ETV Bharat / bharat

ଦିଲୀପ ୱାଲସେ ପାଟିଲଙ୍କୁ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଦାୟିତ୍ବ

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଇସ୍ତଫା ଦେବା ପରେ ଏନସିପି ନେତା ତଥା ସରକାରରେ ମନ୍ତ୍ରୀ ଥିବା ଦିଲୀପ ୱାଲସେ ପାଟିଲଙ୍କୁ ଗୃହ ବିଭାଗର ଦାୟିତ୍ବ । ଅଧିକ ପଢନ୍ତୁ...

ଦିଲୀପ ୱାଲସେ ପାଟିଲଙ୍କୁ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଦାୟିତ୍ବ
ଦିଲୀପ ୱାଲସେ ପାଟିଲଙ୍କୁଦିଲୀପ ୱାଲସେ ପାଟିଲଙ୍କୁ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଦାୟିତ୍ବ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଦାୟିତ୍ବ
author img

By

Published : Apr 5, 2021, 8:19 PM IST

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଇସ୍ତଫା ଦେବା ପରେ ଏନସିପି ନେତା ତଥା ସରକାରରେ ମନ୍ତ୍ରୀ ଥିବା ଦିଲୀପ ୱାଲସେ ପାଟିଲଙ୍କୁ ଗୃହ ବିଭାଗର ଦାୟିତ୍ବ ମିଳିଛି । ପୂର୍ବରୁ ଦିଲ୍ଲୀପ ଶ୍ରମ ବିଭାଗ ଦାୟିତ୍ବରେ ଥିବାବେଳେ ଏହି ଦାୟିତ୍ବକୁ ହାସନ ମୁସରିଫଙ୍କୁ ହସ୍ତାନ୍ତର କରାଯାଇଛି । ସେହିପରି ରାଜ୍ୟର ଅବକାରୀ ବିଭାଗ ସାମୟିକ ଭାବେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଅଧିନରେ ରହିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ ଅନିଲ ଦେଶମୁଖଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଗତ କିଛି ଦିନ ଧରି ବଟି ଆଦାୟ ପାଇଁ ନିର୍ଦ୍ଦେଶ ଦେବା ଅଭିଯୋଗରେ ଚର୍ଚ୍ଚାରେ ଥିଲେ ଦେଶମୁଖ । ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ କରିବାକୁ ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଥିଲେ । ଏହା ପରେ ମହାରାଷ୍ଟ୍ର ସରକାରଙ୍କ ଅଡୁଆ ବଢିବା ସହ ଅନିଲ ଦେଶମୁଖଙ୍କ ଇସ୍ତଫା ଦାବି ମଧ୍ୟ ଜୋର ଧରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.