ETV Bharat / bharat

ୟୁକ୍ରେନର ଡୋନବାଜ ସ୍କୁଲ ଉପରେ ଋଷର ବୋମାମାଡ ! 60ରୁ ଅଧିକ ମୃତ ଆଶଙ୍କା

author img

By

Published : May 8, 2022, 5:44 PM IST

ପୂର୍ବ ୟୁକ୍ରେନୀୟ ସହର ଡୋନବାଜରେ ଏକ ସ୍କୁଲକୁ ଟାର୍ଗେଟ କଲା ଋଷ ସେନା । 60ରୁ ଊର୍ଦ୍ଧ୍ବ ମୃତ ଆଶଙ୍କା । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସ୍ଥାନୀୟ ପ୍ରଶାସନର ଅଭିଯୋଗ ଅନୁସାରେ ଆଶ୍ରୟ ନେଇଥିଲେ 90 ସାଧାରଣ ନାଗରିକ । ଅଧିକ ପଢନ୍ତୁ

ୟୁକ୍ରେନର ଡୋନବାସରେ ସ୍କୁଲ ଉପରେ ଋଷର ବୋମାମାଡ ! 60ରୁ ଅଧିକ ମୃତ ଆଶଙ୍କା

କିଭ: ୟୁକ୍ରେନରେ ଏବେବି ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି ଋଷ । ପୂର୍ବ-ୟୁକ୍ରେନୀୟ ସହର ଡୋନବାଜରେ ଏକ ସ୍କୁଲକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇଥିବାବେଳେ ଏହା ଉପରେ ଋଷ ଫୋର୍ସ ବୋମାମାଡ କରିଥିବା ଅଭିଯୋଗ ହୋଇଛି । ଏହି ଆଶ୍ରୟସ୍ଥଳୀରେ ପ୍ରାୟ 90ଜଣ ସାଧାରଣ ନାଗରିକ ଆଶ୍ରୟ ନେଇଥିବାବେଳେ 60ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା 2ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହେବା ସହ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି । ସେହିପରି ଅନ୍ୟ 30ଜଣଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି । କିନ୍ତୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ଡୋନବାଜ ଲୁହାନସ୍କ ପ୍ରଦେଶର ରାଜ୍ୟପାଳ ।

ଆକ୍ରମଣରେ ସ୍କୁଲ ଅଟ୍ଟାଳିକାଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏବେ ମଧ୍ୟ ଧ୍ବଂସାବଶେଷ ତଳେ ଅନେକ ମୃତଦେହ ରହିଥିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏହି ମୃତାହତଙ୍କ ସଂଖ୍ୟା ପ୍ରାୟ 60 ହେବା ନେଇ ମଧ୍ୟ ପ୍ରାଥମିକ ଭାବେ ଆକଳନ କରାଯାଉଛି । ମସ୍କୋ ସମର୍ଥିତ ବିଚ୍ଛିନ୍ନତାବାଦୀମାନେ 2014 ମସିହାରୁ ପୂର୍ବ-ୟୁକ୍ରେନୀୟ ରାଜ୍ୟ ଡୋନବାଜକୁ ସ୍ବତନ୍ତ୍ର ଦେଶ ଭାବେ ମାନ୍ୟତା ଦେବା ପାଇଁ ବିଦ୍ରୋହ କରି ଆସୁଛନ୍ତି । ଋଷ ମଧ୍ୟ ଏବେ ଉକ୍ତ ଅଞ୍ଚଳ ଦଖଲ କରିସାରିଥିବା ଦାବି କରିବା ସହ ଆକ୍ରମଣକୁ ତୀବ୍ର କରିଛି ।

ଅନ୍ୟପଟେ ଆସନ୍ତାକାଲି ଯୁଦ୍ଧ ସମ୍ପର୍କିତ କିଛି ବଡ ଘୋଷଣା କରିପାରେ ଋଷ । 9 ତାରିଖରେ ଋଷ ଯୁଦ୍ଧ ବନ୍ଦ ଘୋଷଣା କରିପାରେ ବୋଲି ମଧ୍ୟ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହେବା ପରେ ଆସନ୍ତାକାଲି ଉପରେ ସମସ୍ତଙ୍କ ନଜର ରହିଛି । ଗତ 2ମାସରୁ ଅଧିକ ଦିନ ଧରି ଲାଗି ରହିଥିବା ଏହି ଯୁଦ୍ଧରେ ବ୍ୟାପକ କ୍ଷତି ସହିଛି ୟୁକ୍ରେନ । ଋଷ ମଧ୍ୟ ବିପୁଳ ସାମରିକ କ୍ଷତି ସହିଥିବା ଅନୁମାନ କରାଯାଉଥିବାବେଳେ ଋଷ କିନ୍ତୁ ଏପରି ଦାବିକୁ ଖଣ୍ଡନ କରିଆସିଛି । ଏକାଧିକ ଥର ଉଭୟ ଦେଶ ଆଲୋଚନା ଟେବୁଲରେ ଏକାଠି ହେବା ପରେ ମଧ୍ୟ କୌଣସି ସମାଧାନ ବାହାରି ପାରିନାହିଁ । ତାହାରି ମଧ୍ୟରେ ଆସନ୍ତାକାଲି ଋଷର ନିଷ୍ପତ୍ତିକୁ ନେଇ ସମଗ୍ର ବିଶ୍ବର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.