ETV Bharat / bharat

Congress President Poll: ପ୍ରାର୍ଥୀପତ୍ର ନେଲେ ଦିଗବିଜୟ ସିଂହ, କାଲି ଭରିବେ ନାମାଙ୍କନ

author img

By

Published : Sep 29, 2022, 7:35 PM IST

ଦିଗବିଜୟ ସିଂହ ଲଢ଼ିବେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ । ଗୁରବାର ସେ କଂଗ୍ରେସର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ପ୍ରାର୍ଥୀପତ୍ର ନେଇଛନ୍ତି । ଅଧିକ ପଢ଼ନ୍ତୁ

Digvijaya Singh to file nomination for congress president poll
Congress President Poll: ପ୍ରାର୍ଥୀପତ୍ର ନେଲେ ଦିଗବିଜୟ ସିଂହ, କାଲି ଭରିବେ ନାମାଙ୍କନ

ନୂଆଦିଲ୍ଲୀ: ଭେଟେରାନ କଂଗ୍ରେସ ନେତା ଦିଗବିଜୟ ସିଂହ ଲଢ଼ିବେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ(Digvijaya Singh to file nomination) । ଗୁରବାର ସେ କଂଗ୍ରେସର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ପ୍ରାର୍ଥୀପତ୍ର ନେଇଛନ୍ତି । ଶୁକ୍ରବାର ସେ ନାମାଙ୍କନ ଦାଖଲ କରିବେ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ଏହାକୁ ନେଇ ଦିଗବିଜୟ ସିଂହ କହିଛନ୍ତି, "ବର୍ତ୍ତମାନ ମୁଁ ପ୍ରାର୍ଥୀପତ୍ର ନେବାକୁ ଆସିଥିଲି । ହୋଇପାରେ କାଲି ମୁଁ ନାମାଙ୍କନ ପତ୍ର ଦାଖଲ କରିବି । ମୁଁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ନେଇ କାହା ସହ ଆଲୋଚନା କରିନାହିଁ । ମୁଁ ମୋ ନିଜର ପ୍ରତିନିଧିତ୍ବ କରୁଛି । ଶୁକ୍ରବାର ୧୧ଟାରୁ ୩ଟା ମଧ୍ୟରେ ମୁଁ ପ୍ରାର୍ଥୀପତ୍ର ଦାଖଲ କରିବି ।"

ଏହା ବି ପଢ଼ନ୍ତୁ Congress President Election: କଂଗ୍ରେସ ଅଧ୍ୟକ୍ଷ ରେସରୁ ଓହରିଲେ ଗେହଲଟ

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ (Congress president poll) ତାରିଖ ନିକଟତର ହେଉଥିବା ବେଳେ ପ୍ରାର୍ଥୀତ୍ବ ଅଙ୍କ କିନ୍ତୁ ଛିଡୁନାହିଁ । ରାଜସ୍ଥାନ ରାଜନୈତିକ ସଙ୍କଟ ମଧ୍ୟରେ ପ୍ରାର୍ଥୀତ୍ବ ରେସ୍‌ରେ ସବୁଠୁ ଆଗରେ ଥିବା ଅଶୋକ ଗେହେଲଟ ଓହରି ଯାଇଛନ୍ତି । ପୂର୍ବତନ ରେଳମନ୍ତ୍ରୀ ପଓ୍ବନ ବଂଶଲ ମଧ୍ୟ ନାମାଙ୍କନ ପତ୍ର ନେଇଥିବା ନେଇ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ ସୂଚନା ଦେଇଥିଲେ ।

ନାମାଙ୍କନ ଦାଖଲ କରିବା ପାଇଁ ଆସନ୍ତାକାଲି(ସେପ୍ଟେମ୍ବର ୩୦) ଶେଷ ଦିନ ରହିଛି । ଶଶି ଥରୁର ମଧ୍ୟ ନାମାଙ୍କନପତ୍ର ନେଇଛନ୍ତି । ବର୍ତ୍ତମାନ ଏହି ତାଲିକାରେ ଦିଗବିଜୟ ସିଂହଙ୍କ ନାମ ମଧ୍ୟ ଯୋଡ଼ି ହୋଇଛି । ଏହାପୂର୍ବରୁ ଭାରତଯୋଡ଼ ଯାତ୍ରାରେ ବ୍ୟସ୍ତ ଥିବା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ଦିଗବିଜୟ ସିଂହ । ବୁଧବାର ସେ ଦିଲ୍ଲୀ ଆସି ପହଞ୍ଚିଥିଲେ ।

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି G-23ର ନେତା ଶଶି ଥରୁର । ସେ କହିଛନ୍ତି, "ଆଜି ଦିଗବିଜୟ ସିଂହଙ୍କୁ ଭେଟିଥିଲି । ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ତାଙ୍କ ପ୍ରାର୍ଥୀତ୍ବକୁ ମୁଁ ସ୍ବାଗତ କରୁଛି । ଏହାଏକ ବନ୍ଧୁତ୍ବପୂର୍ଣ୍ଣ ପ୍ରତିଦ୍ବନ୍ଦିତା ରହିବ । ଯେ କେହି ବିଜୟୀ ହେଲେ କଂଗ୍ରେସର ବିଜୟ ହେବ ।"

ସେପଟେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ରାଜସ୍ଥାନରେ ରାଜନୈତିକ ସଙ୍କଟ ମଧ୍ୟରେ ସେ ନୈତିକତା ଦୃଷ୍ଟିରୁ ଏହି ନିର୍ବାଚନରୁ ଓହରିଯାଇଛନ୍ତି । ଏହାକୁ ନେଇ ସେ କହିଛନ୍ତି, "ମୁଁ ରାହୁଲ ଗାନ୍ଧୀଙ୍କୁ କୋଚିରେ ଭେଟିଥିଲି । କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ତାଙ୍କୁ ମୁଁ ନିବେଦନ କରିଥିଲି । କିନ୍ତୁ ସେ ଲଢ଼ିବେ ନାହିଁ ବୋଲି କହିବା ପରେ, ମୁଁ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦିତା କରିବି ବୋଲି କହିଥିଲି । ରାଜସ୍ଥାନର ସଙ୍କଟ ସ୍ଥିତି ପରେ ମୁଁ ଏହି ପଦ ପାଇଁ ପ୍ରତିଦ୍ବନ୍ଦିତା ନକରିବାକୁ ନିଷ୍ପତ୍ତି ନେଇଛି ।"

ରାଜସ୍ଥାନରେ ଉପୁଜିଥିବା ରାଜନୈତିକ ସଙ୍କଟକୁ ନେଇ ଗେହଲଟ ସୋନିଆ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବାକୁ ପ୍ରସ୍ତୁତ ହେଉଥିବାରୁ ରାଜସ୍ଥାନ ଗାଦିରେ କିଏ ବସିବ ତାହାକୁ ନେଇ ଗେହଲଟ ଗୋଷ୍ଠୀ ବିଦ୍ରୋହ କରିଥିଲେ । ଏହାକୁ ନେଇ ଗେହଲଟ କହିଛନ୍ତି ଯେ, ଯାହା ବି ଘଟିଲା ତାହା ପ୍ରତ୍ୟେକଙ୍କୁ ସ୍ତବ୍ଧ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.