ଜୟପୁର: ସିଙ୍ଗଲ ଡେ’ରେ ଡିଆରଡିଓକୁ ଡବଲ ସଫଳତା । ପିନାକା ପରେ ଦମ ଦେଖାଇଲା ଆଣ୍ଟି-ଟ୍ୟାଙ୍କ ମିସାଇଲ୍ । ହେଲକପ୍ଟରରୁ ହିଟ୍ କଲା ପିନପଏଣ୍ଟ ଟାର୍ଗେଟ । ଯାହା ଦେଶର ପ୍ରତିରକ୍ଷା ଶକ୍ତିକୁ ବଳ ଦେବା ସହିତ ଶତ୍ରୁଙ୍କୁ ଡାଇରେକ୍ଟ ଚେତାବନୀ ଦେଇଛି ।
ରାଜସ୍ଥାନର ପୋଖରନରେ ସଫଳତାର ସହ ପରୀକ୍ଷଣ ହେଲା ଷ୍ଟାଣ୍ଡଅଫ ଆଣ୍ଟିଟ୍ୟାଙ୍କ ମିସାଇଲ (Stand-Off Anti-Tank) । ହେଲିକପ୍ଟରରୁ ଏହାକୁ ପରୀକ୍ଷଣ କରାଯାଇଥିବାବେଳେ ଏହା ଭୃପୃଷ୍ଠରେ ରଖାଯାଇଥିବା ଟାର୍ଗେଟକୁ ସଫଳତାର ସହ ଲକ୍ଷ୍ୟଭେଦ କରିଛି । ଏହି ମିସାଇଲ ହେଲିକପ୍ଟରରୁ ଉତକ୍ଷେପଣ କରାଯାଇ ପାରୁଥିବା ବେଳେ ଏଥିରେ 10 କି.ମି ମଧ୍ୟରେ ଟାର୍ଗେଟକୁ ଲକ୍ଷ୍ୟକ୍ଷେଦ କରି ନଷ୍ଟ କରିବାର କ୍ଷମତା ବିକଶିତ କରାଯାଇଥିବା ସୂଚନା ଦେଇଛି DRDO ।
SANT ମିସାଇଲକୁ DRDO ସହଭାଗିତାରେ ହାଇଦ୍ରାବାଦ ସ୍ଥିତ (RCI)ରେ ପ୍ରସ୍ତୁତ କରାଯାଇଛି । ସ୍ବଦେଶୀ ଜ୍ଞାନକୌଳରେ ନିର୍ମିତ stand-off weapons ସିରିଜର ଏହା ତୃତୀୟ ସଂସ୍କରଣ ବୋଲି ଡିଆରଡିଓ କହିଛି । ତେବେ ଆଜିର ପରୀକ୍ଷଣ ନେଇ ଡିଆରଡିଓ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି ।
ଆଜିର ପରୀକ୍ଷଣ ସଫଳ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ମୁଖ୍ୟ ତଥା ଅଧ୍ୟକ୍ଷ ଜି.ସତିଶ ରେଡ୍ଡୀ ଓ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ମିସାଇଲ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିବ ବୋଲି ଆଶା ପ୍ରକଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ