ETV Bharat / bharat

Omicron Scare: ୩ ଜାନୁଆରୀରୁ ୧୫-୧୮ ବୟସ୍କଙ୍କ ପାଇଁ ଟିକା, ୧୦ରୁ ବୁଷ୍ଟର ଡୋଜ

author img

By

Published : Dec 25, 2021, 10:37 PM IST

ଜାନୁଆରୀ 3 ରୁ 15-18 ବର୍ଷ ବୟସ୍କଙ୍କ ଟୀକାକରଣ । ୧୦ରୁ ଫ୍ରଣ୍ଟଲାଇନ ଓ୍ବାର୍କର ଓ ବୟସ୍କଙ୍କୁ ବୁଷ୍ଟର ଡୋଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

୩ ଜାନୁଆରୀରୁ ୧୫ରୁ ୧୮ ବୟସ୍କଙ୍କ ପାଇଁ ଟିକା, ୧୦ ଜାନୁଆରୀରୁ ବୟସ୍କଙ୍କୁ ବୁଷ୍ଚର ଡୋଜ

ନୂଆଦିଲ୍ଲୀ: କୋରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ନେଇ ସାରା ଦେଶରେ ଭୟ ବଢିବାରେ ଲାଗିଥିବା ବେଳେ ଦେଶକୁ ସମ୍ବୋଧିତ କରି ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ 3 ରୁ 15-18 ବର୍ଷ ବୟସ୍କଙ୍କ ଟୀକାକରଣ ଆରମ୍ଭ ହେବାକୁ ଯାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହିପରି ଚିକିତ୍ସା ସେବାରେ ନିୟୋଜିତ ଥିବା କର୍ମଚାରୀ ଏବଂ ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ଜାନୁୟାରୀ 10 ରୁ ବୁଷ୍ଟର ଡୋଜ ମାତ୍ରା ଦିଆଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି (precaution dose jabs for frontline workers) ।

ଏହାସହିତ ଜାନୁୟାରୀ 10 ରୁ 60 ବର୍ଷରୁ ଅଧିକ ବୟସ୍କ କିମ୍ବା ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ମଧ୍ୟ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁଷ୍ଟର ଡୋଜ ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବଢୁଥିବା ଓମିକ୍ରନର ସଂକ୍ରମଣକୁ ଦେଖି ଭୟ କରିବାର ଆବଶ୍ୟକତା ନାହିଁ । କେବଳ ସତର୍କତା ଓ କୋଭିଡ ପ୍ରୋଟକଲର ସଠିକ ଅନୁପାଳନ ହିଁ ଆମକୁ ମହାମାରୀରୁ ରକ୍ଷା କରିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.