କୋଲକାତା: ଦୀର୍ଘ ଦିନର ସଂଘର୍ଷ ଓ ବିବାଦ ପରେ ପାଙ୍ଗୋଙ୍ଗ ହ୍ରଦରୁ ସରିଛି ସୈନ୍ୟ ପ୍ରତ୍ୟାହାର । ଲଦାଖରେ ମଧ୍ୟ ବାକି ସ୍ଥାନରେ ସୈନ୍ୟ ପ୍ରତ୍ୟାହାର ନେଇ ଉଭୟ ଚୀନ ଓ ଭାରତ ମଧ୍ୟରେ ଜାରି ରହିଛି ଆଲୋଚନା । ତେବେ ଏହି ସୈନ୍ୟ ପ୍ରତ୍ୟାହାର ବା ଡିସଏନଗେଜମେଣ୍ଟକୁ ଉଭୟ ପକ୍ଷର ବିଜୟ ବୋଲି କହିଛନ୍ତି ଭାରତୀୟ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନର୍ଭାଣେ ।
ସ୍ଥଳସେନା ମୁଖ୍ୟ କହିଛନ୍ତି, ପାଙ୍ଗୋଗ ହ୍ରଦରୁ ଡିସଏନଗେଜମେଣ୍ଟ ଉଭୟ ଚୀନ ଓ ଭାରତର ବିଜୟ । ଏଲଏଏସିର ବାକି ସମସ୍ୟା ସହିତ ମୁକାବିଲା ପାଇଁ ରଣନୀତି ଚାଲିଥିବା କହିଛନ୍ତି ନର୍ଭାଣେ । ପାଙ୍ଗୋଙ୍ଗ ହ୍ରଦରୁ ସୈନ୍ୟ ପ୍ରତ୍ୟାହାର ଏକ ଉତ୍ତମ ପରିଣାମ ଏବଂ ଉଭୟ ପକ୍ଷର ୱିନ ୱିନ ସ୍ଥିତି ବୋଲି ସେ କହିଛନ୍ତି ।
ସ୍ଥଳସେନା ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି, ଚୀନ ସହ ଭାରତର ସମ୍ପର୍କ ସେଭଳି ହେବ ଯେମିତି ଆମେ ଚାହିଁବୁ । ଏହା ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ବିଚାରଧାରା ଯେ ଚୀନ ସହିତ ଆମ ସମ୍ପର୍କ ସେପରି ବିକଶିତ ହେବ ଯେପରି ଆମର ଇଚ୍ଛା ତାକୁ ବିକଶିତ କରିବା ପାଇଁ ହେବ ।
ଆର୍ମି ଚିଫ ନର୍ଭାଣେ କହିଛନ୍ତି, ସରକାରୀ ଆଧାରରେ ହେଉ କି ଦେଶ ଆଧାରରେ ଆମେ ଦର୍ଶାଇ ଦେଇଛୁ ଯେ ଯାହା ବି ସମାଧାନ ହୋଇଛି ସେଥିରେ ଆମ ରାଷ୍ଟ୍ରହିତ ସର୍ବୋପରୀ । ଜେନେରାଲ ନର୍ଭାଣେ କହିଛନ୍ତି, ପଡୋଶୀ ଭାବେ ଆମେ ଚାହିଁବୁ କି ସୀମାରେ ଶାନ୍ତି ଓ ସ୍ଥିରତା ରହୁ । କେହି ବି ଚାହାଁନ୍ତି ନାହିଁ ସୀମାରେ ଉତ୍ତେଜନା ସୃଷ୍ଟି ହେଉ । ତେବେ ପାଙ୍ଗୋଙ୍ଗ ହ୍ରଦରେ ସୈନ୍ୟ ପ୍ରତ୍ୟାହାର ଏକ ଉତ୍ତମ ପରିଣାମ ଓ ଉଭୟ ପକ୍ଷର ଏହା ବିଜୟ ବୋଲି ସେ କହିଛନ୍ତି ।
ଗଲୱାନ ଘାଟିରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ସଂଘର୍ଷରେ ଏବେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ପାଙ୍ଗୋଙ୍ଗ୍ରୁ ଶେଷ ହୋଇଛି ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା । ଉଭୟ ଭାରତ ଓ ଚୀନ ନିଜ ନିଜ ସୈନ୍ୟଙ୍କୁ ପଛକୁ ହଟାଇ ଦେଇଛନ୍ତି ।
ସେନା ସୂତ୍ରରୁ ସୂଚନା ଅନୁଯାୟୀ, ପାଙ୍ଗୋଙ୍ଗ୍ ହ୍ରାଦର ଉତ୍ତର ଓ ପୂର୍ବ କୂଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହୋଇଛି । ସୈନ୍ୟ ପ୍ରତ୍ୟାହାର ପରେ ଭାରତୀୟ ଯବାନ ନିଜର ଯଥାପୂର୍ବ ସ୍ଥାନକୁ ଫେରି ଆସିଛନ୍ତି । ତେବେ ପୂର୍ବରୁ ନିର୍ଦ୍ଧାରିତ ଚୁକ୍ତି ଅନୁଯାୟୀ ଚୀନ ଓ ଭାରତ ମଧ୍ୟରେ ଶନିବାର କର୍ପସ କମାଣ୍ଡରସ୍ତରୀୟ ବୈଠକ ବସିବ । ଉଭୟ ପକ୍ଷ ଲଦାଖର 3ଟି ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ଚାଲିଛି ।