ETV Bharat / bharat

ଆମେରିକା ତାତି; ସରିଛି ନିର୍ବାଚନ, ସରୁନି ବିବାଦ - ସରିଛି ନିର୍ବାଚନ

ନିର୍ବାଚନ ସରିଛି । ଫଳାଫଳ ମଧ୍ୟ ପ୍ରକାଶ ପାଇଛି । କିଏ ଜିତିଛି ଆଉ କିଏ ହାରିଛି, ତାହା ସମଗ୍ର ବିଶ୍ବ ଜାଣିଛି । ତଥାପି ହାରିଥିବା ପ୍ରାର୍ଥୀ କହୁଛି ମୁଁ ଜିତିଛି । ଏମିତି ଏକ ସଂକଟ ଦେଖାଦେଇଛି ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ତଥା ଦ୍ବିତୀୟ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଆମେରିକାରେ । ଅଧିକ ପଢନ୍ତୁ..

Donald trump
Donald trump
author img

By

Published : Nov 16, 2020, 4:28 PM IST

ୱାଶିଂଟନ: ନିର୍ବାଚନରେ ବିପୁଳ ପରାଜୟ ପରେ ମଧ୍ୟ ଜିତିବାର ଦମ୍ଭୋକ୍ତି । ପୁଣିଥରେ ନିଜକୁ ନିର୍ବାଚନରେ ବିଜୟୀ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ।

ନିର୍ବାଚନ ସରିଛି । ଫଳାଫଳ ମଧ୍ୟ ପ୍ରକାଶ ପାଇଛି । କିଏ ଜିତିଛି ଆଉ କିଏ ହାରିଛି, ତାହା ସମଗ୍ର ବିଶ୍ବ ଜାଣିଛି । ତଥାପି ହାରିଥିବା ପ୍ରାର୍ଥୀ କହୁଛି ମୁଁ ଜିତିଛି । ଏମିତି ଏକ ସଂକଟ ଦେଖାଦେଇଛି ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ତଥା ଦ୍ବିତୀୟ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଆମେରିକାରେ ।

ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ୪ ଦିନର ଭୋଟ ଗଣତି ପରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ବିଜୟୀ ହୋଇଥିବା ଏକ ପ୍ରକାର ସ୍ପଷ୍ଟ । ସମସ୍ତ ଗଣମାଧ୍ୟମ ମଧ୍ୟ ବିଡେନ ବିଜୟ ହୋଇଥିବା ଘୋଷଣା କରିଛନ୍ତି। ହେଲେ ନିଜର ପରାଜୟକୁ ଏପର୍ଯ୍ୟନ୍ତ ସ୍ୱୀକାର କରିପାରୁନାହାନ୍ତି ବର୍ତ୍ତମାନର ଗାଦିସୀନ ରାଷ୍ଟ୍ରପତି ଟ୍ରମ୍ପ।

ଆଜି ପୁଣି ଟ୍ୱିଟ କରି ନିଜକୁ ନିର୍ବାଚନରେ ବିଜେତା ଘୋଷଣା କରିଛନ୍ତି। ଏଥିସହ ପ୍ରତିପକ୍ଷ ପ୍ରାର୍ଥୀ ନିର୍ବାଚନରେ ହେରଫେର କରି ବିଜୟୀ ହୋଇଥିବା କହିଛନ୍ତି ଟ୍ରମ୍ପ। ସେପଟେ ବିଡେନଙ୍କୁ ବିଜୟୀ କହୁଥିବା ମିଡିଆକୁ ମଧ୍ୟ ଫେକ ମିଡିଆ କହିବାକୁ ପଛାଇ ନାହାନ୍ତି ଡୋନାଲ୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.