ ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.