ETV Bharat / bharat

ନନ୍ଦିଗ୍ରାମରେ ଦିଦିଙ୍କ ଖେଳା ଶେଷ ! ଆଉ ଗୋଟିଏ ଆସନରୁ ଭରିବେ କି ନାମାଙ୍କନ ?

author img

By

Published : Apr 1, 2021, 10:05 PM IST

Updated : Apr 1, 2021, 10:18 PM IST

ଆରୋପ ପ୍ରତ୍ୟାରୋପ ଭିତରେ ବଙ୍ଗ ମୈଦାନରେ ଦେଖିବାକୁ ମିଳିଛି ରାଜନୈତିକ ମହାସଂଗ୍ରାମ । ଏଭଳିସ୍ଥିତିରେ ପ୍ରଶ୍ନ ଉଠୁଛି ମମତାଙ୍କ ପାଦ ତଳୁ ଖସୁଛି କି ମାଟି ? ଦିଦିଙ୍କୁ ଘାରିଛି କି ନନ୍ଦିଗ୍ରାମ ଆସନରୁ ହାରିବାର ଭୟ ? ପଶ୍ଚିମବଙ୍ଗ ପଶାପାଲିରେ ବିଜେପିର ଗୋଟି ଚାଳନା ମଧ୍ୟରେ ନନ୍ଦିଗ୍ରାମରୁ ବିଜୟର ଦମ୍ଭୋକ୍ତି ଭରୁଥିବା ମମତା ଆଉ ଗୋଟିଏ ନିର୍ବାଚନୀ ମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିବା ନେଇ ରାଜ୍ୟରେ ଜୋର ଧରିଛି ଚର୍ଚ୍ଚା । ଅଧିକ ପଢନ୍ତୁ...

ନନ୍ଦିଗ୍ରାମରେ ଦିଦିଙ୍କ ଖେଳା ଶେଷ ! ଆଉ ଗୋଟିଏ ଆସନରୁ ଭରିବେ କି ନାମାଙ୍କନ?

କୋଲକାତା: ଜୋରଦାର ଟକ୍କର ମଧ୍ୟରେ ସରିଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଆରୋପ ପ୍ରତ୍ୟାରୋପ ଭିତରେ ବଙ୍ଗ ମୈଦାନରେ ଦେଖିବାକୁ ମିଳିଛି ରାଜନୈତିକ ମହାସଂଗ୍ରାମ । ଆଉ ରାଜ୍ୟର ହଟ୍‌ସିଟ ନନ୍ଦିଗ୍ରାମରେ ହୋଇଛି ହେଭିୱେଟଙ୍କ ହାଇଭୋଲଟେଜ୍ ମୁକାବିଲା ।

ରାଜ୍ୟରେ 80 ପ୍ରତିଶତରୁ ଊର୍ଦ୍ଧ୍ୱ ମତଦାନ ରେକର୍ଡ ସହିତ ରାଜନୈତିକ ହିଂସାର ମଧ୍ୟ ସାକ୍ଷୀ ରହିଛି ପଶ୍ଚିମବଙ୍ଗ । ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ସାରା ଦେଶର ଫୋକସରେ ରହିଥିଲା ବହୁ ଚର୍ଚ୍ଚିତ ନନ୍ଦିଗ୍ରାମ ବିଧାନସଭା ଆସନ । କାରଣ ତୃଣମୂଳ କଂଗ୍ରେସ ସହିତ ବିଦ୍ରୋହ କରି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ ଏହି ଆସନରୁ ନିର୍ବାଚନ ଲଢିଥିବା ବେଳେ ଅନ୍ୟପକ୍ଷେ ଶୁଭେନ୍ଦୁଙ୍କୁ ଚ୍ୟାଲେଞ୍ଜ କରି ନନ୍ଦିଗ୍ରାମ ମୈଦାନକୁ ଓହ୍ଲାଇଥିଲେ ଖୋଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଗୁରୁବାର ମତଦାନ ଅବସରରେ ଦିନସାରା ଅସ୍ଥିର ନଜର ଆସିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଘନଘନ ମତଦାନ କେନ୍ଦ୍ର ଗସ୍ତ ସହିତ ପକ୍ଷପାତିତାର ଅଭିଯୋଗ ଆଣିଥିଲେ ଦିଦି । ଏପରିକି ଗୃହମନ୍ତ୍ରୀ ନିଜେ CRPF, BSF ଏବଂ ଅନ୍ୟ ଯବାନମାନଙ୍କୁ କେବଳ ବିଜେପି ଓ ଏହାର ଗୁଣ୍ଡମାନଙ୍କୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଉଥିବା ବୟାନ ଦେଇଥିଲେ ମମତା । ଏଭଳିସ୍ଥିତିରେ ପ୍ରଶ୍ନ ଉଠୁଛି ମମତାଙ୍କ ପାଦ ତଳୁ ଖସୁଛି କି ମାଟି ? ଦିଦିଙ୍କୁ ଘାରିଛି କି ନନ୍ଦିଗ୍ରାମ ଆସନରୁ ହାରିବାର ଭୟ ? ପଶ୍ଚିମବଙ୍ଗ ପଶାପାଲିରେ ବିଜେପିର ଗୋଟି ଚାଳନା ମଧ୍ୟରେ ନନ୍ଦିଗ୍ରାମରୁ ବିଜୟର ଦମ୍ଭୋକ୍ତି ଭରୁଥିବା ମମତା ଆଉ ଗୋଟିଏ ନିର୍ବାଚନୀ ମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିବା ନେଇ ରାଜ୍ୟରେ ଜୋର ଧରିଛି ଚର୍ଚ୍ଚା ।

ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦ୍ବିତୀୟ ଆସନରୁ ନାମାଙ୍କନପତ୍ର ଭରୁଥିବା ନେଇ ଉଠାଇଛନ୍ତି ପ୍ରଶ୍ନ । ପ୍ରଧାନମନ୍ତ୍ରୀ କହିଛନ୍ତି, କିଛି ସମୟ ପୂର୍ବରୁ ନନ୍ଦିଗ୍ରାମରେ କ’ଣ ଘଟିଥିଲା ​​ଆମେ ସମସ୍ତେ ଦେଖିଥିଲୁ । ଏହା ଦର୍ଶାଏ ଯେ ମମତା ବାନାର୍ଜୀ ହାର ମାନିଛନ୍ତି । ଶେଷ ପର୍ଯ୍ୟାୟ ମତଦାନରେ ନାମାଙ୍କନ ପାଇଁ ଦିଦିଙ୍କ ପାଖରେ ସମୟ ଅଛି | ଗୁଜବରେ କେତେ ସତ୍ୟ ଅଛି ତାହା କୁହନ୍ତୁ କି ହଠାତ ଆପଣ ଅନ୍ୟ କେଉଁ ଆସନରେ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି । ଏହା ସତ କି ? ଦିଦି ପ୍ରଥମ ଥର ପାଇଁ ନନ୍ଦିଗ୍ରାମ ଯାଇଥିଲେ । ଜନସାଧାରଣ ଆପଣଙ୍କୁ ଦେଖାଇଦେଇଛନ୍ତି । ଏବେ ଅନ୍ୟ କୌଣସି ସ୍ଥାନକୁ ଯାଆନ୍ତୁ । ପଶ୍ଚିମବଙ୍ଗର ଲୋକମାନେ ପ୍ରସ୍ତୁତ ବସିଛନ୍ତି ।

ମମତା ବାନାର୍ଜୀ ନନ୍ଦିଗ୍ରାମରୁ ହାରୁଥିବା ବେଳେ ଅନ୍ୟଏକ ଆସନରୁ ନାମାଙ୍କନପତ୍ର ଦାଖଲ କରୁଥିବାର ନେଇ କଳ୍ପନା ଜଳ୍ପନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ପ୍ରଶ୍ନ ରାଜନୀତିର ତାତିକୁ ଆହୁରି ସରଗରମ କରିଦେଇଛି ।

ପଶ୍ଚିମବଙ୍ଗର ଅତୀତ ନିର୍ବାଚନଗୁଡିକ ଉପରେ ନଜର ପକାଇଲେ ଏହା ମନେହୁଏ ଯେ ତୃଣମୂଳ କଂଗ୍ରେସର ବିଜୟ ହ୍ୟାଟ୍ରିକ ଲଗାଇବାର ଦାବି ଏବେ ଓଲଟା ପଡିପାରେ । କ୍ଷମତାସୀନ ଟିଏମସି ପାଇଁ ନିର୍ବାଚନୀ ବୈତରଣୀ ପାର ହେବାର ରାସ୍ତା ଏତେ ସହଜ ମନେ ହେଉନାହିଁ ।

ଏଥରର ଚିତ୍ର 2016ର ବିଧାନସଭା ନିର୍ବାଚନରୁ ସମ୍ପୂର୍ଣ୍ଣ ଅଲଗା । ଏଥର ଚକ୍ରବ୍ୟୁହରେ ଘେରି ହୋଇଛନ୍ତି ଖୋଦ ରାଜ୍ୟର ମୁଖିଆ ମମତା ବାନାର୍ଜୀ । ସ୍ଥିତିର ଗମ୍ଭୀରତାର ଅନ୍ଦାଜ ତାଙ୍କ ବୟାନରୁ ସ୍ପଷ୍ଟ ବାରି ହେଉଛି । ସେଥିପାଇଁ ତ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ 15 ଅଣ ବିଜେପି ନେତାଙ୍କୁ ଚିଠି ଲେଖି ଏକଜୁଟ ହେବାକୁ ଅପିଲ କରିଥିଲେ ମମତା ।

ବଙ୍ଗରେ କ୍ଷମତା କେଉଁ ଆଡକୁ କଡ ଲେଉଟାଇବ ତାହା ପ୍ରାୟତଃ ମୁଖ୍ୟମନ୍ତ୍ରୀଙ୍କ ଆସନ ଉପରେ ନିର୍ଭର କରେ । ବର୍ଷ 2011 ନିର୍ବାଚନ ଏହାର ବଡ ଉଦାହରଣ । ଏହି ନିର୍ବାଚନରେ କ୍ଷମତା ହରାଇଥିଲା ବାମଦଳ । ଆଉ ସେତେବେଳେ ନିଜ ଆସନ ବଞ୍ଚାଇପାରିନଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ।

ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରେ ରହିଛି ନନ୍ଦିଗ୍ରାମ ବିଧାନସଭା ଆସନ । 2016ରେ, ନନ୍ଦିଗ୍ରାମରେ ମୋଟ 87 ପ୍ରତିଶତ ମତଦାନ ରେକର୍ଡ ହୋଇଥିଲା । 2016ରେ ତୃଣମୂଳ କଂଗ୍ରେସ କଂଗ୍ରେସର ଶୁଭେନ୍ଦୁ ଅଧିକାରୀ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(CPI)ର ଅବଦୁଲ କବୀର ସେଖଙ୍କୁ 81230 ଭୋଟ ବ୍ୟବଧାନରେ ପରାସ୍ତ କରି ଦଖଲ କରିଥିଲେ ନନ୍ଦଗ୍ରାମ । ହେଲେ ଏଥର ବଦଳିଛି ଶୁଭେନ୍ଦୁଙ୍କ ଠିକଣା । ଟିଏମସି ସହିତ ବିଦ୍ରୋହ କରି ପଦ୍ମ ଶିବିରରେ ଯୋଗ ଦେବା ପରେ ବିଜେପି ଟିକଟରୁ ଏଥର ନନ୍ଦିଗ୍ରାମରେ ନିର୍ବାଚନ ଲଢୁଛନ୍ତି ଶୁଭେନ୍ଦୁ ଅଧିକାରୀ । ଅନ୍ୟପକ୍ଷେ ଶୁଭେନ୍ଦୁଙ୍କୁ ଚ୍ୟାଲେଞ୍ଜ କରିବା ଆଳରେ ଚକ୍ରବ୍ୟୁହ ଭିତରକୁ ଲମ୍ଫପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ହେଲେ କଣ ମମତା ଏହି ଚକ୍ରବ୍ୟୁହକୁ ଭେଦ କରି ବଙ୍ଗ ମୈଦାନରେ ବାଜି ଲାଗିଥିବା ପ୍ରତିଷ୍ଠାକୁ ବଞ୍ଚାଇ ପାରିବେ ବୋଲି ପ୍ରଶ୍ନ ଉଠୁଛି ।

ନନ୍ଦିଗ୍ରାମ ବିଧାନସଭା ଆସନ ହେଉଛି ପଶ୍ଚିମବଙ୍ଗର ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ । 2016ରେ ଏହି ଆସନରୁ ବିଜୟଲାଭ କରିଥିଲା ତୃଣମୂଳ କଂଗ୍ରେସ । ଏଥର ନନ୍ଦିଗ୍ରାମ ବିଧାନସଭା ଆସନର ଫଳାଫଳ କେଉଁ ଦଳର ସପକ୍ଷରେ ରହିବ, ତାହା ଜନସାଧାରଣ ନିଷ୍ପତ୍ତି ନେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 1, 2021, 10:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.