ନୂଆଦିଲ୍ଲୀ: ଉଗ୍ରବାଦ ପ୍ରବଣତା ଓ ଆଭ୍ୟନ୍ତରୀଣ ଅସ୍ଥିରତା ପାଇଁ ଉତ୍ତର-ପୂର୍ବ ରାଜ୍ଯଗୁଡିକରେ ଲାଗିଥିବା ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ Armed Forces Special Powers Act (AFSPA) ପ୍ରତ୍ୟାହାର ନେଇ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକରା । ଆଜି ଏନେଇ ସୂଚନା ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, 3 ଉତ୍ତର-ପୂର୍ବ ରାଜ୍ୟ ଆସାମ, ନାଗାଲାଣ୍ଡ ଓ ମଣିପୁରରେ ଏହି ଆଇନର ପରିସରକୁ ସଙ୍କୁୁଚିତ କରିବା ଅର୍ଥାତ ଏହାର ଅଧିକାର କ୍ଷେତ୍ରକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ହୋଇଛି ।
-
Thanks to PM @NarendraModi Ji’s unwavering commitment, our North-Eastern region, which was neglected for decades is now witnessing a new era of peace, prosperity and unprecedented development.
— Amit Shah (@AmitShah) March 31, 2022 " class="align-text-top noRightClick twitterSection" data="
I congratulate the people of North East on this momentous occassion.
">Thanks to PM @NarendraModi Ji’s unwavering commitment, our North-Eastern region, which was neglected for decades is now witnessing a new era of peace, prosperity and unprecedented development.
— Amit Shah (@AmitShah) March 31, 2022
I congratulate the people of North East on this momentous occassion.Thanks to PM @NarendraModi Ji’s unwavering commitment, our North-Eastern region, which was neglected for decades is now witnessing a new era of peace, prosperity and unprecedented development.
— Amit Shah (@AmitShah) March 31, 2022
I congratulate the people of North East on this momentous occassion.
ଦଶନ୍ଧି ଧରି ଜାରି ରହିଥିବା ଏହି ଆଇନ ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଇ ପାରିବ ନାହିଁ । ଏହା ଆବଶ୍ୟକ ସ୍ଥଳେ ଏହାର ଅଧିକାର କ୍ଷେତ୍ରକୁ ହ୍ରାସ କରାଯିବ । ଏହି 3ରାଜ୍ୟର କିଛି ଅଞ୍ଚଳରୁ ଏହି ଆଇନକୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବଧୀନ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି । ପୂର୍ବ ସ୍ଥିତିରେ ସୁଧାର ଆସିଛି । ଉକ୍ତ ଅଞ୍ଚଳରେ ଦଶନ୍ଧି ଧରି ଲାଗି ରହିଥିବା ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତିରେ ମଧ୍ୟ ନିୟନ୍ତ୍ରଣ ଆସିଛି । ତେଣୁ ଏହାକୁ ସଙ୍କୁଚିତ କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଥିବା ଶାହ ସୂଚନା ଦେବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।
ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଏବି ବିବାଦ ପରେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । 3ରାଜ୍ୟର ମୋଟ 23 ଜିଲ୍ଲାରୁ ଏବି ସ୍ବତନ୍ତ୍ର ଆଇନକୁ ପ୍ରତ୍ୟାହାର କରାଯାଉ ଥିବାବେଳେ ଏଥି ମଧ୍ୟରେ ଆସମର ଗୋଟିଏ ଜିଲ୍ଲା ରହିଛି ।
1990 ମସିହାରେ ଉତ୍ତର-ପୂର୍ବ ଅଞ୍ଚଳରେ ଆଭ୍ୟନ୍ତରୀଣ ସୁରକ୍ଷା, ବିଛିନ୍ନତାବାଦ ଓ ଉଗ୍ରବାଦ ପରି ସମସ୍ୟା ଦେଶର ଅଖଣ୍ଡତା ପ୍ରତି ଆଶଙ୍କା ସୃଷ୍ଟି କରିଥିବା ବେଳେ ଏହି ସ୍ବତନ୍ତ୍ରା ସଶସ୍ତ୍ର ଆଇନ ଲାଗୁ କରିଥିଲେ ତତ୍କାଳୀନ କେନ୍ଦ୍ର ସରକାର । ପରେ ଏହି ନିଷ୍ପତ୍ତିକୁ ମାନବାଧିକାରର ଉଲଙ୍ଘନ ଦର୍ଶାଇ ଏହାକୁ ଅନେକ ସାମାଜିକ ସଂଗଠନ ଓ ମାନବାଧିକର ସଂଗଠନ ପ୍ରତ୍ୟାହାର କରିବା ପାଇଁ ଦାବି କରିଆସୁଥିଲେ । ତେବେ ଗତବର୍ଷ ଘଟିଥିବା ନାଗାଲାଣ୍ଡ ଗୁଳାକାଣ୍ଡ ପରେ ଏହାର ପ୍ରତ୍ୟାହାର ନେଇ ଦାବି ଜୋର ଧରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ