ETV Bharat / bharat

ଭାରତରେ କୋଭିଡ ଟୀକାର ସଂରକ୍ଷଣ ଓ ବିତରଣ

କୋଭିଡ ଭ୍ୟାକ୍ସିନର ପରୀକ୍ଷା ଯଥାଶୀଘ୍ର ଶେଷ କରିବାକୁ ବିଶ୍ବବ୍ୟାପୀ ବୈଜ୍ଞନିକମାନେ ଦ୍ରୁତଗତିରେ କାର୍ଯ୍ୟ କରୁଛନ୍ତି । ମାତ୍ର ଏକ ଫଳପ୍ରଦ ଟୀକା ପ୍ରସ୍ତୁତି ପରେ ଭାରତ ଭଳି ଉଷ୍ମ ଜଳବାୟୁ ଦେଶରେ ଟୀକାର ସଂରକ୍ଷଣ ଓ ଟୀକାକରଣ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଅଧିକ ପଢନ୍ତୁ...

ଭାରତରେ କୋଭିଡ ଟୀକାର ସଂରକ୍ଷଣ ଓ ବିତରଣ
ଭାରତରେ କୋଭିଡ ଟୀକାର ସଂରକ୍ଷଣ ଓ ବିତରଣ
author img

By

Published : Dec 20, 2020, 10:40 PM IST

ହାଇଦ୍ରାବାଦ: କୋରୋନାକୁ ପ୍ରତିହତ ପାଇଁ ସାରା ବିଶ୍ବର ବୈଜ୍ଞାନିକଙ୍କ ପକ୍ଷରୁ କୋଭିଡ ଭ୍ୟାକ୍ସିନର ସୁରକ୍ଷା ଓ ପ୍ରଭାବ ନେଇ 100 ଟୀକା ଉପରେ ପରୀକ୍ଷଣ ଚାଲିଛି । ଯଥାଶୀଘ୍ର ଫଳପ୍ରଦ ଟୀକା ପରୀକ୍ଷା ଶେଷ କରିବାକୁ ବୈଜ୍ଞାନିକମାନେ ଦ୍ରୁତଗତିରେ କାର୍ଯ୍ୟ କରୁଛନ୍ତି । ମାତ୍ର କୋଭିଡ ବିରୋଧୀ ଯୁଦ୍ଧର ଏହା କେବଳ ଅଧା । 2021ରେ ଟୀକା ପ୍ରସ୍ତୁତ ପରେ ଏହାର ସଂରକ୍ଷଣ ଓ ବିତରଣ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ । କିପରି ସୁରକ୍ଷିତ ଭାବେ ଟୀକାକୁ କ୍ଲିନିକ, ହସ୍ପିଟାଲ ଏବଂ ଲୋକମାନଙ୍କ ପାଖରେ ପହଞ୍ଚାଯାଇପାରିବ ସେ ଦିଗରେ ସରକାରଙ୍କୁ ଏକ ଉତ୍ତମ ରଣନୀତି ପ୍ରସ୍ତୁତ କରିବାକୁ ହେବ ।

କୋଭଡ-19 ଟୀକା ବିତରଣ ପାଇଁ ଶୀତଳ ଭଣ୍ଡାର ଖୁବ ଗୁରୁତ୍ବପୂର୍ଣ୍ଣ:

ଶୀତଳ ତାପମାତ୍ରା ଆବଶ୍ୟକ କରୁଥିବା ଟୀକା ଅଧିକ ତାପମାତ୍ରାର ସମ୍ମୁଖୀନ ହେଲେ ନିଜର ଶକ୍ତି ହରାଇଥାଏ । ମନେକର ମହାମାରୀ ସଙ୍କଟ ମଧ୍ୟରେ ଫାଇଜର ଟୀକା ସାରା ବିଶ୍ବ ପାଇଁ ଆଶା ସଞ୍ଚାର କରିଥିବାବେଳେ ଏହାର ସଂରକ୍ଷଣ ଭାରତ ପାଇଁ ପାଲଟିଛି ବଡ ଚ୍ୟାଲେଞ୍ଜ । ଫାଇଜର ଭ୍ୟାକ୍ସିନ -70 ଡିଗ୍ରୀ ସେଲସିୟସରେ ରହିପାରିବ । ଯାହା ଆଣ୍ଟ୍ରାକର୍ଟିକାର ଥଣ୍ଡା ଅପେକ୍ଷା ଅଧିକ ଥଣ୍ଡା ଅଟେ । ଭାରତକୁ ବହୁସଂଖ୍ୟକ ଟୀକାର ପ୍ରୟୋଜନ ଥିବା ବେଳେ ଟୀକାର ସୁରକ୍ଷା ପାଇଁ ଉପଯୁକ୍ତ ଶୀତଳ ତାପମାତ୍ରା ମଧ୍ୟ ଆବଶ୍ୟକ ଅଟେ ।

ଭାରତର ଶୀତଳ ଭଣ୍ଡାର କ୍ଷମତା ଡୋଜ ନଂ

ସରକାରୀ କ୍ଷମତା 200-250 ମିଲିୟନ

ବେସରକାରୀ କ୍ଷମତା 250-300 ମିଲିୟନ

ମୋଟ କ୍ଷମତା 450-550 ମିଲିୟନ

. ବର୍ତ୍ତମାନ ଶୀତଳ ଭଣ୍ଡାର କ୍ଷମତା

ଇଲେକ୍ଟ୍ରିକ

ଉପକରଣ ତାପମାତ୍ରା

ଶୀତଳ କୋଠରୀ 2 ରୁ 8

ଓ୍ବାକ ଇନ କୁଲର 2 ରୁ 8

ଓ୍ବାକ ଇନ ଫ୍ରିଜର -15 ରୁ -25

ଆଇସି ଲାଇନ୍ଡ ରେଫ୍ରିଜରେଟର 2 ରୁ 8

ଡିପ ଫ୍ରିଜର -15 ରୁ -25

ନନ ଇଲେକ୍ଟ୍ରିକ

କୋଲ୍ଡ ବକ୍ସ 2 ରୁ 8

ଭ୍ୟାକ୍ସିନ କ୍ୟାରିଅର 2 ରୁ 8

କୋଲ୍ଡ ଚେନ:

ବିଶ୍ବର କୋଣ ଅନୁକୋଣରେ ଟୀକା ବିତରଣ କରିବା ଏକ ଜଟିଳ କାର୍ଯ୍ୟ । ଏହି ଜୀବନ ରକ୍ଷାକାରୀ ଉତ୍ପାଦଗୁଡିକୁ ସଂରକ୍ଷଣ, ପରିଚାଳନା ଏବଂ ପରିବହନ ପାଇଁ ତାପମାତ୍ରା ନିୟନ୍ତ୍ରିତ ପରିବେଶରେ ସଠିକ ସମନ୍ବିତ ଘଟଣାଗୁଡିକର ଏକ ଶୃଙ୍ଖଳ ବା ଚେନ୍ ଆବଶ୍ୟକ କରେ, ଯାହାକୁ କୋଲ୍ଡ ଚେନ କୁହାଯାଏ । ଟୀକାଗୁଡିକର ଉତ୍ପାଦନ ଦିନଠାରୁ ଟୀକାକରଣ ପର୍ଯ୍ୟନ୍ତ ଲଗାତର ଭାବେ ଏହା ଏକ ସୀମିତ ତାପମାତ୍ରା ପରିସରରେ ସଂରକ୍ଷିତ ହେବା ଆବଶ୍ୟକ । ନଚେତ ଏହା ଅତ୍ୟଧିକ ଉଚ୍ଚ କିମ୍ବା ଅତ୍ୟଧିକ କମ୍ ତାପମାତ୍ରାରେ ଶକ୍ତି ହରାଇପାରେ ।

ମାଇନସ 70 ଡିଗ୍ରୀ ସେଲସିୟସରେ ଭ୍ୟାକ୍ସିନ ସଂରକ୍ଷିତ କରିବା ବ୍ୟବସ୍ଥା ପ୍ରସ୍ତୁତ କରିବା ବଡ ଚ୍ୟାଲେଞ୍ଜ ଅଟେ । କାରଣ ଅଧିକାଂଶ ଶୀତଳ ଭଣ୍ଡାର କେବଳ ଦୁଇରୁ ଆଠ ଡିଗ୍ରୀ ସେଲସିୟସ ମଧ୍ୟରେ ତାପମାତ୍ରା ପ୍ରଦାନ କରିବାକୁ ସଜ୍ଜିତ ଅଟେ । ଅକ୍ସଫୋର୍ଡ, ଜନସନ ଆଣ୍ଡ ଜନସନ ଏବଂ ନୋଭାଭକ୍ସ ଦ୍ବାରା ପ୍ରସ୍ତୁତ କୋଭିଡ ଟୀକାଗୁଡିକ ମୁଖ୍ୟତଃ ଉଷ୍ମ ତାପମାତ୍ରାରେ ବଞ୍ଚିବାର କ୍ଷମତା ହେତୁ ଏହା ଭାରତରେ ବିତରଣ ପାଇଁ ସର୍ବୋଚ୍ଚ ପ୍ରତିଯୋଗୀ ଅଟନ୍ତି । ଫାଇଜର ଟୀକା -70 ଡିଗ୍ରୀ ସେଲସିୟସ ଆବଶ୍ୟକ କରୁଥିବାବେଳେ ମର୍ଡେନା ଟୀକା -20 ଡିଗ୍ରୀ, ଅକ୍ସଫୋର୍ଡ ବା ଅଷ୍ଟାଜେନକା ଟୀକା 2 ରୁ 8 ଡିଗ୍ରୀ, ଜନସନ ଆଣ୍ଡ ଜନସନ ଟୀକା 2 ର 8 ଡିଗ୍ରୀ ଏବଂ ନୋଭାଭକ୍ସ ମଧ୍ୟ ସମାନ 2 ରୁ 8 ଡିଗ୍ରୀ ତାପମାତ୍ରା ଆବଶ୍ୟକ କରେ ।

ଭାରତରେ ଶୀତଳ ଭଣ୍ଡାର ଭିତ୍ତିଭୂମି ଅଭାବର କାରଣ:

ତେବେ ଭାରତରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଅଭାବ, ତାଲିମପ୍ରାପ୍ତ କର୍ମଚାରୀଙ୍କ ଅଭାବ, ପୁରୁଣା ଟେକ୍ନୋଲୋଜି ଏବଂ ବିଦ୍ୟୁତ ଯୋଗାଣରେ ଅନିୟମିତତା ଦେଶର କୋଲ୍ଡ ଚେନ ଅଭିବୃଦ୍ଧିରେ ପ୍ରମୁଖ ବାଧକ ଅଟନ୍ତି ।

ସରକାର କୋଭିଡ-19 ପାଇଁ ଏକ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ଗଠନ କରିଛନ୍ତି । ଏହି ଗୋଷ୍ଠୀର ଉଦ୍ଦେଶ୍ୟ ଭାରତ ତଥା ବିଶ୍ବର କୋଭିଡ ବିରୋଧୀ ଯୁଦ୍ଧ ପାଇଁ ଟୀକା ଉଦ୍ଭାବନ, ପ୍ରସ୍ତୁତ, ଉତ୍ପାଦନ ଏବଂ ଲଞ୍ଚ ପାଇଁ ଚାଲିଥିବା ପ୍ରଚେଷ୍ଟାରେ ଭାରତକୁ ଅଗ୍ରାଧିକାର ଦେବା । କୋରୋନା ପାଇଁ ଭ୍ୟାକ୍ସିନ ଆଡମିନିଷ୍ଟ୍ରେସନ ଉପରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ଏକତ୍ରିତ ହୋଇ କେଉଁ ଜନସଂଖ୍ୟା ଗୋଷ୍ଠୀ ପ୍ରଥମେ ଟୀକାକରଣ କରିବେ, କେଉଁ ଟୀକା ଚୟନ କରାଯିବ, କୋଲ୍ଡ ଚେନ ଏବଂ ବିତରଣ ଭିତ୍ତିଭୂମି ସ୍ଥିର କରିବା ଇତ୍ୟାଦି କ୍ଷେତ୍ରରେ ସରକାରଙ୍କୁ ଟୀକା ବିତରଣ ରଣନୀତି ପ୍ରସ୍ତୁତ କରିବାରେ ସାହାର୍ଯ୍ୟ କରିବେ । ସେହିପରି ଟୀକାର ସଂରକ୍ଷଣ ଦିଗରେ ଇଭିଆଇଏନର ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ । ଇଭିଆଇଏନ ବା ଇଲେକ୍ଟ୍ରୋନିକ ଭ୍ୟାକ୍ସିନ ଇଣ୍ଟେଲେଜେନସ୍ ନେଟଓ୍ବାର୍କ ଟୀକା ସଂରକ୍ଷଣକୁ ଡିଜିଟାଇଜେସନ ପ୍ରକ୍ରିୟା ଦ୍ବାରା ରିଅଲ-ଟାଇମ ସୂଚନା ଦେଇଥାଏ ଏବଂ ସ୍ମାର୍ଟଫୋନ ଆପ୍ଲିକେସନ ମାଧ୍ୟମରେ କୋଲ୍ଡ ଚେନର ତାପମାତ୍ରା ଯାଞ୍ଚ କରିଥାଏ । ତେବେ 2015 ମସିହାରେ ଭାରତର 12 ଟି ରାଜ୍ୟରେ ଇଭିଆଇଏନ ଟେକ୍ନୋଲିଜି ଆରମ୍ଭ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.