ETV Bharat / bharat

DRDO ଆଣିଲା ଆଣ୍ଟିବଡି ଟେଷ୍ଟିଂ କିଟ୍‌ DIPCOVAN - ଡିଆରଡିଓ

ଡିଆରଡିଓ ପ୍ରସ୍ତୁତ କରିଛି ଡିପକୋଭାନ( DIPCOVAN) । କୋରୋନାର ଶିଘ୍ର ଯାଞ୍ଚ ନେଇ ଆଣ୍ଟିବାଡି ଟେଷ୍ଟ ପାଇଁ ଏକ ନୂଆ କିଟ୍‌ ପ୍ରସ୍ତୁତ କରାଯାଇଛି । ଅଧିକ ପଢନ୍ତୁ...

DRDO ଆଣିଲା ଆଣ୍ଟିବଡି ଟେଷ୍ଟିଂ କିଟ୍‌ DIPCOVAN

author img

By

Published : May 21, 2021, 8:10 PM IST

ନୂଆଦିଲ୍ଲୀ: କୋରୋନାର ଶିଘ୍ର ଯାଞ୍ଚ ନେଇ ଆଣ୍ଟିବାଡି ଟେଷ୍ଟ ପାଇଁ ଏକ ନୂଆ କିଟ୍‌ ପ୍ରସ୍ତୁତ କରିଛି ଡିଆରଡିଓ । ଏହି କିଟ୍‌ର ନାଁ ରହିଛି ଡିପକୋଭାନ( DIPCOVAN) । ଏହା କୋରୋନା ଭାଇରସର ସ୍ପାଇକ ସହ ନ୍ୟୁକ୍ଲିୟୋକ୍ୟାପ୍‌ସିଡ(S&N) ପ୍ରୋଟିନର ମଧ୍ୟ 97 ପ୍ରତିଶତ ଉଚ୍ଚ ସମ୍ବେଦନଶୀଳତା ଓ 99 ପ୍ରତିଶତ ବିଶିଷ୍ଟତା ସହ ଯାଞ୍ଚ କରିପାରିବ ।

ଦିଲ୍ଲୀ ସ୍ଥିତ ୱେନଗାର୍ଡ ଡାଇଗ୍ନୋଷ୍ଟିକ୍ ପ୍ରାଇଭେଟ ଲିମିଟେଡ୍ ସହଯୋଗରେ ଏହାକୁ ବିକଶିତ କରାଯାଇଛି | ଏହି କିଟ୍ ସଂପୂର୍ଣ୍ଣ ସ୍ବଦେଶୀ ଏବଂ ଏଠାକାର ବୈଜ୍ଞାନିକମାନେ ଏହାକୁ ବିକଶିତ କରିଛନ୍ତି | ପରବର୍ତ୍ତୀ ସମୟରେ, ଦିଲ୍ଲୀର ବିଭିନ୍ନ କୋଭିଡ ହସ୍ପିଟାଲରେ 1000ରୁ ଅଧିକ ରୋଗୀଙ୍କ ନମୁନା ଉପରେ ବ୍ୟାପକ ଅନୁସନ୍ଧାନ ପରେ ଏହାର କ୍ଷମତା ଯାଞ୍ଚ କରାଯାଇଥିଲା।

ୱେନଗାର୍ଡ ଡାଇଗ୍ନୋଷ୍ଟିକ୍ ପ୍ରାଇଭେଟ ଲିମିଟେଡ୍ 2021 ଜୁନ ପ୍ରଥମ ସପ୍ତାହରେ ଏହି କିଟ୍‌ ଲଞ୍ଚ କରିବ । ପ୍ରାୟ 100 କିଟ୍ DIPCOVAN ଲଞ୍ଚ କରିବା ନେଇ ଲକ୍ଷ ରଖାଯାଇଛି । ଯାହା ପ୍ରାୟ 10,000 ଟେଷ୍ଟ ପାଇଁ ସକ୍ଷମ । ଟେଷ୍ଟ ପାଇଁ ଏହାର ମୂଲ୍ୟ 75 ଟଙ୍କା ହେବ ବୋଲି ଆଶା କରାଯାଉଛି।

ବୁଧବାର ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ମଧ୍ୟ କୋଭିସେଲଫ ନାମକ ଏକ ଘରୋଇ ପରୀକ୍ଷଣ କିଟକୁ ଅନୁମୋଦନ କରିଛି, ଯାହା ଦ୍ରୁତ ଆଣ୍ଟିଜେନ୍ ଟେଷ୍ଟ (RAT) କିଟ୍‌ ଅଟେ। ଏହି କିଟ୍ ସାହାଯ୍ୟରେ ଲୋକମାନେ ଘରେ ବସି ନିଜର କରୋନା ପରୀକ୍ଷା କରିପାରିବେ |

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.