ETV Bharat / bharat

‘ସୀମା ସୁରକ୍ଷା ସୁଦୃଢ କରିବ ସ୍ବଦେଶୀ ଆଣ୍ଟି ଡ୍ରୋନ ଜ୍ଞାନ କୌଶଳ’ - Indigenous Counter-Drone Technology

କେନ୍ଦ୍ର ଗୃହମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ସ୍ବଦେଶୀ ଆଣ୍ଟି ଡ୍ରୋନ ଜ୍ଞାନକୌଶଳ ଦିଗରେ କାର୍ଯ୍ୟ ହାତକୁ ନେଇଛି ସୀମା ସୁରକ୍ଷାକୁ ସୁଦୃଢ କରିବ ସ୍ବଦେଶୀ ଆଣ୍ଟି ଡ୍ରୋନ ଜ୍ଞାନ କୌଶଳ । ଅଧିକ ପଢନ୍ତୁ...

ସୀମା ସୁରକ୍ଷାକୁ ସୁଦୃଢ କରିବ ସ୍ବଦେଶୀ ଆଣ୍ଟି ଡ୍ରୋନ ଜ୍ଞାନ କୌଶଳ: କେନ୍ଦ୍ର ଗୃହମନ୍ତ୍ରୀ

author img

By

Published : Jul 17, 2021, 10:54 PM IST

ନୂଆଦିଲ୍ଲୀ: ସୀମା ସୁରକ୍ଷାକୁ ସୁଦୃଢ କରିବା ପାଇଁ ଜରୁରୀ ସ୍ବଦେଶୀ ଆଣ୍ଟି ଡ୍ରୋନ ଜ୍ଞାନ କୌଶଳ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ସ୍ବଦେଶୀ ଆଣ୍ଟି ଡ୍ରୋନ ଜ୍ଞାନକୌଶଳ ଦିଗରେ କାର୍ଯ୍ୟ ହାତକୁ ନେଇଛି । ଖୁବ ଶିଘ୍ର ଏହା ଉପରେ ଭାରତକୁ ବଡ ସଫଳତା ମିଳିବ । ଏପରି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ । ରାଜଧାନୀ ଦିଲ୍ଲୀରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍ )ର 18 ତମ ସମାରୋହରେ ଏପରି ମିଶନର ତଥ୍ୟ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଗୃହମନ୍ତ୍ରୀ କହିଛନ୍ତି, ଡ୍ରୋନ ପ୍ରତି ବଢୁଥିବା ବିପଦ ବିରୋଧରେ ଆମର ଅଭିଯାନ ଆଜି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି । ଏହାକୁ ମୁକାବିଲା କରିବା ପାଇଁ DRDO ଏବଂ ଅନ୍ୟାନ୍ୟ କିଛି ଏଜେନ୍ସି ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ କାର୍ଯ୍ୟ କରୁଛନ୍ତି । ସ୍ବଦେଶୀ ଆଣ୍ଟି ଡ୍ରୋନ ବ୍ୟବସ୍ଥାର ଦେଶର ସୀମା ସୁରକ୍ଷାର ନୂଆ ଆଧାର ହେବ । ଜାମ୍ମୁରେ ଥିବା ଭାରତୀୟ ବାୟୁ ସେନା (IAF) ବେସରେ ଦୁଇଟି ବିସ୍ଫୋରକ ବୋଝେଇ ଡ୍ରୋନ ଆଟାକରେ ଦୁଇ ଭାରତୀୟ ବାୟୁ ସେନା ଯବାନ ଆହତ ହୋଇଥିଲେ । ତେବେ ଏହା ପରେ ଆଣ୍ଟି ଡ୍ରୋନ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ଶାହ କହିଛନ୍ତି, ସୀମାରେ ବଢୁଥିବା ଅନୁପ୍ରବେଶ, ମାନବ ଚାଲାଣ, ଗୋରୁ ଚୋରା ଚାଲାଣ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଏବଂ ଡ୍ରୋନ ଆକ୍ରମଣ ଭଳି ଘଟଣା ବଢିବାରେ ଲାଗିଛି । ସୀମା ସୁରକ୍ଷା ଅର୍ଥ ହେଉଛି ଜାତୀୟ ସୁରକ୍ଷା ଏବଂ ଯେଉଁ ଦେଶ ସୀମା ସୁରକ୍ଷିତ ନୁହେଁ, ସେହି ଦେଶ ସୁରକ୍ଷିତ ରହିପାରିବ ନାହିଁ । ଦେଶର ସାମରିକ ବାହିନୀର ସଜାଗତା ଏବଂ ପରିବର୍ତ୍ତିତ ସ୍ଥିତି ସହିତ ଖାପ ଖୁଆଇ କାର୍ଯ୍ୟ ଜାରି ରଖିଛି । ତେବେ ଏହି ସବୁ ଆହ୍ବାନ ଅତିକ୍ରମ କରି ଆମେ ଆମର ସୀମା ସୁରକ୍ଷିତ କରିବୁ ବୋଲି କହିଛନ୍ତି ଶାହ ।

ସେହିପରି ସୀମାରେ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ପାଇଁ ଗୃହମନ୍ତ୍ରୀ ମଧ୍ୟ କଡା ଚେତାବନୀ ମଧ୍ୟ ଦେଇଛନ୍ତି । ଶାହ କହିଛନ୍ତି ଆମର ବିଚାର ହେଉଛି ସମସ୍ତଙ୍କ ସହିତ ଶାନ୍ତିପୂର୍ଣ୍ଣ ସମ୍ପର୍କ ସହ ଆଗକୁ ବଢିବା । କିନ୍ତୁ ଯଦି କେହି ଆମର ସୀମା ଓ ଜାତୀୟ ସୁରକ୍ଷାକୁ ପ୍ରଭାବିତ କରିବାକୁ ଚେଷ୍ଟା କରେ ତେବେ ସେମାନଙ୍କୁ ସେମାନଙ୍କ ଭାଷାରେ ଜବାବ ଦିଆଯିବା ହିଁ ଆମର ପ୍ରାଥମିକତା ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.