ETV Bharat / bharat

ମହିଳାଙ୍କ କ୍ଷେତ୍ରରେ ଆରଏସଏସ ଓ ତାଲିବାନର ବିଚାରଧାର ସମାନ: ଦିଗବିଜୟ ସିଂ

author img

By

Published : Sep 10, 2021, 1:08 PM IST

ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ । ମହିଳାଙ୍କ କ୍ଷେତ୍ରରେ ଆରଏସଏସ ଓ ତାଲିବାନ ବିଚାରଧାରା ସମାନ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ମହିଳାଙ୍କ କ୍ଷେତ୍ରରେ ଆରଏସଏସ ଓ ତାଲିବାନ ବିଚାରଧାର ସମାନ: ଦିଗବିଜୟ ସିଂ

ଭୋପାଳ : ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ । ମହିଳାଙ୍କ କ୍ଷେତ୍ରରେ ଆରଏସଏସ ଓ ତାଲିବାନ ବିଚାରଧାରା ସମାନ ବୋଲି ସେ କହିଛନ୍ତି । ତାଲିବାନ କହୁଛି ଯେ, ମହିଳାମାନେ ମନ୍ତ୍ରୀ ହେବା ପାଇଁ ଯୋଗ୍ୟ ନୁହଁନ୍ତି । ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ ମହିଳାମାନେ ଘରେ ରହି ପରିବାରର ଯତ୍ନ ନେବା ଉଚିତ୍। ଏହା କଣ ସମାନ ଚିନ୍ତାଧାରା ନୁହେଁ କି? ଏନେଇ ସେ ଟ୍ୱିଟ୍ କରିଛନ୍ତି।

ଆଫଗାନିସ୍ତାନରେ "ତାଲିବାନ ସରକାର" ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦିଗବିଜୟ ସିଂ କେନ୍ଦ୍ରକୁ କହିଛନ୍ତି। ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ ମୋଦି-ଶାହା ସରକାର ବର୍ତ୍ତମାନ ତାଲିବାନ ସରକାରଙ୍କୁ ସ୍ୱୀକୃତି ଦେବେ କି ନାହିଁ । ଯେଉଁଥିରେ ଘୋଷିତ ଆତଙ୍କବାଦୀ ସଂଗଠନର ସଦସ୍ୟମାନେ ମନ୍ତ୍ରୀ ଅଛନ୍ତି ?

ଏହା ପୂର୍ବରୁ ଦିଗବିଜୟ ବୁଧବାର ଦିନ ଇନ୍ଦୋରରେ ଆୟୋଜିତ ହୋଇଥିବା ସାମ୍ପ୍ରଦାୟିକତା ସଦଭାବନା ସମ୍ମିଳନୀରେ ଭାଷଣ ଦେବା ବେଳେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କୁ ଟାର୍ଗେଟ କରିଥିଲେ । ଆରଏସଏସ ସଂଗଠନ ହିନ୍ଦୁ ମୁସଲମାନ ସମ୍ପ୍ରଦାୟକୁ ବିଭକ୍ତ କରୁଥିବା ସେ ଅଭିଯୋଗ କରିଥିଲେ। ଏ ସଂଗଠନ ମାଧ୍ୟମରେ ଭ୍ରାନ୍ତ ଧାରଣା ପ୍ରଚାର କରାଯାଉଛି ବୋଲି ସେ କହିଛନ୍ତି । ସେପଟେ, ମୋହନ ଭାଗବତଙ୍କ ମନ୍ତବ୍ୟ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଦିଗବିଜୟ ସିଂ । ଯଦି ହିନ୍ଦୁ ଏବଂ ମୁସଲମାନମାନଙ୍କର ଡିଏନ୍ଏ ଏକ । ତେବେ ଲଭ ଜିହାଦ ପ୍ରସଙ୍ଗ କାହିଁକି ଉଠାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ?

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.