ETV Bharat / bharat

ଦିଶା ରବି ଗିରଫ ମାମଲା: ଦିଲ୍ଲୀ ବେଙ୍ଗାଲୁରୁରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

author img

By

Published : Feb 16, 2021, 5:21 PM IST

ଦିଶା ରବି ଗିରଫ ମାମଲାରେ ଦିଲ୍ଲୀ ଓ ବେଙ୍ଗାଲୁରୁର ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଛନ୍ତି । ଅଧିକ ପଢନ୍ତୁ...

Disha Ravi arrest case: Students of Delhi and Bengaluru protested on demanding her immediate release
ଦିଶା ରବି ଗିରଫ ମାମଲା: ଦିଲ୍ଲୀ ବେଙ୍ଗାଲୁରୁରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସାଇବର କ୍ରାଇମ ସେଲ ଅପରାଧିକ ଷଡଯନ୍ତ୍ର ମାମଲାରେ ଗିରଫ ହୋଇଥିବା ବେଙ୍ଗାଲୁରୁର 21 ବର୍ଷୀୟ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ କରିବା ଘଟଣାରେ ବେଙ୍ଗାଲୁରୁ ଓ ଦିଲ୍ଲୀର ଛାତ୍ରଛାତ୍ରୀମାନେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦିଶାଙ୍କୁ ତୁରନ୍ତ ଛାଡିବାକୁ ସେମାନେ ଆନ୍ଦୋଳନ କରି ଦାବି କରିଛନ୍ତି ।

ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ(AISA)ର ଆନ୍ଦୋଳନକାରୀମାନେ ଦିଲ୍ଲୀ ପୋଲିସ ହେଡକ୍ବାର୍ଟରର ବାହାରେ ଆନ୍ଦୋଳନ କରି ଦିଶାଙ୍କୁ ଜେଲରୁ ମୁକ୍ତ କରିବା ଦାବି କରିଛନ୍ତି । ସେମାନେ ହାତରେ ପ୍ଲାକାର୍ଡ ଓ 'ଇନକିଲାବ ଜିନ୍ଦାବାଦ' ଓ 'ଦିଶା ରବି କୋ ରିହା କରୋ ' ସ୍ଲୋଗାନ ଦେଇଛନ୍ତି । ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ(ଜେଏନୟୁ)ର ଜଣେ ଛାତ୍ର କହିଛନ୍ତି ଯେ ସେ ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ କରିବାରୁ ତାଙ୍କୁ ଗିରଫ କରାଯାଇଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ସେମାନଙ୍କ ବିରୋଧରେ ଉଠୁଥିବା ସ୍ବରକୁ ଭୟ କରୁଛନ୍ତି । ବେଆଇନ କାର୍ଯ୍ୟକଳାପ ଓ ଦେଶଦ୍ରୋହ ନିୟମ ବର୍ତ୍ତମାନର ସରକାରଙ୍କ ପାଇଁ ଟୁଲକିଟ ବୋଲି ସେ କହିଛନ୍ତି ।

ସେପଟେ ବେଙ୍ଗାଲୁରୁର ନେସନାଲ ଷ୍ଟୁଡେଣ୍ଟ ୟୁନିଅନ୍ସ ଅଫ ଇଣ୍ଡିଆ(NSUI)ର ଆନ୍ଦୋଳନକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ମୋର୍ୟ ସର୍କଲଠାରେ ଆନ୍ଦୋଳନ କରି ଦିଶାଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଦାବି କରିଛନ୍ତି । ତେବେ ସୂଚନା ଥାଉକି ଗତ ଫେବୃଆରୀ 4 ତାରିଖରେ ଦିଲ୍ଲୀ ପୋଲିସର ସାଇବର କ୍ରାଇମ ସେଲ ଅପରାଧିକ ଷଡଯନ୍ତ୍ର ଏବଂ ଘୃଣାକୁ ପ୍ରୋତ୍ସାହିତ କରିବା ପାଇଁ ଦିଶାଙ୍କୁ ଭାରତୀୟ ଦଣ୍ଡ ସଂହିତା 124A, 120A ଏବଂ 153A ଅନୁଯାୟୀ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.