ETV Bharat / bharat

ମାସିକ ଋତୁସ୍ରାବ ଏକ ମଇଳା ବିଷୟ, ଏହା ବିଧାନସଭାରେ ଆଲୋଚନା ହେବା ଉଚିତ୍ ନୁହେଁ: ଅରୁଣାଚଳପ୍ରଦେଶ ବିଜେପି ବିଧାୟକ - ଅରୁଣାଞ୍ଚଳ ପ୍ରଦେଶ ବିଜେପି ଖବର

ବିଧାନସଭାରେ ଆଲୋଚନାବେଳେ ମହିଳାଙ୍କ ପାଇଁ menstrual leave ପ୍ରସ୍ତାବକୁ ବିରୋଧ କରି ବିବାଦରେ ବିଜେପି । ବିଧାନସଭାକୁ ପବିତ୍ର କହିବା ସହ ଏହି ପ୍ରସଙ୍ଗକୁ ଅପବିତ୍ର କହିଲେ ଏକାଧିକ ବିଜେପି ବିଧାୟକ । ଅଧିକ ପଢନ୍ତୁ

ମାସିକ ଋତୁସ୍ରାବ ଏକ ମଇଳା ବିଷୟ, ଏହା ବିଧାନସଭାରେ ଆଲୋଚନା ହେବା ଉଚିତ୍ ନୁହେଁ: ଅରୁଣାଚଳପ୍ରଦେଶ ବିଜେପି ବିଧାୟକ

author img

By

Published : Mar 16, 2022, 9:17 PM IST

ଇଟାନଗର: ବିଧାନସଭାରେ ମହିଳାଙ୍କ menstrual leave ସମ୍ପର୍କିତ ଏକ ବିଲକୁ ବିରୋଧ କରି ବିବାଦରେ ଅରୁଣାଚଳ ପ୍ରଦେଶ ବିଜେପି । ଦଳର କିଛି ବିଧାୟକ ଗୃହରେ ମହିଳାଙ୍କ ଏବଂ ବାଳିକାମାନଙ୍କ menstrual leave ଉପରେ ଆଲୋଚନାକୁ କେବଳ ବିରୋଧ କରିନାହାଁନ୍ତି ବରଂ ଏହାକୁ ସ୍ଥାନୀୟ ଭାଷାରେ "ଲିଟ୍ରା ଚିଜ" (Dirty thing) ବୋଲି ମଧ୍ୟ କହିଛନ୍ତି । ଗୃହରେ ଦଳୀୟ ବିଧାୟକଙ୍କ ଏପରି ଆଭିମୁଖ୍ୟ ପରେ ଦଳ ପାଇଁ ଅଡୁଆ ବଢିବାରେ ଲାଗିଛି ।

ବିବାଦର ଆରମ୍ଭ ବିଧାନସଭା ଅଧିବେଶନରେ ଦେଖିବାକୁ ମିଳିଥିଲା । ପସିଘଟର କଂଗ୍ରେସ ବିଧାୟକ ମହିଳାଙ୍କ menstrual leave ପ୍ରଦାନ ସମ୍ପର୍କିତ ଏକ ବ୍ୟକ୍ତିଗତ ସଂକଳ୍ପ ବିଲ ଆଗତ କରିଥିଲେ । ଏହି ବିଲର ବ୍ୟବସ୍ଥା ଅନୁସାରେ କାର୍ଯ୍ୟରତ ମହିଳା ଓ ଯୁବତୀଙ୍କ ପାଇଁ ଋତୁସ୍ରାବର ପ୍ରଥମ ଦିନରେ ଛୁଟି (menstrual leave) ପ୍ରଦାନ କରିବାର ବ୍ୟବସ୍ଥା ରହିଥିଲା । ପୂର୍ବରୁ ଏହି ବ୍ୟବସ୍ଥା ଜାପାନ, ଇଟାଲୀ ପରି ଦେଶ ସମେତ ଭାରତରେ କେରଳ ଓ ବିହାରରେ ମଧ୍ୟ ଏହାକୁ ଲାଗୁ କରାଯାଇଥିବା ଦର୍ଶାଇଥିଲେ । ଏହା ବିଶେଷ ଭାବେ କାର୍ଯ୍ୟରତ ମହିଳା ଓ ଯୁବତୀଙ୍କ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇପାରିବା ନେଇ କଂଗ୍ରେସ ବିଧାୟକ କହିଥିଲେ ।

ତେବେ ଏହି ବିଲ ଉପରେ ଆଲୋଚନା କରିବା ପାଇଁ କଲୋରିଆଙ୍ଗ ବିଜେପି ବିଧାୟକ ଲୋକାମ ତାସର ଅନିଚ୍ଛା ପ୍ରକାଶ କରିବା ସହ ବିଧାନସଭା ଏକ ପବିତ୍ର ସ୍ଥାନ ଓ ସେଠାରେ ଏପରି ଡାର୍ଟି ପ୍ରସଙ୍ଗକୁ ଆଲୋଚନା କରିବାର ଆବଶ୍ୟକତା ନଥିବା ମଧ୍ୟ ଯୁକ୍ତି ବାଢିଥିଲେ । ସେହିପରି ଡୋମୁଖ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଅନ୍ୟ ଜଣେ ବିଜେପି ବିଧାୟକ ଟାନା ହାଲି ମଧ୍ୟ ଏହାକୁ ଗ୍ରହଣ କରିନଥିଲେ । ପରେ ଏହି ପ୍ରସଙ୍ଗରେ ଅରୁଣାଚଳ ପ୍ରଦେଶର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଆଲୋ ଲିବାଙ୍ଗ କଂଗ୍ରେସ ବିଧାୟକଙ୍କୁ ଉକ୍ତ ସଂକଳ୍ପ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ, ଏବଂ ମହିଳା ବିଧାୟକଙ୍କ ସହ ଆଲୋଚନା ପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ ।

ବିଧାନସଭାରେ ମହିଳାଙ୍କ ପ୍ରସଙ୍ଗରେ ଏମିତି ଆଲୋଚନାକୁ ନିନ୍ଦା କରିଛି ଅରୁଣାଚଳ ପ୍ରଦେଶର ମହିଳା କଲ୍ୟାଣ ସମିତି (APWWS) । ମହିଳାଙ୍କ କ୍ଷେତ୍ରରେ ଏହା ଏକ ସ୍ବାଭାବିକ ପ୍ରକ୍ରିୟା ହୋଇଥିବାବେଳେ ବିଧାନସଭା ପରି ଗୃହରେ ଏପରି ପ୍ରସଙ୍ଗରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିବା ରାଜ୍ୟର ମହିଳାଙ୍କ ପ୍ରତି ଅପମାନ ବୋଲି କହିଛନ୍ତି, APWWS ସଧାରଣ ସମ୍ପାଦକ କାନି ନାଡା ମାଲିଙ୍ଗ୍ । କେବଳ ଏତିକି ନୁହେଁ ସଦସ୍ୟମାନେ ଗୃହରେ ଏପରି ଆଲୋଚନାବେଳେ ଯତ୍ନଶୀଳ ହେବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.