ETV Bharat / bharat

ଗରମାଗରମ ଦୋଷାରେ ଦଳୀୟ ଚିହ୍ନର ତଡ‌କା, ଭୋଟରଙ୍କୁ କରୁଛି ଆକୃଷ୍ଟ

author img

By

Published : Mar 22, 2021, 8:30 PM IST

କେରଳର କୋଲମ ବେଳାଭୂମିରେ ଦେଖିବାକୁ ମିଳିଛି ଏଭଳି କିଛି ଖାସ ରଙ୍ଗ, ଯେଉଁଠି ମିଳୁଛି ରାଜନୈତିକ ଦଳର ଦଳୀୟ ଚିହ୍ନରେ ତିଆରି ଗରମ ଦୋଷା । ଅଧିକ ପଢନ୍ତୁ...

ଗରମ ଦୋଷାରେ ଦଳୀୟ ଚିହ୍ନର ତଡ୍‌କା, ଭୋଟରଙ୍କୁ କରୁଛି ଆକୃଷ୍ଠ

ଥିରୁଅନନ୍ତପୁରମ: ଆଗକୁ 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । କେରଳରେ ମଧ୍ୟ ନିର୍ବାଚନକୁ ନେଇ ଜାରି ରହିଛି କଡା ଟକ୍କର । ଭିନ୍ନ ଭିନ୍ନ ରଙ୍ଗରେ ସଜେଇ ହେଉଛି ନିର୍ବାଚନୀ ମୈଦାନ। କେଉଁଠି ମିଠା ତ ଆଉ କେଉଁଠି ପିଠାରେ ରହିଛି ରାଜନୀତିର ପୁର । ତେବେ କେରଳର କୋଲମ ବେଳାଭୂମିରେ ଦେଖିବାକୁ ମିଳିଛି ଏଭଳି କିଛି ଖାସ ରଙ୍ଗ, ଯେଉଁଠି ମିଳୁଛି ରାଜନୈତିକ ଦଳର ଦଳୀୟ ଚିହ୍ନରେ ତିଆରି ଗରମ ଦୋଷା ।

କେରଳ କୋଲାମ ଜିଲ୍ଲାର ଏକ ଦୋଷା ଷ୍ଟଲରେ ମିଳୁଛି ଦଳୀୟ ଚିହ୍ନ ଓ ପ୍ରାର୍ଥୀଙ୍କ ମୁହଁରେ ଚିତ୍ରିତ ଦୋଷା । ଗରମ ଦୋଷାରେ ଅଙ୍କା ଯାଇଥିବା ସୌନ୍ଦର୍ଯ୍ୟପୂର୍ଣ୍ଣ ଦଳୀୟ ପ୍ରତୀକ ଏବଂ ପ୍ରାର୍ଥୀଙ୍କ ଚେହେରା ଜନସାଧାରଣଙ୍କର ବେଶ ଧ୍ୟାନ ଆକର୍ଷଣ କରୁଛି । କୋଲାମ ବେଳାଭୂମି ରାସ୍ତାରେ ଥିବା '101 ଭେରାଇଟି ଦୋଷା' ଷ୍ଟଲରେ ଏବେ ଦେଖିବାକୁ ମିଳୁଛି ଲୋକଙ୍କ ଭିଡ ।

ଟମାଟୋ ସସ୍, ଗାଜର ମିଶ୍ରିତ ବାମଦଳର ‘ଦା, ହାତୁଡି, ତାରା’ର ପ୍ରତୀକ, କଂଗ୍ରେସପର ‘ ହାତ ଚିହ୍ନ’ ଏବଂ ଗାଜରରେ ପ୍ରସ୍ତୁତ ଭାରତୀୟ ଜନତା ପାର୍ଟିର ଦଳୀୟ ଚିହ୍ନ ପଦ୍ମ ଫୁଲରେ ତିଆରି ହୋଇଛି ଭଳିକି ଭଳି ଦୋଷା | ପାର୍ଟିର ପ୍ରତୀକ ବ୍ୟତୀତ ପ୍ରାର୍ଥୀଙ୍କ ଚେହେରା ମଧ୍ୟ ଦୋଷାର ଖାଦ୍ୟ ସାମଗ୍ରୀ ସହିତ ସୁନ୍ଦର ଭାବରେ ଗାର୍ନିସିଂ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.