ETV Bharat / bharat

ନଦୀରେ ମୃତଦେହ ଭାସିବା ଘଟଣା: ନେପାଳ କର୍ତ୍ତୃପକ୍ଷଙ୍କ ସହ ୟୁପି ପୋଲିସର ଆଲୋଚନା

author img

By

Published : May 24, 2021, 9:22 PM IST

ଉତ୍ତରପ୍ରଦେଶରୁ ପ୍ରବାହିତ ନଦୀରେ ମୃତଦେହ ଭାସିବା ଘଟଣାରେ ନେପାଳ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛି ୟୁପି ପୋଲିସ । ଅଧିକ ପଢନ୍ତୁ...

ନଦୀରେ ମୃତଦେହ ଭାସିବା ଘଟଣା
ନଦୀରେ ମୃତଦେହ ଭାସିବା ଘଟଣା

ଲକ୍ଷ୍ନୌ: ଉତ୍ତରପ୍ରଦେଶରୁ ପ୍ରବାହିତ ନଦୀରେ ମୃତଦେହ ଭାସିବା ପ୍ରସଙ୍ଗ । ଏହି ଘଟଣାରେ ଉତ୍ତରପ୍ରଦେଶ ପୋଲିସ ନେପାଳ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି ।

ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ପ୍ରଭାହିତ ନଦୀରେ ମୃତଦେହ ଭାସିବା ଘଟଣାରେ ଉଭୟ ଦେଶର ନେପାଳ ସୁରକ୍ଷା କର୍ମୀ ଏବଂ ପୁରୋହିତଙ୍କ ସହ ପୋଲିସଙ୍କ ସହିତ ଆଲୋଚନା ହୋଇଛି । ନେପାଳ କର୍ତ୍ତୃପକ୍ଷଙ୍କୁ ନଦୀରେ ମୃତଦେହ ଭାସୁଥିବା ନେଇ ସେଚେତନତା ସୃଷ୍ଟି କରିବାକୁ କୁହାଯାଇଥିବା ସୂଚନା ଦେଇଛନ୍ତି ସୁଜାଲି ଷ୍ଟେସନ ଅଧିକାରୀ ଓପି ଚୌହାନ ।

ନଦୀରେ ମୃତଦେହକୁ ପକାଇବାକୁ ଅମୁମତି ଦିଆଯିବ ନାହିଁ ବୋଲି ରବିବାର କହିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ ଶମ୍ଭୁ କୁମାର । ଚୌହାନ କହିଛନ୍ତି ପୋଲିସ ଓ ଏସଏସବି ଅଧିକାରୀ ଭାରତୀୟ ସୀମାରେ ଥିବା ଗାଁ ଗସ୍ତରେ ଯାଇ ମୃତ ବ୍ୟକ୍ତିଙ୍କ ଶେଷ ରୀତିନୀତି ପାଳନ କରିବାକୁ ଏବଂ ନଦୀରେ ମୃତଦେହ ନ ପକାଇବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ଗ୍ରାମବାସୀଙ୍କୁ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଅର୍ଥନୈତିକ ସ୍ତରରେ ଦୁର୍ବଳ ଥିବା ଲୋକମାନଙ୍କର ଶେଷ ରୀତିନୀତି ପାଳନ ପାଇଁ ରାଜ୍ୟ ସରକାର 5000 ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.