ETV Bharat / bharat

କୋଭିଡ ରୋଗୀଙ୍କୁ ଆବଶ୍ୟକ କି ପାଲିଏଟିଭ କେୟାର ? - କୋଭିଡ ରୋଗୀ

କୋରୋନାର ଭୟାବହତା ମଧ୍ୟରେ ଏବେ ପାଲିଏଟିଭ କେୟାର ବିଷୟରେ ଆଲୋଚନା କରିବାର ସମୟ ଆସିଯାଇଛି । ତେବେ କଣ ଏହି ପଲିଏଟିଭ କେୟାର ? କୋରୋନା କାଳରେ କଣ ପାଇଁ ଜରୁରୀ ହୋଇପଡିଛି ଏହାର ଆବଶ୍ୟକତା ? ଅଧିକ ପଢନ୍ତୁ...

କୋଭିଡ ରୋଗୀଙ୍କୁ ଆବଶ୍ୟକ କି ପାଲିଏଟିଭ କେୟାର ?

author img

By

Published : Apr 18, 2021, 7:45 PM IST

ନୂଆଦିଲ୍ଲୀ: ଚାରିଆଡେ କୁଢ କୁଢ ମୃତଦେହ । ଲିଭୁନି ଜୁଇ ନିଆଁ । ଜୀବନର ଶେଷ ଠିକଣା ଶ୍ମଶାନରେ ହାତେ ଜାଗା ପାଇଁ ମଣିଷକୁ କରିବାକୁ ପଡୁଛି ଘଣ୍ଟା ଘଣ୍ଟାର ଅପେକ୍ଷା । ଭୟର ବାତାବରଣ ଭିତରେ ଦିନ ବିତୁଥିବାବେଳେ ଚିନ୍ତା ବଢାଉଛି ମହାମାରୀ କୋରୋନା ।

କେଉଁଠି ହସ୍ପିଟାଲରେ ଅକ୍ସିଜେନର ଅଭାବ ତ ଆଉ କେଉଁଠି ମିଳୁନାହିଁ ଆମ୍ବୁଲାନ୍ସ । ଏପରିକି ମେଡିକାଲର ଗୋଟିଏ ଶଯ୍ୟାରେ ଶୋଇବାକୁ ବାଧ୍ୟ ହେଉଛନ୍ତି ତିନି ତିନି ଜଣ ରୋଗୀ । ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା କୋରୋନାର ଛାତିଥରା ଦୃଶ୍ୟ ମଣିଷ ମନକୁ ମାତ୍ରାଧିକ ଭାରାକ୍ରାନ୍ତ କରୁଥିବା ବେଳେ ଚିନ୍ତାଗ୍ରସ୍ତ ହୋଇ ଅନେକ ରୋଗୀଙ୍କ ମୃତ୍ୟୁ ହେଉଛି । କୋରୋନାର ଭୟାବହତା ମଧ୍ୟରେ ଏବେ ପଲିଏଟିଭ କେୟାର ବିଷୟରେ ଆଲୋଚନା କରିବାର ସମୟ ଆସିଯାଇଛି । ତେବେ କଣ ଏହି ପାଲିଏଟିଭ କେୟାର ? କୋରୋନା କାଳରେ କଣ ପାଇଁ ଜରୁରୀ ହୋଇପଡିଛି ଏହାର ଆବଶ୍ୟକତା ?

ପାଲିଏଟିଭ କେୟାର ତଥା ପୀଡା ଉପଶମ ଯତ୍ନ ଜୀବନକୁ ସୀମିତ କରିଦେଉଥିବା ରୋଗାଗ୍ରସ୍ତଙ୍କୁ ସର୍ବଶ୍ରେଷ୍ଠ ଜୀବନଶୈଳୀ ପାଇବାରେ ସହାୟକ ହୋଇଥାଏ । ପାଲିଏଟିଭ କେୟାର ଶବ୍ଦ ଗ୍ରୀକ ଭାଷା ପାଲିୟମରୁ ଆସିଛି, ଯାହାର ଅର୍ଥ ହେଉଛି ଯନ୍ତ୍ରଣାରୁ ମୁକ୍ତି । ଏହାକୁ ଇଂରାଜୀ ଶବ୍ଦ କେୟାର ସହ ଯୋଡିଲେ ପାଲିଏଟିଭ କେୟାର ଅର୍ଥାତ ପୀଡାରୁ ଉପଶମ ଦେଉଥିବା ଯତ୍ନ ବୋଲି କୁହାଯାଏ । କ୍ୟାନସର ଭଳି ମାରାତ୍ମକ ରୋଗରେ ଏହି ଚିକିତ୍ସା ପଦ୍ଧତି ବ୍ୟବହାର କରାଯାଉଥିବାବେଳେ ବର୍ତ୍ତମାନ କୋଭିଡରେ ସଂକ୍ରମିତ ରୋଗୀଙ୍କ ପାଇଁ ଏହି ଚିକିତ୍ସାର ଆବଶ୍ୟକତା ଥିବା ଆଲୋଚାନା ହେଉଛି ।

କୋରୋନାରେ ଆକ୍ରାନ୍ତ ହେବା ପରେ ରୋଗୀ ଅଧିକ ଚିନ୍ତାଗ୍ରସ୍ତ ହୋଇପଡିଥିବା ନଜିର ରହିଛି । ଏହା ରୋଗୀର ଶରୀର ଉପରେ ଅଧିକ ପ୍ରଭାବ ପକାଇଥାଏ । ସଂକ୍ରମଣ ଯୋଗୁଁ ମୃତ୍ୟୁ, ସଂଗରୋଧ ଓ ସାମାଜିକ ବାଛବିଚାରର ଭୟ ରୋଗୀକୁ ମାନସିକ ସ୍ତରରେ ଦୁର୍ବଳ କରିଦେଉଛି । ଏନେଇ ଅନେକ କୋରୋନାରେ ଆକ୍ରାନ୍ତ ରୋଗୀଙ୍କ ଆତ୍ମହତ୍ୟା ଖବର ମଧ୍ୟ ସାମ୍ନାକୁ ଆସୁଛି । ଏଭଳିସ୍ଥିତିରେ କୋଭିଡ ଚିକିତ୍ସାରେ ଆଲୋଚନା ହୋଇଥିବା ଦିଗ ହେଉଛି ରୋଗୀଙ୍କୁ କିପରି ଆରାମଦାୟକ ଚିକିତ୍ସା ପ୍ରଦାନ କରାଯିବ । ଯେତେବେଳେ ଲୋକମାନେ ଏକ ରୋଗର ସମ୍ମୁଖୀନ ହୁଅନ୍ତି ଯାହାର କୌଣସି ଜଣାଶୁଣା ଉପଶମ ନଥାଏ, ସେତେବେଳେ ସେଠାରେ ଏକ ନିର୍ଦ୍ଦିଷ୍ଟ ଅସହାୟତା ରହିଥାଏ । ଏହି ଅସହାୟ ପରିସ୍ଥିତିରେ ଚିନ୍ତା ହ୍ରାସ ପାଇଁ ପଲିଏଟିଭ କେୟାରର ଆବଶ୍ୟକତା ରହିଛି ।

କେବଳ ଏତିକି ନୁହେଁ, ବର୍ତ୍ତମାନ ସଂକ୍ରମଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ଅଢେଇ ଲକ୍ଷରୁ ଅଧିକ ପଜିଟିଭ ମାମଲା ସାମ୍ନାକୁ ଆସୁଛି । ସେପଟେ ହସ୍ପିଟାଲରେ ଅକ୍ସିଜେନ ଓ ଆଇସିୟୁର ଅଭାବ ମଧ୍ୟ ପରିଲକ୍ଷିତ ହେଲାଣି । ଯାହା କାରଣରୁ ସମସ୍ତ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବା ସମ୍ଭବ ହେଉନାହିଁ । ଏଣୁ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ କିଭଳି ଘରେ ରଖି ଉତ୍ତମ ବାତାବରଣ ଭିତରେ ଚିକିତ୍ସା ଯୋଗାଇ ଦିଆଯାଇପାରିବ ଏନେଇ ପରିବାର ଲୋକଙ୍କୁ ମଧ୍ୟ ସଚେତନ କରାଇବାକୁ ପଡିବ । ଘରେ ରହି ରୋଗୀକୁ ପାଲିଏଟିଭ କେୟାର ଯୋଗାଇଦେବାକୁ ଏବେ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି ।

ଗତ ବର୍ଷ 8 ଏପ୍ରିଲରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) କୋରୋନା ସମୟରେ ପାଲିଏଟିଭ କେୟାର ଉପରେ ଏକ ଆଲୋଚନା ଚକ୍ରର ଆୟୋଜନ କରିଥିଲା । ପାଲିଏଟିଭ କେୟାର ବିଷୟରେ ଆଲୋଚନା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରହିଛି ଏକ ଦୃଢ ଓ ଦୀର୍ଘସ୍ଥାୟୀ ପ୍ରତିବଦ୍ଧତା ।

2014ରେ 67 ତମ ବିଶ୍ବ ସ୍ବାସ୍ଥ୍ୟ ସଭା WHA 67-19 ସଂକଳ୍ପପତ୍ର ପାରିତ କରିଥିଲା । ଏଥିରେ ଜୀବନକାଳ ମଧ୍ୟରେ ବ୍ୟାପକ ଯତ୍ନର ଏକ ଉପାଦାନ ଭାବରେ ପାଲିଏଟିଭ କେୟାରକୁ ମଜବୁତ କରିବା ଥିଲା ମୂଳ ଲକ୍ଷ୍ୟ । ଏହି ସଙ୍କଳ୍ପପତ୍ର ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞଙ୍କ ସହଯୋଗରେ ପାଲିଏଟିଭ କେୟାର କାର୍ଯ୍ୟକ୍ରମ ଉପରେ ଦେଶଗୁଡିକୁ ସ୍ବାସ୍ଥ୍ୟ ସେବାର ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଠୋସ ନିର୍ଦ୍ଦେଶନାମା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି ।

ମାନବିକ ଜରୁରୀକାଳୀନ ପରିସ୍ଥିତି ଏବଂ ଅନ୍ୟାନ୍ୟ ସଙ୍କଟ ମଧ୍ୟରେ ପାଲିଏଟିଭ କେୟାରର ଆବଶ୍ୟକତା ଏହାର ମୁଖ୍ୟ ଦିଗ । ବିଶ୍ବମହାମାରୀ କୋରୋନା ଭାଇରସ ମଧ୍ୟ ଏଥିରେ ସାମିଲ ରହିଛି । ଏହି ପରିସ୍ଥିତିରେ ଆବଶ୍ୟକତା ଲୋଡୁଥିବା ରୋଗୀଙ୍କୁ ପାଲିଏଟିଭ କେୟାରର ସୁବିଧା ଯୋଗାଇଦେବା ଉପରେ ଅଧିକ ଜୋର ଦେଇଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ମହାମାରୀ ପ୍ରସଂଗରେ ସାମ୍ପ୍ରତିକ ଆବଶ୍ୟକତାର ସମାଧାନ କରିବାକୁ ମାର୍ଗଦର୍ଶନ ଦସ୍ତାବିଜ ପ୍ରସ୍ତୁତ କରୁଛି WHO ।

ପ୍ରଶ୍ନ ଉଠିଥିଲା ଯେ ବର୍ତ୍ତମାନର ମହାମାରୀ କୋରୋନା ଯୋଗୁଁ ପାଲିଏଟିଭ ଚିକିତ୍ସା କେତେଦୂର (ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରଭାବିତ)ଙ୍କ ପାଇଁ ଉପଯୋଗୀ ? ମହାମାରୀ ଦ୍ବାରା ପ୍ରଭାବିତ ରୋଗୀଙ୍କ ଯତ୍ନ ନେବାରେ ଜଡିତ ଅଣ-ପାଲିଏଟିଭ କେୟାର ବିଶେଷଜ୍ଞଙ୍କ ମଧ୍ୟରେ କର୍ତ୍ତବ୍ୟ ଉପରେ ବିଶେଷ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ବିଶେଷତଃ ଯେଉଁ ରୋଗୀ ଭେଣ୍ଟିଲେସନ ଆବଶ୍ୟକତା କରୁନାହାନ୍ତି ସେମାନଙ୍କୁ କିଭଳି ଚିକିତ୍ସିତ କରାଯିବ ସେ ପ୍ରତି ମଧ୍ୟ ବିଶେଷ ଦୃଷ୍ଟି ଦିଆଯିବା ଦରକାର ବୋଲି ଜୋର ଦିଆଯାଇଛି ।

ଯଦିଓ ରୋଗୀମାନଙ୍କ ଶାରୀରିକ ଲକ୍ଷଣ, ରୋଗ ଏବଂ ମୃତ୍ୟୁକୁ ନେଇ ମାନସିକ ସ୍ତରରେ ଚିନ୍ତା ହ୍ରାସ କରିବା ପାଇଁ ଅତ୍ୟାବଶ୍ୟକ ପାଲିଏଟିଭ ଚିକିତ୍ସାର ଉପଲବ୍ଧତା ଗୁରୁତ୍ବପୂର୍ଣ୍ଣ । ତେବେ କେବଳ ରୋଗୀଙ୍କ ପାଇଁ ନୁହେଁ, ବରଂ ପରିବାର, ରୋଗୀର ଯତ୍ନ ନେଉଥିବା ସ୍ବାସ୍ଥ୍ୟକର୍ମୀ ଏବଂ ଡାକ୍ତରଙ୍କ ପାଇଁ ମଧ୍ୟ ଏହାର ଆବଶ୍ୟକତାର ବିଷୟକୁ ଭୁଲିଯିବା ଉଚିତ ନୁହେଁ ।

ପଲିଏଟିଭ କେୟାରର ମୁଖ୍ୟ ବିନ୍ଦୁ:

  • ପାଲିଏଟିଭ କେୟାର ରୋଗୀ ଏବଂ ସେମାନଙ୍କ ପରିବାରର ଜୀବନଶୈଳୀରେ ଉନ୍ନତି ଆଣେ । ଯେଉଁମାନେ ଶାରୀରିକ, ମାନସିକ ଜୀବନ ପ୍ରତି ବିପଦ ଥିବା ରୋଗର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ପାଇଁ ଏହାର ଆବଶ୍ୟକତା ରହିଛି ।
  • ପ୍ରତିବର୍ଷ ପ୍ରାୟ 40 ନିୟୁତ ଲୋକ ପାଲିଏଟିଭ କେୟାର ଆବଶ୍ୟକତା କରନ୍ତି ।
  • ବିଶ୍ବବ୍ୟାପୀ, କେବଳ 14% ଲୋକ ଯେଉଁମାନେ ପାଲିଏଟିଭ କେୟାର ଆବଶ୍ୟକ କରନ୍ତି ସେମାନେ ହିଁ ଏହାକୁ ଗ୍ରହଣ କରନ୍ତି ।
  • ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ପାଲିଏଟିଭ କେୟାର ଉପରେ ପର୍ଯ୍ୟାପ୍ତ ନୀତି, କାର୍ଯ୍ୟକ୍ରମ ଏବଂ ତାଲିମ ଆବଶ୍ୟକ ରହିଛି ।
  • ଅଣ ସଂକ୍ରାମକ ରୋଗ ଓ କେତେକ ସଂକ୍ରାମକ ରୋଗ ଯୋଗୁଁ ରୋଗୀଙ୍କ ଚିନ୍ତା ବୃଦ୍ଧି କାରଣରୁ ବିଶ୍ବରରେ ପାଲିଏଟିଭ କେୟାରର ଆବଶ୍ୟକତା ବଢିବାରେ ଲାଗିଛି ।
  • ପାଲିଏଟିଭ କେୟାର ଅନାବଶ୍ୟକ ହସ୍ପିଟାଲରେ ଭର୍ତ୍ତି ଏବଂ ସ୍ବାସ୍ଥ୍ୟ ସେବାର ବ୍ୟବହାରକୁ ହ୍ରାସ କରିଥାଏ ।

ମୁଖ୍ୟତଃ ପାଲିଏଟିଭ କେୟାର କ୍ୟାନସର ଓ ଏଡ୍‌ସ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯାଏ । ହେଲେ ସାମ୍ପ୍ରତିକ ପରିସ୍ଥିତିରେ ମହାମାରୀ କୋରୋନାର ଭୟାବହତା ବୃଦ୍ଧି ସହ ହସ୍ପିଟାଲରେ ଶଯ୍ୟା ଓ ଅକ୍ସିଜେନ ଅଭାବ ମଧ୍ୟରେ ରୋଗୀଙ୍କୁ ପାଲିଏଟିଭ କେୟାରର ଆବଶ୍ୟକତା ଯରୁରୀ ଥିବା ବିଷୟକୁ ଏଡାଇ ଦିଆଯାଇନପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.