ETV Bharat / bharat

ପ୍ରତିଭାବାନ୍ ପିଲାଙ୍କ ପାଇଁ ସୃଷ୍ଟି କରାଯାଉଛି ସୁଯୋଗ: ମୋଦି

author img

By

Published : Mar 3, 2021, 2:39 PM IST

ଶିକ୍ଷା କ୍ଷେତ୍ରରେ କେନ୍ଦ୍ରୀୟ ବଜେଟର ବ୍ୟୟବରାଦକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଆଜି ଆଲୋକପାତ କରିଥିଲେ । ମହାକାଶ, ପରମାଣୁ ଶକ୍ତି ଓ କୃଷି କ୍ଷେତ୍ରରେ ପ୍ରତିଭାଶାଳୀ ପିଲାଙ୍କ ଅନେକ ସୁଯୋଗ ସୃଷ୍ଟି କରାଯାଉଛି ବୋଲି ମୋଦି କହିିଥିଲେ । ଅଧିକ ପଢନ୍ତୁ...

ପ୍ରତିଭାଶାଳୀ ପିଲାଙ୍କ ପାଇଁ ସୃଷ୍ଟି କରାଯାଉଛି ସୁଯୋଗ

ନୂଆଦିଲ୍ଲୀ: ମହାକାଶ, ପରମାଣୁ ଶକ୍ତି ଓ କୃଷି କ୍ଷେତ୍ରରେ ପ୍ରତିଭାଶାଳୀ ପିଲାଙ୍କ ଅନେକ ସୁଯୋଗ ସୃଷ୍ଟି କରାଯାଉଛି । କାରଣ ସୀମିତ ଜ୍ଞାନ ଓ ଅନୁସନ୍ଧାନ ପାଇଁ ଦେଶର ସମ୍ଭାବନା ପ୍ରତି ଅନ୍ୟାୟ ହେବ ବୋଲି ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଜି ଏକ ୱେବିନାରକୁ ସମ୍ବୋଧିତ କରି ମୋଦି, ଶିକ୍ଷା କ୍ଷେତ୍ରରେ କେନ୍ଦ୍ରୀୟ ବଜେଟର ବ୍ୟୟବରାଦ ଉପରେ ଆଲୋକପାତ କରିଥିଲେ । ଜାତୀୟ ଶିକ୍ଷା ନୀତି ମାତୃଭାଷା(ଆଞ୍ଚଳିକ ଭାଷା) କୁ ପ୍ରୋତ୍ସାହନ ଦେବ । ଏଥିପ୍ରତି ପ୍ରତ୍ୟେକ ଭାଷାର ଶିକ୍ଷାବିତ ଓ ବିଶେଷଜ୍ଞ ଗୁରୁତ୍ବ ଦେବା ଜରୁରୀ ଯେ ଦେଶ ତଥା ବିଶ୍ବରେ ଭାରତୀୟ ଭାଷାକୁ ଉପଲବ୍ଧ କରାଇବା । ଆଉ ଏହି ଟେକ୍ନୋଲୋଜି ଦୁନିଆରେ ଏହା ସମ୍ଭବ ହୋଇପାରିବ ବୋଲି ପିଏମ କହିଛନ୍ତି ।

ଚଳିତ ବଜେଟରେ ସ୍ବାସ୍ଥ୍ୟ ପରେ ଶିକ୍ଷା କ୍ଷେତ୍ରକୁ ଅଧିକ ଦିଆଯାଇଛି । କେନ୍ଦ୍ରୀୟ ବଜେଟ ଶିକ୍ଷା, ଦକ୍ଷତା, ରିସର୍ଚ୍ଚ କ୍ଷେତ୍ରରେ ସହଯୋଗ କରିବ । ଏହା ସହ ଶିକ୍ଷାକୁ ନିଯୁକ୍ତି ଓ ଉଦ୍ୟୋଗୀ ଦକ୍ଷତାକୁ ପ୍ରୟାସ କରାଯାଇଛି ବୋଲି ମୋଦି କହିଥିଲେ । ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଦେଶର ଯୁବକମାନଙ୍କ ଉପରେ ଆତ୍ମବିଶ୍ୱାସ ରହିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଯୁବକମାନେ ଶିକ୍ଷା ଏବଂ ଜ୍ଞାନ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଲେ ହିଁ ଆତ୍ମବିଶ୍ୱାସ ଆସିବା ବୋଲି ମୋଦି କହିିିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.