ETV Bharat / bharat

ମୁଖ୍ୟମନ୍ତ୍ରୀ ହୋଇପାରିବେନି DMK ମୁଖ୍ୟ ଷ୍ଟାଲିନ: ଏମ କେ ଆଲାଗିରି - ତାମିଲନାଡୁ ବିଧାନସଭା ନିର୍ବାଚନ

ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ଡିଏମକେ ମୁଖ୍ୟ ଏମ କେ ଷ୍ଟାଲିନ । ଏପରି ବୟାନ ଦେଇଛନ୍ତି ଏମକେ ଆଲାଗିରି । ଅଧିକ ପଢନ୍ତୁ.....

ମୁଖ୍ୟମନ୍ତ୍ରୀ ହୋଇ ପାରିବେନି DMK ମୁଖ୍ୟ ଷ୍ଠାଲିନ: ଏମ କେ ଆଲାଗିରି

author img

By

Published : Jan 4, 2021, 4:23 PM IST

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ । ଏପରି ବୟାନ ଦେଇଛନ୍ତି ଡିଏମକେରୁ ବହିଷ୍କୃତ ନେତା ତଥା ଷ୍ଟାଲିନଙ୍କ ବଡ ଭାଇ ଏ କେ ଆଲାଗିରି । ମଦୁରାଇରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ସେ ରାଜ୍ୟ ରାଜନୀତିକୁ ନେଇ ଏପରି ଟିପ୍ପଣୀ କରିଛନ୍ତି ।

ଏମକେ ଆଲାଗିରି ହେଉଛନ୍ତି ଡିଏମକେ ପ୍ରତିଷ୍ଠାତା ଏମ କେ କରୁଣା ନିଧିଙ୍କ ବଡ ପୁଅ ତଥା ଷ୍ଟାଲିନଙ୍କ ବଡ ଭାଇ । ସେ ଡିଏମକେ ଦକ୍ଷିଣ ତାମିଲନାଡୁର ଜୋନ ସଭାପତି ଥିବାବେଳେ ଦଳ ବିରୋଧି କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା । ତା ପରେ ସେ KDMK ନାମରେ ନିଜର ଏକ ରାଜନୈତିକ ଦଳ ମଧ୍ୟ ଗଠନ କରିସାରିଛନ୍ତି । ଚଳିତ ବିଧାନସଭାରେ ତାଙ୍କ ନବଗଠିତ ଦଳ ପ୍ରତିଦ୍ବନ୍ଦିତା କରିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିସାରିଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ତାଙ୍କୁ ଦଳରୁ ବିଦା କରିବା ପ୍ରସଙ୍ଗରେ ମଧ୍ୟ ସେ ମୁହଁ ଖୋଲିବା ସହ ଷ୍ଟାଲିନଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ସେ କେନ୍ଦ୍ରମନ୍ତ୍ରୀ ଥିବା ସମୟରେ ତାଙ୍କ ବାପା ତଥା ଡିଏମକେ ମୁଖ୍ୟ କରୁଣା ନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେବା ପାଇଁ ତାଙ୍କ ପରାମର୍ଶ ଚାହିଁଥିଲେ । ସେତେବେଳେ ତାଙ୍କର କୌଣସି ଅଭିଯୋଗ ନଥିବା କଥା ସେ କରୁଣାନିଧିଙ୍କୁ ଜଣାଇଥିଲେ ।

ପରବର୍ତ୍ତୀ ସମୟରେ ତାଙ୍କୁ ଦକ୍ଷିଣ ଜୋନର ସମ୍ପାଦକ ଭାବେ ଦାୟିତ୍ବ ଦିଆଯିବାରୁ ତାଙ୍କ ପ୍ରତି ଷ୍ଟାଲିନ ଇର୍ଷାନ୍ବିତ ହୋଇଥିଲେ । ତେଣୁ ତାଙ୍କୁ ରାଜନୈତିକ ଆକ୍ରୋଶର ଶିକାର ହେବାକୁ ପଡିଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

ଚଳିତ ବର୍ଷ ତାମିଲନାଡୁରେ ବିଧାନସଭା ହେବାକୁ ଯାଉଥିବାବେଳେ ଡିଏମକେ କ୍ଷମତା ହାସଲ କରିବା ପାଇଁ ପ୍ରଚାର ଆରମ୍ଭ କରିସାରିଥିବା ବେଳେ ଏଥର କିନ୍ତୁ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ହେବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ଆଲାଗିରି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.