ETV Bharat / bharat

ତିନି ମାସ ଝିଅକୁ ଘରୁ ଟାଣି ନେଇ ଝୁଣି ଦେଲା କୁକୁର, ନବଜାତକ ମୃତ

author img

By

Published : Apr 23, 2023, 10:18 PM IST

ଉତ୍ତର ପ୍ରଦେଶର ଅଲିଗଡରେ ଅଭାବନୀୟ ଘଟଣା । ତିନି ମାସର ଝିଅକୁ ଟାଣି ନେଇ ଝୁଣି ଦେଲା କୁକୁର । ଅଧିକ ପଢ଼ନ୍ତୁ

ଉତ୍ତର ପ୍ରଦେଶର ଅଲିଗଡରେ ଅଭାବନୀୟ ଘଟଣା
ଉତ୍ତର ପ୍ରଦେଶର ଅଲିଗଡରେ ଅଭାବନୀୟ ଘଟଣା

ଲକ୍ଷ୍ନୌ: ଗତ କିଛି ଦିନ ହେଲା ବୁଲା କୁକୁର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ହିଂସ୍ର ହେବାରେ ଲାଗିଛନ୍ତି କୁକୁର । ମଣିଷର ବନ୍ଧୁଭାବେ କୁହାଯାଉଥିବା କୁକୁର ଏବେ ମଣିଷ ବଇରି ସାଜିଛି । ଖାସ କିର ଛୋଟ ଛୁଆମାନଙ୍କୁ ନିଜ ଶିକାର କରୁଛନ୍ତି ବୁଲା କୁକୁର । ପୁଣି କୁକୁରର ଆକ୍ରମଣର ପ୍ରାଣ ହାରାଇଛି ତିନି ମାସର କୁନି ଝିଅ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଅଲିଗଡ ସ୍ୱର୍ଣ୍ଣ ଜୟନ୍ତୀ ନଗର ଅଞ୍ଚଳର ମହାରଣା ପ୍ରତାପ କଲୋନୀରେ । ରବିବାର ଦିନ ଏକ ବୁଲା କୁକୁର ଘରେ ଶୋଇଥିବା ଅବସ୍ଥାରେ ତିନି ମାସର ଝିଅକୁ ଉଠାଇ ନେଇଥିଲା । ତେବେ କୁକୁର କମୁଡିବା ଓ ରାମ୍ପୁଡିବା ଫଳରେ କୁନି ଝିଅର ମୃତ୍ୟ ଘଟିଛି ।

ସୂଚନା ଅନୁଯାୟୀ, ମହାରଣା ପ୍ରତାପ କଲୋନୀରେ ରହୁଥିବା ପବନ କୁମାରଙ୍କ ଘରେ ବିବହ କାର୍ଯ୍ୟକ୍ରମ ଚାଲିଥିଲା । ଶନିବାର ତାଙ୍କ ଭଉଣୀ ଭୁରୀଙ୍କ ବିବାହ ହୋଇଥିଲା । ରବିବାର ସକାଳୁ ଝିଅର ବିଦାଇ କାର୍ଯ୍ୟକ୍ରମରେ ସମସ୍ତେ ବ୍ୟସ୍ତଥିଲେ । ପବନଙ୍କ ଯାଆଁଳା ପିଲା, ତିନି ମାସର ପୁଅ ପ୍ରିନ୍ସ ଏବଂ ତିନି ମାସର ଝିଅ ଦିଶା ଘର ପ୍ରାଙ୍ଗଣରେ ଶୋଇଥିଲେ । ଏହି ସମୟରେ ଦୁଇଟି କୁକୁର ଘରେ ପଶି ଶୋଇଥିବା ଅବସ୍ଥାରେ ଦିଶାକୁ ନିଜ କାମୁଡି ନେଇ ଯାଇଥିଲେ । ଘର ଲୋକ ବିବାହ ରୀତିନୀତିରେ ବ୍ୟସ୍ତଥିବା ବେଳେ ଏପରି ଅଭାବନୀୟ ଘଟଣା ଘଟିଯାଇଥିଲା ।

କୁକୁର ପାଟିରେ ପିଲାକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ କୋଳାହଳ ବ୍ୟାପି ଯାଇଥିଲା । ଲୋକଙ୍କ ପାଟି ଶୁଣି କୁକୁର ଛୁଆକୁ ନିଜ ଦାନ୍ତରେ କାମୁଡିବାକୁ ଲାଗିଥିଲେ । ଲୋକେମାନେ କୁକୁରର ଉପରେ ଇଟା ଓ ପଥର ଫିଙ୍ଗିଥିଲେ । ଫଳରେ କୁକୁରଟି ଡରି ଝିଅଟିକୁ ଛାଡି ପଳାଇଲା । କିନ୍ତୁ ସେତେବେଳକୁ ଝିଅର ଜୀବନ ଚାଲିଯାଇଥିଲା । ତେବେ ପାଟି ତୁଣ୍ଡଶୁଣି ପରିବାର ଦିଶା ପାଖରେ ପହଞ୍ଚିବା ବେଳକୁ ଆଉ ଦିଶା ଦେହରେ ପ୍ରାଣ ନଥିଲା ।

କୁକୁରରା କାମୁଡା ଏବଂ ରାମ୍ପୁଡିବା କାରଣରୁ ତିନି ମାସର ଝିଅ ଦିଶାର ଆକାଳରେ ମୃତ୍ୟୁ ଘଟିଥିଲା । ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବ୍ୟବଚ୍ଛେଦ କରିବା ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କିରଥିଲା । ତେବେ ପୋଲିସ ଘଟଣା ସହ ଜଡିତ ସମସ୍ତ ସିସିଟିଭିକୁ ଯାଞ୍ଚ କିରାବ ସହ କୁକୁର କାମୁଡି ନା ଅନ୍ୟ କୌଣସି କାରଣ ରିହିଛି ସେନେଇ ତଦନ୍ତ ଆରମ୍ଭ କିରଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.