ETV Bharat / bharat

ଡାକ୍ତର ମୁଖା ପିନ୍ଧି ଝାଡଖଣ୍ଡ ଡାକ୍ତରାଣୀଙ୍କୁ ଅପହରଣ କରିଥିଲା ଭଦ୍ରକର ଠକ, ରାଞ୍ଚିରୁ ଗିରଫ

ଝାଡଖଣ୍ଡର ଲୋକପ୍ରିୟ ମହିଳା ଡାକ୍ତର ନୀଲିମାଙ୍କ ଅପହରଣ ମାମଲାରେ ଭଦ୍ରକର ଜଣେ ଗିରଫ । ଝାଡଖଣ୍ଡ ଲାତେହର ଏସପିଙ୍କ ସୂଚନା । ଅଧିକ ପଢନ୍ତୁ

ଝାଡଖଣ୍ଡରେ ଡାକ୍ତରାଣୀଙ୍କୁ ଅପହରଣ ମାମଲାରେ ଓଡିଶା ଲିଙ୍କ, ଭଦ୍ରକରୁ ଅଭିଯୁକ୍ତ ଗିରଫ

author img

By

Published : Jan 30, 2022, 8:49 PM IST

ରାଞ୍ଚି: ଝାଡଖଣ୍ଡର ଲୋକପ୍ରିୟ ମହିଳା ଡାକ୍ତର ନୀଲିମାଙ୍କ ଅପହରଣ ମାମଲାର ଖୁଲାସା । ଡାକ୍ତରଙ୍କୁ ଅପହରଣ କରିଥିବା ଅଭିଯୁକ୍ତ ଗିରଫ । ତେବେ ଏହି ଗିରଫ ଅଭିଯୁକ୍ତ ଜଣକ ଭଦ୍ରକ ବନ୍ତ ଥାନା ଅଞ୍ଚଳର ଭାଗୀରଥୀ ସେଠୀ ବୋଲି ଜଣାପଡିଛି । ସେ କଟକ ବଡ ମେଡିକାଲ SCB ର ଜଣେ ଅଧିକାରୀ ବୋଲି ଦର୍ଶାଇ ମହିଳା ଡାକ୍ତର ନୀଳିମାଙ୍କ ଠାରୁ ଟଙ୍କା ହଡପ କରିଥିଲା ।

ତେବେ ଗିରଫ ଅଭିଯୁକ୍ତଙ୍କ ଠାରୁ କାର୍, ଏସସିବି ନାମରେ ତିଆରି ନକଲି ଆଇଡି କାର୍ଡ, ମୋବାଇଲ୍ ଫୋନ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଏବଂ 15 ହଜାର 100 ନଗଦ ଟଙ୍କା ଜବତ କରିଛି ପୋଲିସ । ଡାକ୍ତର ନୀଳିମା ଅପହରଣ ମାମଲାର ଖୁଲାସା କରି ଲାତେହର ଏସପି ଅଞ୍ଜନି ଅଞ୍ଜନ କହିଛନ୍ତି ଯେ, ଜାନୁଆରୀ 12 ରେ ଭାଗୀରଥୀ ସେଠୀ କମ୍ୟୁନିଟି ହେଲଥ ସେଣ୍ଟର ଚାନ୍ଦବାରେ କାର୍ଯ୍ୟ କରୁଥିବା ମହିଳା ମେଡିକାଲ ଅଫିସର ଡ. ନୀଲିମା କୁମାରୀଙ୍କୁ କହିଥିଲେ ଯେ ସେ ଜଣେ ଏସିସିବି ଅଧିକାରୀ ।

ଏହାପରେ ତାଙ୍କୁ ରାଞ୍ଚି ଏବଂ ପରେ ରାମଗଡ ନେଇ ଯାଇଥିଲେ । ସେଠାରୁ ପୁଣି ଚାନ୍ଦବା ଆଣି ଡାକ୍ତରଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଥିଲା । ଏହି ମାମଲାରେ ମହିଳା ଡାକ୍ତର ନୀଳିମା ଚାନ୍ଦବା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯାହା ପରେ ସବ୍-ଡିଭିଜନାଲ ପୋଲିସ୍ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ପରେ ପୋଲିସ ଅଭିଯୁକ୍ତ ଭାଗୀରଥୀ ସେଠୀକୁ ଗିରଫ କରିଛି ।

ଓଡିଶାର ଭଦ୍ରକ ଜିଲ୍ଲାର ଭାଗୀରଥି ଚତୁରତାର ସହ ଏହିପରି ଡାକ୍ତରମାନଙ୍କୁ ଟାର୍ଗେଟ କରୁଥିବା ଏସପି କହିଛନ୍ତି । ଏହାସହ ଲାତେହର ସମେତ ନିକଟସ୍ଥ ଅନେକ ଜିଲ୍ଲାର ଡାକ୍ତରମାନଙ୍କୁ ଠକିବାକୁ ଚେଷ୍ଟା କରୁଥିଲା । ଏସଏସ ମୁକେଶ ଚୌଧୁରୀ, ବିକାଶ ଶର୍ମା, ଦିବ୍ୟ ପ୍ରକାଶ, ନାରାୟଣ ଯାଦବ, ସୁନୀଲ ଟୁଟି ଏବଂ ଏଏସଆଇ ଅରବିନ୍ଦ କୁମାର ସିଂ ଏହି ତଦନ୍ତକାରୀ ଟିମରେ ସାମିଲ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.