ETV Bharat / bharat

କାହିଁକି ମମତାଙ୍କୁ ଟ୍ରମ୍ପଙ୍କ ସହ ତୁଳନା କଲେ ଦିଲ୍ଲୀପ ଘୋଷ ?

author img

By

Published : Jan 11, 2021, 8:53 PM IST

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତୁଳନା କରି ଶାଣିତ ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ । ଅଧିକ ପଢନ୍ତୁ .....

ମମତାଙ୍କୁ ଟ୍ରମ୍ପଙ୍କ ସହ ତୁଳନା କଲେ ଦିଲ୍ଲୀପ ଘୋଷ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତୁଳନା କରି ଶାଣିତ ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ । ଦିଲ୍ଲୀପ କହିଛନ୍ତି ଯେ ମମତାଙ୍କ ବ୍ୟବହାର ଜଣେ ଏକଛତ୍ରବାଦୀ ଶାସକଙ୍କ ପରି । ଯାହା ଗଣତନ୍ତ୍ର ପାଇଁ ଆଦୌ ଗ୍ରହଣୀୟ ବା ଶୁଭଙ୍କର ନୁହେଁ । ମମତାଙ୍କ ଏପରି କଠୋର ଓ ଏକଛତ୍ରବାଦୀ ବ୍ୟବହାର ପାଇଁ ତାଙ୍କ ଦଳର ବହୁ ବରିଷ୍ଠ ନେତା ଦଳ ଛାଡି ଅନ୍ୟ ଦଳରେ ଯୋଗଦେଇ ସାରିଲେଣି ।

ମମତାଙ୍କ ବ୍ୟବହାର ପରି ତାଙ୍କ ଦଳ ଟିଏମସିରେ ମଧ୍ୟ କୌଣସି ସାଂଗଠନିକ ବା ଆଭ୍ୟନ୍ତରୀଣ ସମ୍ବିଧାନ ନାହିଁ । ତେଣୁ ବର୍ତ୍ତମାନ ବହୁନେତା ଟିଏମସି ଛାଡି ଅନ୍ୟ ଦଳମୁହାଁ ହେବାରେ ଲାଗିଛନ୍ତି । ଯାହା ପାଇଁ କେବଳ ମୁଖ୍ୟମନ୍ତ୍ରୀ ତଥା ପାର୍ଟିମୁଖ୍ୟ ମମତା ବାନାର୍ଜୀ ହିଁ ଦାୟୀ । ଆଗାମୀ ଦିନରେ ବହୁ ନେତା ଟିଏମସି ଛାଡି ଅନ୍ୟ ଦଳରେ ଯୋଗ ଦେବେ ବୋଲି ମଧ୍ୟ କହିଛନ୍ତି ଦିଲ୍ଲୀପ ।

ସେହିପରି ମମତାଙ୍କୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତୂଳନା କରିଛନ୍ତି ଦିଲ୍ଲୀପ । ସେ କହିଛନ୍ତି ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଯଦି ମମତାଙ୍କ ହାତରୁ ବହୁମତ ଚାଲିଯାଏ ତେବେ ପଶ୍ଚିମବଙ୍ଗରେ ଆମେରିକା ପରି ସ୍ଥିତି ଦେଖାଯିବାର ଆଶଙ୍କା ରହିଛି । ମମତା ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବେ ନାହିଁ କି ନବାନ୍ନ ଖାଲି କରିବେ ନାହିଁ । ଫଳରେ ରାଜ୍ୟରେ ଆମେରିକାରେ ଦେଖାଯାଇଥିବା ନିର୍ବାଚନ ପରବର୍ତ୍ତୀ ହିଂସାପୂର୍ଣ୍ଣ ସ୍ଥିତି ଉପୁଜିପାରେ । ମମତାଙ୍କ ଶାସନ କାଳରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥତି ଚରମ ସୀମାରେ ପହଞ୍ଚିଥିବା କଥା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.