ETV Bharat / bharat

ଅଷ୍ଟ୍ରେଲିଆରେ ସ୍ତ୍ରୀକୁ ଛାଡପତ୍ର ଦେଇଥିଲେ, ଭାରତରେ ଅବୈଧ ଘୋଷଣା କଲେ ମାଡ୍ରାସ କୋର୍ଟ

author img

By

Published : Jul 21, 2023, 1:37 PM IST

ଛାଡପତ୍ର ମାମଲାରେ ଅଷ୍ଟ୍ରେଲିଆ କୋର୍ଟଙ୍କ ରାୟକୁ ରବ୍ଦ କଲେ ମାଡ୍ରାସ କୋର୍ଟ । ପଢନ୍ତୁ ପୁରା ଘଟଣା

ଅଷ୍ଟ୍ରେଲିଆ ଅଦଲାତଙ୍କ ରାୟ ରବ୍ଦ କଲେ ମାଡ୍ରାସ କୋର୍ଟ

ଚେନ୍ନାଇ: ମାଡ୍ରାସ କୋର୍ଟ ଅଷ୍ଟ୍ରେଲିଆ ଅଦାଲତ ଦେଇଥିବା ଏକ ରାୟ ରବ୍ଦ କରିଛନ୍ତି । ପ୍ରବାସୀ ଭାରତୀୟ ଦମ୍ପତିଙ୍କ ଛାଡପତ୍ର ମାମଲାରେ ଏହି ରାୟ ଆସିଥିଲା । ମହିଳାଙ୍କ ସ୍ବାମୀ ତାଙ୍କୁ ଛାଡପତ୍ର ପାଇଁ ଅଷ୍ଟ୍ରେଲିଆ ଏଡିଲେଡ କୋର୍ଟରେ ଆବଦେନ କରିଥିଲେ । ପରବର୍ତ୍ତୀ ସମୟରେ କୋର୍ଟ ଦୁହିଁଙ୍କ ବୈବାହିକ ସମ୍ପର୍କର ଅନ୍ତ ଘଟାଇଥିଲେ । କିନ୍ତୁ ମହିଳା କୋର୍ଟଙ୍କ ରାୟ ଅବୈଧ ବୋଲି ଘୋଷଣା କରିବାକୁ ମାଡ୍ରାସ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ମାମଲାର ଶୁଣାଣି କରି ଭାରତରେ ବିବାହ କରିଥିଲେ ଅଷ୍ଟ୍ରେଲିଆରେ ଛାଡପତ୍ର ହୋଇପାରିବ ନାହିଁ ବୋଲି ମାଡ୍ରାସ କୋର୍ଟ ବିଚାରପତି କହିଛନ୍ତି । ଜାଣନ୍ତୁ କ'ଣ ଥିଲା ପୁରା ଘଟଣା ।

କର୍ଣ୍ଣାଟକର ମହିଳା ଓ ତାମିଲନାଡୁର ଯୁବକ ଅଷ୍ଟ୍ରେଲିଆରେ ପଢୁଥିବା ସମୟରେ ପରସ୍ପରକୁ ଭଲ ପାଇ ବସିଥିଲେ । ୨୦୦୬ରେ ଚେନ୍ନାଇର ଏକ ଚର୍ଚ୍ଚରେ ଦୁହିଁଙ୍କ ବିବାହ ହୋଇଥିଲା । ସେମାନେ ନିଜ ପରିବାର ସହ ଅଷ୍ଟ୍ରେଲିଆରେ ବସବାସ କରୁଥିଲେ । କିନ୍ତୁ ମହିଳା ଅନ୍ୟ ଧର୍ମର ହୋଇଥିବାରୁ ଶାଶୁଘର ଲୋକେ ସହଜରେ ଗ୍ରହଣ କରୁନଥିଲେ । ଏହାକୁ ନେଇ ମହିଳା ଖୁବ୍ ବିବ୍ରତ ରହୁଥିଲେ । ଏହାରି ଭିତରେ ତାଙ୍କର ସ୍ବାମୀ ଅନ୍ୟ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଲେ ଏବଂ ତାଙ୍କୁ ଶାରିରୀକ ନିର୍ଯାତନା ଦେବା ଆରମ୍ଭ କଲେ ।

ଏହାମଧ୍ୟ ପଢନ୍ତୁ: Ram Rahim Gets Parole: ପୁଣି ପାରୋଲରେ ରାମ ରହିମ, ଅଢେଇ ବର୍ଷରେ 7 ଥର

ଏହାପରେ ମହିଳା ଅଷ୍ଟ୍ରେଲିଆ କୋର୍ଟରେ ନିଜ ସ୍ବାମୀ ବିରୋଧରେ ଘରୋଇ ହିଂସା ଅଭିଯୋଗ କରିଥିଲେ । ଅନ୍ୟପଟେ ସ୍ବାମୀ ତାଙ୍କ ଠାରୁ ଛାଡପତ୍ର ପାଇଁ ଏଡିଲେଡ ଫେଡେରାଲ ସର୍କିଟ କୋର୍ଟରେ ଆବେଦନ କରିଥିଲେ । ୨୦୨୦ରେ କୋର୍ଟ ମାମଲାର ଶୁଣାଣି କରି ବିବାହ ବିଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ ଗ୍ରହଣ କରିନଥିଲେ ମହିଳା । ସେ ଅଷ୍ଟ୍ରେଲିଆ କୋର୍ଟଙ୍କ ରାୟକୁ ଚେନ୍ନାଇ ଫ୍ୟାମିଲ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏଡିଲେଡ କୋର୍ଟଙ୍କ ରାୟ ଅବୈଧ ଘୋଷଣା କରିବାକୁ ସେ ଭାରତରେ ମାମଲା ରୁଜୁ କରିଥିଲେ । ମାଡ୍ରାସ ହାଇକୋର୍ଟ ପରିସରରେ ତୃତୀୟ ଆଡିସନାଲ ଫ୍ୟାମିଲ କୋର୍ଟର ବିଚାରପତି କେଏସ ଜୟାମଙ୍ଗଲମ ଏହି ମାମଲାର ଶୁଣାଣି କରିଥିଲେ ।

ବିଚାରପତି ମହିଳାଙ୍କ ସ୍ବାମୀଙ୍କୁ ଇମେଲ ଓ ହ୍ବାର୍ଟ୍ସଆପ ଜରିଆରେ ସମନ କରିଥିଲେ । କିନ୍ତୁ ସେ ହାଜର ହୋଇନଥିଲେ । ସେପଟେ ଭାରତରେ ହୋଇଥିବା ବିବାହ ମାମଲାରେ ଅଷ୍ଟ୍ରେଲିଆ କୋର୍ଟ ଛାଡପତ୍ର ନିର୍ଦ୍ଦେଶ ଦେଇପାରିବେ ନାହିଁ ଆବେଦନକାରୀଙ୍କ ଆଇନଜୀବୀ କୋର୍ଟରେ ଯୁକ୍ତି ବାଢିଥିଲେ । ଏନେଇ କୋର୍ଟ ରାୟ ଶୁଣାଇଥିଲେ ଯେ, ଭାରତରେ ହିନ୍ଦୁ ମ୍ୟାରେଜ ଆକ୍ଟ କିମ୍ବା ସ୍ପେଶାଲ ମ୍ୟାରେଜ ଆକ୍ଟରେ ବିବାହ ହୋଇଥାଉ ନା କାହିଁକି ଭାରତରେ ମାମଲା ଦାୟର କରାଯାଇପାରିବ । ଏହି ମାମଲାରେ ମହିଳାଙ୍କୁ ସମନ କରାନଯାଇ ଏଡିଲେଡ କୋର୍ଟ ଛାଡପତ୍ର ମଞ୍ଜୁର କରୁଛନ୍ତି । ଏହି କାରଣରୁ ବିଚାରପତି ଅଷ୍ଟ୍ରେଲିଆ କୋର୍ଟଙ୍କ ଦ୍ବାରା ଦିଆଯାଇଥିବା ଛାଡପତ୍ର ରାୟ ରବ୍ଦ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.