ETV Bharat / bharat

ଧାରଣା ଶେଷ କରିବାକୁ ଚାଷୀଙ୍କୁ ପୋଲିସର ଚେତାବନୀ‌, ଆତ୍ମସମର୍ପଣ କରିବାକୁ ମନାକଲେ ଟିକାୟତ

author img

By

Published : Jan 28, 2021, 7:28 PM IST

ଚାଷୀଙ୍କୁ ଧାରଣା ଶେଷ କରିବା ପାଇଁ ଅନ୍ତିମ ଚେତାବନୀ ଦେଇଛି ଦିଲ୍ଲୀ ପୋଲିସ । ଗାଜିପୁର ସୀମାରେ ଆରମ୍ଭ ହୋଇଯାଇଛି ହଲଚଲ । ଏଠାରେ ପ୍ରଶାସନ ଚାଷୀଙ୍କ ଟେଣ୍ଟ୍‌ ହଟାଇବା ଆରମ୍ଭ କରିଦେଇଛି । ଅଧିକ ପଢନ୍ତୁ...

ଧାରଣା ଶେଷ କରିବାକୁ ଚାଷୀଙ୍କୁ ପୋଲିସର ଅଲ୍ଟିମେଟ୍‌, ଆତ୍ମସମର୍ପଣ କରିବେ ଟିକାୟୟତ!

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ପରେଡକୁ ନେଇ ଜାରି ରହିଛି ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ । ଗୁରୁବାର ପୋଲିସ ଅନେକ ଚାଷୀଙ୍କ ହାତରେ ଧରାଇଦେଇଛି ନୋଟିସ୍‌ । ଗଣତନ୍ତ୍ର ଦିବସରେ ହୋଇଥିବା ଟ୍ରାକ୍ଟର ପରେଡ ସମୟରେ ହିଂସା ଯୋଗୁଁ ଆହତ ପୋଲିସ କର୍ମୀଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆକ୍ସନମୋଡକୁ ଆସିଯାଇଛନ୍ତି । ଚାଷୀଙ୍କୁ ଧାରଣା ଶେଷ କରିବା ପାଇଁ ଚେତାବନୀ ଦିଆଯାଇଛି ।

ଅନ୍ୟପକ୍ଷେ ଗାଜିପୁର ସୀମାରେ ଚାଷୀଙ୍କ ଧାରଣା ବିରୋଧରେ ଲୋକେ ଏକଜୁଟ ହୋଇଛନ୍ତି । କ୍ରମାଗତ ସ୍ଳୋଗାନବାଜି ଶୁଣିବାକୁ ମିଳୁଛି । ଏହି ସ୍ଥାନୀୟ ଲୋକେ ଦିଲ୍ଲୀ ପୋଲିସ ଓ ଉତ୍ତରପ୍ରଦେଶ ପୋଲିସ ସମର୍ଥନରେ ମଧ୍ୟ ନାରା ଦେଉଛନ୍ତି ।

ଗାଜିପୁର ସୀମାରେ ଆରମ୍ଭ ହୋଇଯାଇଛି ହଲଚଲ । ଏଠାରେ ପ୍ରଶାସନ ଚାଷୀଙ୍କ ଟେଣ୍ଟ୍‌ ହଟାଇବା ଆରମ୍ଭ କରିଦେଇଛି । ସେପଟେ ଚାଷୀନେତା ରାକେଶ ଟିକାୟତ ମଞ୍ଚରେ ଚାଷୀଙ୍କୁ ସମ୍ବୋଧନ କରିବାକୁ ଯାଉଛନ୍ତି । ତେବେ ସେ ଆତ୍ମସମର୍ପଣ କରିବାକୁ ମନା କରିଦେଇଛନ୍ତି । ଏହା ପୂର୍ବରୁ ଧାରଣା ଶେଷ କରିବା ପାଇଁ ଗାଜିଆବାଦ ପ୍ରଶାସନ ଓ ପୋଲିସ ଅଧିକାରୀମାନେ ଚାଷୀନେତାଙ୍କୁ ବୁଝାସୁଝା କରିଛନ୍ତି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ଗାଜିଆବାଦ ଜିଲ୍ଲାପାଳ ଚାଷୀଙ୍କୁ ଧାରଣାସ୍ଥଳ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ସମୟ ପୂର୍ବରୁ ଯୋଗୀ ସରକାର ସମସ୍ତ ଜିଲ୍ଲାପାଳ ଏବଂ ପୋଲିସ-ପ୍ରଶାସନକୁ ଚାଷୀଙ୍କ ଧାରଣା ଶେଷ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ୟୁପି ଫାଟକରେ ପିକେଟିଂ ଖାଲି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ଚେତାବନୀ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.