ETV Bharat / bharat

Train tragedy: ‘ଅଶ୍ବିନୀଙ୍କ ସମ୍ପର୍କରେ ଜାଣିନି, ମୁଁ କିନ୍ତୁ 1999ରେ ଇସ୍ତଫା ଦେଇଥିଲି ’ - ସମବେଦନା ବାର୍ତ୍ତା ପଠାଇଲେ ବ୍ରିଟେନ ରାଜା

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ନେଇ ଏମିତି କହିଲେ ପୂର୍ବତନ ରେଳମନ୍ତ୍ରୀ ନୀତିଶ କୁମାର । କହିଲେ ସେ ଇସ୍ତଫା ପାଇଁ ଦାବି କରିପାରିବେନି, କିନ୍ତୁ 1999 ରେ ସେ ଦେଇଥିଲେ ଇସ୍ତଫା । ଅଧିକ ପଢନ୍ତୁ

Train tragedy: ’ଅଶ୍ବିନୀଙ୍କ ସମ୍ପର୍କରେ ଜାଣିନି, ମୁଁ କିନ୍ତୁ 1999 ରେ ଇସ୍ତଫା ଦେଇଥିଲି ’

author img

By

Published : Jun 5, 2023, 11:04 PM IST

ନୂଆଦିଲ୍ଲୀ: ବାଲେଶ୍ବର ଟ୍ରେନ ଦୁର୍ଘଟଣା ଯେତିକି ହୃଦୟ ବିଦାରକ ଥିଲା, ଏବେ ତଦନ୍ତ ମଧ୍ୟ ସେମିତି ଜଟିଳ ହେବାରେ ଲାଗିଛି । ଏହାରି ମଧ୍ୟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ପ୍ରସଙ୍ଗ ମଧ୍ୟ ଜୋର ଧରିବାରେ ଲାଗିଛି । କାରଣ ଦେଶରେ ଦୁର୍ଘଟଣା ଓ ରେଳମନ୍ତ୍ରୀଙ୍କ ଇସ୍ତଫାର ଧାରା ମଧ୍ୟ ବହୁପୁରୁଣା । ପ୍ରତ୍ୟେକ ବଡ ଦୁର୍ଘଟଣା ପରେ ନୈତିକତା ଦୃଷ୍ଟିରୁ ରେଳମନ୍ତ୍ରୀ ଇସ୍ତଫା ଦେବାର ଏକାଧିକ ନଜିର ରହିଛି । ହେଲେ ଏହି ବାଲେଶ୍ବର ଦୁର୍ଘଟଣାରେ 275 ଯାତ୍ରୀଙ୍କ ପ୍ରାଣହାନୀ ହେବା ଘଟଣାରେ ମୋଦି ସରକାର ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପରେ ଚାପର ମାତ୍ରା ମଧ୍ୟ କମ୍‌ ନାହିଁ । ଏହି ପ୍ରସଙ୍ଗରେ ଆଜି ପୂର୍ବତନ ରେଳମନ୍ତ୍ରୀ ନୀତିଶ କୁମାରଙ୍କ ବୟାନ ମଧ୍ୟ ଆସିଛି । ସେ ସିଧାସଳଖ ବୈଷ୍ଣବଙ୍କ ଇସ୍ତଫାକୁ ଉଚିତ ବୋଲି ନଦର୍ଶାଇ ନୈତିକତାର ପାଠ ପଢାଇଛନ୍ତି ।

ନୀତିଶ କହିଛନ୍ତି, ‘‘ମୁଁ ନୀତିଶଙ୍କ ସମ୍ପର୍କରେ ଜାଣିନାହିଁ । ହେଲେ 1999ରେ ପଶ୍ଚିମବଙ୍ଗରେ ରେଳ ଦୁର୍ଘଟଣା ପରେ ମୁଁ ଇସ୍ତଫା ଦେଇଥିଲି । ସ୍ବେଚ୍ଛାକୃତ ଭାବେ ମୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସାକ୍ଷାତ କରି ଇସ୍ତଫା ପାଇଁ ଇଚ୍ଛା ପ୍ରକାଶ କରିବା ସହ ଇସ୍ତଫାପତ୍ର ମଧ୍ୟ ଦେଇଥିଲି । ହେଲେ ଅଟଳ ଜୀ ଏହାକୁ ଗ୍ରହଣ କରିନଥିଲେ । ପଦ ବଜାୟ ରଖିବାକୁ କହିଥିଲେ । ହେଲେ ମୁଁ ଦ୍ବିତୀୟ ଥର ମଧ୍ୟ ଇସ୍ତଫାପତ୍ର ଧରି ପହଞ୍ଚିଥିଲି । ଏହି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ମତେ ଆଘାତ ଦେଇଥିଲା । ମୁଁ ମୋ ଦାୟିତ୍ବରୁ ଇସ୍ତଫା ଦେବାକୁ ଚାହୁଁଥିବା ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଅନୁରୋଧ କରିଥିଲି । ପରେ ସେ ମୋ ଅନୁରୋଧ ରକ୍ଷା କରି ଇସ୍ତଫା ପତ୍ର ଗ୍ରହଣ କରିଥିଲେ ।’’ ତେବେ ଏ କ୍ଷେତ୍ରରେ ଅଶ୍ବିନୀ କଣ କରିବେ ତାଙ୍କୁ ଜଣାନାହିଁ । ସେ କାହିଁକି କାହା ଇସ୍ତଫା ଦାବି କରିବେ । ବରଂ ସେ ଏହା କରିଥିଲେ ବୋଲି ନୀତିଶ କୁମାର କହିଥିଲେ ।

ବାଲେଶ୍ବର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ 275 ଜଣଙ୍କ ପ୍ରାଣହାନୀ ପୁରା ଦେଶକୁ ସ୍ତବ୍ଧ କରିଦେଇଛି । ଏବେ ସୁଦ୍ଧା ସମସ୍ତ ମୃତକଙ୍କ ପରିଚୟ ସ୍ପଷ୍ଟ କରି ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବା ପ୍ରକ୍ରିୟା ମଧ୍ୟ ଶେଷ ହୋଇନି । ପ୍ରଥମେ ରେଳବାଇ ସେଫ୍ଟି କମିଶନରଙ୍କ ନେତୃତ୍ବରେ ତଦନ୍ତ ଜାରି ରହିଥିବା ବେଳେ ପରେ କେନ୍ଦ୍ର ସରକାର ରେଳବାଇର ସୁପାରିଶ ଅନୁସାରେ, ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଏବେ ଏହା କେବଳ ଯାନ୍ତ୍ରିକ କିମ୍ବା ମାନବକୃତ ତ୍ରୁଟି ନୁହେଁ ବରଂ ଏହା ଏକ ଷଡଯନ୍ତ୍ର ହୋଇଥାଇ ପାରେ ବୋଲି ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ଗତକାଲି ସଂଧ୍ୟାରେ ରିଷ୍ଟୋରେସନ କାର୍ଯ୍ୟ ଶେଷ ହେବା ପରେ ପ୍ରଥମେ ପରୀକ୍ଷାମୂଳକ ଭାବେ ମାଲଗାଡି ଚଳାଯାଇଥିଲା । ଆଜି ସକାଳୁ ଉକ୍ତ ରୁଟରେ ରେଳସେବା ସ୍ବାଭାବିକ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.