ETV Bharat / bharat

ଚାଷୀଙ୍କ ପାଇଁ ବରଦାନ ଡ୍ରାଗନ୍‌ ଫ୍ରୁଟ, ଥରେ ଚାଷ କଲେ ପ୍ରଫିଟ 25 ବର୍ଷ ଯାଏଁ

author img

By

Published : Nov 20, 2020, 4:02 PM IST

ଡ୍ରାଗନ୍‌ ଫ୍ରୁଟ । ବିଦେଶୀ ଫଳ , ହେଲେ ଦେଶରେ ହେଲାଣି ଲୋକପ୍ରିୟ । ଏହି ଫଳରେ ପ୍ରଚୁର ପୋଟାସିୟମ ଓ ଭିଟାମିନ ସି ରହିଥିଲାବେଳେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ କରିଥାଏ ସାହାଯ୍ୟ । ଅଧିକ ଲାଭଦାୟକ ହୋଇଥିବାରୁ ଏହା ମହଙ୍ଗା ହୋଇଥାଏ । ଯାହା ଦ୍ବାରା ଚାଷୀ ଏହି ଚାଷରୁ ପ୍ରଚୁର ଲାଭ କମେଇଥାଏ ।

ଚାଷୀଙ୍କ ପାଇଁ  ବରଦାନ ଡ୍ରାଗନ୍‌ ଫ୍ରୁଟ, ଥରେ ଚାଷ କଲେ ପ୍ରଫିଟ 25 ବର୍ଷ ଯାଏଁ
ଚାଷୀଙ୍କ ପାଇଁ ବରଦାନ ଡ୍ରାଗନ୍‌ ଫ୍ରୁଟ, ଥରେ ଚାଷ କଲେ ପ୍ରଫିଟ 25 ବର୍ଷ ଯାଏଁ

ଉନ୍ନାଓ: ଚାଷୀଙ୍କ ପାଇଁ ହୀରା ଠାରୁ କମ୍‌ ନୁହେଁ ଡ୍ରାଗନ ଫ୍ରୁଟ ଚାଷ । ବାସ୍‌, ଗୋଟିଏ ଥର ଇନଭେଷ୍ଟ ଆଉ 25 ବର୍ଷ ଯାଏଁ ମିଳିବ ପ୍ରଫିଟ । ଆଜ୍ଞା ! ହଁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ , ହେଲେ ଏହା ଶତ ପ୍ରତିଶତ ସତ । ଏ ନେଇ ଚାଷୀ ନିଜେ କହୁଛନ୍ତି । ଏହି ଚାଷ ଆତ୍ମନିର୍ଭର କୃଷକ ଓ ଆତ୍ମନିର୍ଭର ଭାରତ ଗଢିବା ଦିଗକୁ ଇଙ୍ଗିତ କରିଥାଏ ।

ଆପଣଙ୍କୁ କହି ରଖୁଛୁ କି ଏହା ଡ୍ରାଗନ ଫ୍ରୁଟ ଏକ ବିଦେଶୀ ଫଳ । କେହି କେହି ପିତାୟା ଫଳ ନାଁରେ ବି ଜାଣନ୍ତି । ଏହାକୁ ସୁପର ଫ୍ରୁଟ ମାନାଯାଇଥାଏ । ଥାଇଲ୍ୟାଣ୍ଡ , ଭିଏତନାମା , ଇସ୍ରାଇଲ ଶ୍ରୀଲଙ୍କା ଏବଂ ସେଣ୍ଟ୍ରାଲ ଏସିଆରେ ବି ବହୁଳ ମାତ୍ରାରେ ଚାଷ କରାଯାଇଥାଏ । ହେଲେ ଏବେ ଏହା ଭାରତର ବିଭିନ୍ନ ସ୍ଥାନରେ ବି ଚାଷ କରାଯାଉଛି । ଏହି କ୍ରମରେ ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ବି ଏହାର ଚାଷ ବ୍ୟାପକ ପରିମାଣରେ ହେଉଛି ।

ଗୋଲାପୀ ରଙ୍ଗର ଏହି ଫଳ ଦେଖିବାକୁ ଭାରି ଆକର୍ଷଣୀୟ । ଖାଇବାକୁ ମଧ୍ୟ ସ୍ବାଦିଷ୍ଟ ଲାଗିଥାଏ । ଡ୍ରାଗନ ଫ୍ରୁଟର ଚାହିଦା ବିଦେଶରେ ବହୁତ ଅଧିକ ରହିଥାଏ । ଏହି ଫଳର କିଲୋ ପ୍ରତି 300ରୁ 400 ଟଙ୍କାରେ ବିକ୍ରି ହୋଇଥାଏ । ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହାର ଡିମାଣ୍ଡ ଆକାଶଛୁଆଁ । ମହଙ୍ଗା ବିକ୍ରି ଯୋଗୁଁ ଅଧିକ ଆୟ ମଧ୍ୟ ହୋଇଥାଏ । ଫଳର କୃଷକ ଏହାର ଚାଷ ପ୍ରତି ଆକୃଷ୍ଠ ହେଉଛନ୍ତି ।

ଯେବେଠୁ କୋଭିଡ-19 ସଂକ୍ରମଣ ଗ୍ରାସ କରିଛି , ସେବେଠୁ ଖାସ କରି ଡ୍ରାଗନ ଫ୍ରୁଟର ଡିମାଣ୍ଡ ବଢିଚାଲିଛି । ଏହି ଫଳରେ ଏଭଳି ଅନେକ ପୋଷକ ତତ୍ବ ରହିଛି , ଯାହା ଇମ୍ୟୁନିଟି ବୁଷ୍ଟ କରିଥାଏ । ଡ୍ରାଗନ ଫ୍ରୁଟ ହୃଦ୍ ରୋଗ, ମଧୁମେହ, ଆର୍ଥ୍ରାଇଟିସ୍ ପାଇଁ ମଧ୍ୟ ଲାଭଦାୟକ । ଏହା କ୍ୟାନ୍ସର ଭଳି ସାଂଘାତିକ ରୋଗ ପାଇଁ ବି ଜଡିବୁଟି ସଦୃଶ । ଏଥିରେ ଭିଟାମିନ ସି ଭରପୂର ରହିଛି | ଏହାକୁ ଖାଇବା ଦ୍ବାରା ପେଟରେ ସୃଷ୍ଟି ହୋଇଥିବା କ୍ଷତିକାରକ ଜୀବାଣୁ ନଷ୍ଟ ହୋଇଥାଏ | ଶରୀରର ହାଡ, ଦାନ୍ତ ଏବଂ ଶରୀରର କୋଷକୁ ଲାଭ ଦିଏ | ଗୋଟିଏ ଫଳ ଏବଂ ଅନେକ ଫାଇଦା , ସେଥିପାଇଁ ବର୍ତ୍ତମାନ ସମୟରେ ଏହାର ପ୍ରଚଳନ ବଢି ଚାଲିଛି ।

କୃଷକଙ୍କ କହିବାନୁସାରେ ଡ୍ରାଗନ ଫ୍ରୁଟ କ୍ୟାକ୍ଟସ ପ୍ରଜାତିର ଗଛ । ଏହାର ଚାଷ ପାଇଁ କମ ପାଣି ବ୍ୟବହାର ହୁଏ । କ୍ୟାକ୍ଟସ ପ୍ରଜାତିର ହୋଇଥିବାରୁ ଗାଈ, ପଶୁଙ୍କ ଚରିବା ଡର ବି ନଥାଏ । ଏଭଳି ସ୍ଥିତିରେ ଡ୍ରାଗନ ଫ୍ରୁଟ ଚାଷ କୃଷକଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଣୁ ଚାଷୀଙ୍କୁ ପାରମ୍ପରିକ ଚାଷ ସହ ଏଭଳି ପ୍ରକାରର ଚାଷ କରିବା ଜରୁରୀ । ଏହା ଦ୍ବାରା କୃଷକ ଆତ୍ମନିର୍ଭର ମଧ୍ୟ ହେବେ ଓ ଆତ୍ମନିର୍ଭର ଭାରତର ସ୍ବପ୍ନ ବି ସାକାର ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.