ETV Bharat / bharat

Manipur violence: ଜିଲ୍ଲାସ୍ତରରେ SIT କରିବ ତଦନ୍ତ, ସୁପ୍ରିମକୋର୍ଟଙ୍କୁ ଅବଗତ କଲା କେନ୍ଦ୍ର

author img

By

Published : Aug 7, 2023, 4:50 PM IST

ମଣିପୁର ହିଂସା ମାମଲାରେ ସର୍ବୋଚ୍ଚ କୋର୍ଟରେ ଶୁଣାଣି ଜାରି । ହିଂସାର ତଦନ୍ତ ପାଇଁ ଗଠନ ହେବ ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି) । ସର୍ବୋଚ୍ଚ କୋର୍ଟଙ୍କୁ ଅବଗତ କଲେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

Manipur violence: ତଦନ୍ତ ପାଇଁ ଗଠନ ହେବ ଜିଲ୍ଲାସ୍ତରୀୟ ଟିମ

ନୂଆଦିଲ୍ଲୀ: ମଣିପୁର ହିଂସା ମାମଲାର ତଦନ୍ତ ପାଇଁ ଜିଲ୍ଲାସ୍ତରରେ ଗଠନ ହେବ ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT)। ଏହି ଟିମଗୁଡିକ ପ୍ରତ୍ୟେକ ଜିଲ୍ଲାରେ ଘଟିଥିବା ହିଂସାର ପୃଥକ ତଦନ୍ତ କରିବ । ଏହାର ନେତୃତ୍ବ ନେବେ ଜଣେ ଲେଖାଏଁ ଆଇପିଏସ ଅଧିକାରୀ । ମହିଳା ବିରୋଧୀ ହିଂସା ପାଇଁ ଏହି ଏସଆଇଟି ଟିମରେ ମହିଳା ଆଇପିଏସଙ୍କ ନେତୃତ୍ବାଧୀନ ଏକ ମହିଳା ପୋଲିସ ଅଧିକାରୀଙ୍କ ଟିମ ମଧ୍ୟ ରହିବ । ଆଜି ଶୁଣାଣି ସମୟରେ କେନ୍ଦ୍ର ସରକାର ସର୍ବୋଚ୍ଚ କୋର୍ଟଙ୍କୁ ଏହା ସ୍ପଷ୍ଟ କରିଛନ୍ତି । ମଣିପୁରରେ ସୃଷ୍ଟି ହୋଇଥିବା ହିଂସା ଘଟଣାର ତଦନ୍ତ ପାଇଁ ସର୍ବୋଚ୍ଚ କୋର୍ଟ ଏକ କମିଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେବା ନେଇ ହୋଇଥିବା ମାମଲାରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଆଜି ଶୁଣାଣି ସମୟରେ ସୁପ୍ରିମ କୋର୍ଟରେ ମଣିପୁର ପୋଲିସ ମହାନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ଆଜି ଶୁଣାଣି ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମଣୀ ପକ୍ଷ ରଖିଥିଲେ । ଆଟର୍ଣ୍ଣି ଜେନେରାଲ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ ଯେ, ଜିଲ୍ଲାସ୍ତରରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଗଠନ କରାଯାଇ ତଦନ୍ତ କରାଯିବ । ପ୍ରତ୍ୟେକ ଏସଆଇଟିର ନେତୃତ୍ବ ଜଣେ ଲେଖାଏଁ ଆଇପିଏସ ଅଧକାରୀ ନେବେ । ଏହାକୁ ଡିଆଇଜି ସ୍ତରର ଅଧିକାରୀ ତଦାରଖ କରିବେ । ପ୍ରତ୍ୟେକ ଡିଆଇଜି ପାହ୍ୟାର ଅଧିକାରୀଙ୍କ ଅଧୀନରେ ପ୍ରାୟ 6 ଟି ଏସଆଇଟି ରହିବ ।

ଆଟର୍ଣ୍ଣି ଜେନେରାଲ କୋର୍ଟଙ୍କୁ ଏହା ମଧ୍ଯ ଅବଗତ କରିଥିଲେ ଯେ, ମଣିପୁରରେ ହିଂସା ରୋକିବା ପାଇଁ ସରକାର ଏକ ପରିପକ୍ବତାର ସହ ଭାରସାମ୍ୟ ରକ୍ଷା କରି ତଦନ୍ତ ଜାରି ରଖିଛନ୍ତି । ସ୍ଥିତି ନିୟନ୍ତ୍ରଣକୁ ଆସିବାରେ ଲାଗିଛି । ଯେଉଁସ୍ଥାନରେ ମହିଳାଙ୍କ ପ୍ରତି ହିଂସା ଦେଖାଯାଇଛି, ସେହି ମାମଲାର ତଦନ୍ତ ମହିଳା ଅଧିକାରୀଙ୍କ ନେତୃତ୍ବାଧୀନ ଏସଇଟିରେ ହେବ ।

ଏହା ମଧ୍ୟ ପଢନ୍ତୁ:-Manipur violence: ହିଂସାରେ ପୁଣି ଜଳିଲା ୧୫ ଘର, ଜଣଙ୍କୁ ଗୁଳିମାଡ

ମେ’ 3 ତାରିଖରୁ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ଏବେ ମଧ୍ୟ ଜାରି ରହିଛି । ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ଏବେ ବି ହିଂସା ନିୟନ୍ତ୍ରଣକୁ ଆସିପାରିନାହିଁ । ନିକଟରେ ଏକ ଅସ୍ତ୍ରାଗାରରୁ ଅନେକ ଅସ୍ତ୍ରଶସ୍ତ୍ର ଲୁଟ କରିନେଇଛନ୍ତି ଉଗ୍ରବାଦୀ । ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହିଂସାର ଖବର ଆସିବାର ଲାଗିଛି । ଏବେ ସୁଦ୍ଧା ହିଂସା ଆରମ୍ଭରୁ 160ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇସାରିଲାଣି । ଭାଇରାଲ ଭିଡିଓ ସମେତ ମହିଳା ବିରୋଧୀ ହିଂସାର 11ଟି ମାମଲାର ତଦନ୍ତ ସିବିଆଇ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.