ETV Bharat / bharat

Solar Eclipse: ସୂର୍ଯ୍ୟପରାଗ ପାଇଁ କେଦାରନାଥ, ବଦ୍ରିନାଥ ମନ୍ଦିରରେ ଦର୍ଶନ ବନ୍ଦ - ବଦ୍ରିନାଥରେ ଦର୍ଶନ ବନ୍ଦ

ସୂର୍ଯ୍ୟ ପରାଗ ପାଇଁ ଦେଶବ୍ୟାପୀ ବିଭିନ୍ନ ମନ୍ଦିରରେ ଦେବନୀତି ସ୍ଥଗିତ । ନୀତିକାନ୍ତି ସହ କେଦାରନାଥ ଓ ବଦ୍ରିନାଥ ମନ୍ଦିରରେ ମଧ୍ୟ ଦର୍ଶନ ବନ୍ଦ (Badrinath temples closed for solar eclipse) । ପରାଗ ପ୍ରଭାବ ଶେଷ ହେବା ପରେ ସଂଧ୍ୟାରେ ନୀତିକାନ୍ତି ଓ ଦର୍ଶନ ସ୍ବାଭାବିକ ହେବା ନେଇ ସୂଚନା । ଅଧିକ ପଢନ୍ତୁ

solar eclipse: ସୂର୍ଯ୍ୟ ପରାଗ ପାଇଁ କେଦାରନାଥ, ବଦ୍ରିନାଥ ମନ୍ଦିରରେ ଦର୍ଶନ ବନ୍ଦ

author img

By

Published : Oct 25, 2022, 5:20 PM IST

ଡେରାଡୁନ: ସୂର୍ଯ୍ୟପରାଗ (partial solar eclipse ) ପାଇଁ ଦେଶର ବିଭିନ୍ନ ସ୍ଥାନରେ ମନ୍ଦିରରେ ଦେବନୀତି ବନ୍ଦ ରହିଛି । ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ଓ ବଦ୍ରିନାଥ ଧାମରେ ମଧ୍ୟ ପରାଗ ପାଇଁ ଦେବନୀତି ଓ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରଖାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ, ସଂଧ୍ୟାରେ ପରାଗ ପ୍ରଭାବ ଶେଷ ହେବା ପରେ ପୁଣି ଥରେ ନୀତିକାନ୍ତି ସ୍ବାଭାବିକ ହେବା ସହ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବା ନେଇ ସୂଚନା ରହିଛି (Badrinath temples closed for solar eclipse) ।

କେଦାରନାଥ-ବଦ୍ରିନାଥ ମନ୍ଦିର କମିଟିର ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ଉଭୟ ମନ୍ଦିରରେ ସମସ୍ତ ନୀତିକାନ୍ତି ବନ୍ଦ ରଖାଯିବା ସହ ଦର୍ଶନ ମଧ୍ୟ ବନ୍ଦ ରଖାଯାଇଛି । ସଂଧ୍ୟାରେ ନୀତିକାନ୍ତି ସ୍ବାଭାବିକ ହେବ ସହ ଶ୍ରଦ୍ଧାଳୁମାନେ ଉଭୟ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ପାଇ ପାରିବେ । ଆଜି ଭାରତରେ ଦୃଶ୍ୟମାନ ହେଉଛି ଆଂଶିକ ସୂର୍ଯ୍ୟ ପରାଗ (partial solar eclipse)। ତେବେ ଦେଶବ୍ୟାପୀ ବିଭିନ୍ନ ମନ୍ଦିରରେ ଦେବନୀତି ଓ ସାଧାରଣ ଦର୍ଶନ ବନ୍ଦ ରଖାଯାଇଥିବା ସୂଚନା ମିଳିଛି ।

ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମେ କେଦାରନାଥ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ । ପରେ ପ୍ରଧାନମନ୍ତ୍ରୀ ବଦ୍ରିନାଥ ଧାମ ଅଭିମୁଖେ ଯାତ୍ରା କରି ସେଠାରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରାଖଣ୍ଡ ରାଜ୍ୟପାଳ ଗୁରୁମିତ ସିଂ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ମଧ୍ୟ ସାମିଲ ହୋଇଥିଲେ । ସାରା ଭାରତରେ ଥିବା ପ୍ରସିଦ୍ଧ ମନ୍ଦିରଗୁଡିକ ମଧ୍ୟରୁ କେଦାରନାଥ ଓ ବଦ୍ରିନାଥ ହେଉଛି ଦୁଇ ପ୍ରମୁଖ ମନ୍ଦିର । ବର୍ଷ ସାରା ଏହି ଦୁଇ ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.