ETV Bharat / bharat

ଡାକ୍ତରଙ୍କ ଚମତ୍କାରିତା, ଅସ୍ତ୍ରୋପ୍ରଚାର କରି ରୋଗୀ ଆଖିରୁ ବାହାର କଲେ ୬ଇଞ୍ଚର ଛୁରୀ - ମୁମ୍ବାଇ ସରକାରୀ ଡାକ୍ତରଙ୍କ ଚମତ୍କାରିତା

ମହାରାଷ୍ଟ୍ରରେ ରୋଗୀ ଆଖିରୁ ଡାକ୍ତର ବାହାର କଲେ ୬ ଇଞ୍ଚର ଛୁରୀ । ଅଧିକ ପଢନ୍ତୁ

ଦ୍ବିତୀୟ ଭଗବାନଙ୍କ ଚମତ୍କାର, ରୋଗୀ ଆଖିରୁ ଡାକ୍ତର ବାହାର କଲେ ୬ଇଞ୍ଚର ଛୁରୀ

author img

By

Published : Aug 11, 2022, 6:12 PM IST

ମୁମ୍ବାଇ : ସରକାରୀ ଡାକ୍ତରଖାନାରେ ଉତ୍ତମ ସ୍ବାସ୍ଥ୍ୟସେବା ମିଳେନି ବୋଲି ସମସ୍ତଙ୍କ ମନରେ ଧାରଣା ରହିଛି । ସେଇଥି ପାଇଁ ଅଧିକାଂଶ ଲୋକେ ଅଧିକ ଟଙ୍କା ଖର୍ଚ୍ଚନ୍ତ ହୋଇ ଘରୋଇ ହସପିଟାଲକୁ ଚିକିତ୍ସା ପାଇଁ ଯାଇଥାନ୍ତି । ସରକାରୀ ମେଡିକାଲର ଡାକ୍ତରଙ୍କ ପ୍ରତି ଥିବା ଏ ଭ୍ରାନ୍ତ ଧାରଣକୁ ଦୂର କରିଛନ୍ତି ମହାରାଷ୍ଟ୍ରର ଭାଉସାହେବ ସରକାରୀ ଡାକ୍ତରଖାନା (Bhausaheb Hire Government Hospital)ର ଚକ୍ଷୁ ବିଶେଷଜ୍ଞ ଡାକ୍ତର ମୁକରମ ଖାନ୍ । ଆଉ ସେ ପ୍ରମାଣିତ କରିଛନ୍ତି ଯେ, ସରକାରୀ ଡାକ୍ତରଖାନରେ ମିଳିପାରେ ଉତ୍ତମ ସେବା । ଏକ ରୋଗୀର ଆଖିରୁ ୬ ଇଞ୍ଚର ଛୁରୀକୁ ଅସ୍ତ୍ରୋପ୍ରଚାର ମାଧ୍ୟମରେ ବାହାର କରିଛନ୍ତି ଏ ମେଡିକାର ଚକ୍ଷୁ ବିଭାଗର ସର୍ଜନ ଟିମ୍ ।

ଘଟଣାଟି ଥିଲା ପୁରା ଏମିତି...

ଅଗଷ୍ଟ ୯ରେ ନନ୍ଦୁରବାର ଜିଲ୍ଲା( Nandurbar district)ର ୪୦ ବର୍ଷିୟ ଭିଲାନ ସୋମା ଭିଲାଓ୍ବେ ( Vilan Soma Bhilawe) । କୌଣସି ଏକ ଦୁର୍ଘଟଣାର ଶିକାର ହୋଇଥିବାରୁ ତାଙ୍କ ଆଖିରେ ପଶି ଯାଇଥିଲା ଧାରୁଆ ଛୁରୀ । ଗୁରୁତର ଅବସ୍ଥାରେ ସେ ଭାଉସାହେବ ମେଡିକାଲରେ ଭର୍ତ୍ତି ହୁଅନ୍ତି । ରୋଗୀର ଅବସ୍ଥା ଗୁରୁତର ଥିବା ଦେଖି ଅସ୍ତ୍ରୋପ୍ରଚାର ପାଇଁ କୁହନ୍ତି ଡାକ୍ତର ।

ପରେ ଅସ୍ତ୍ରୋପ୍ରଚାରକୁ ସଫଳ କରିବା ନେଇ ମେଡିକାଲର ସମସ୍ତ ଚକ୍ଷୁ ବିଶେଷଜ୍ଞଙ୍କୁ ନେଇ ବେସେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ । ଏ ଅସ୍ତ୍ରୋପ୍ରଚାରର ମୁଖ୍ୟ ସର୍ଜନ ( Dr Mukarram Khan) ଭାବେ ଦାୟିତ୍ବ ନିଅନ୍ତି ଡାକ୍ତର ମୁକରମ ଖାନ୍ । ପରେ ଆରମ୍ଭ ହୋଇଥିଲା ଅସ୍ତ୍ରୋପ୍ରଚାର । ରୋଗୀର କୌଣସି ସମ୍ବେଦନଶୀଳ ଅଙ୍ଗକୁ କ୍ଷତି ନ ପହଞ୍ଚାଇ ଆଖିରୁ ୬ ଇଞ୍ଚର ଛୁରୀକୁ ବାହାର କରିବା ଡାକ୍ତରୀ ଟିମ ପାଇଁ ଏକ ଚ୍ୟାଲେଞ୍ଚ ଥିଲା । ତେବ ଟିମ୍ ର ଉଦ୍ୟମ କ୍ରମେ ଅସ୍ତ୍ରୋପ୍ରଚାପ ସଫଳ ହୋଇଥିଲା । ପରେ ଅସ୍ତ୍ରୋପ୍ରଚାର ପରେ ଡିସଚାର୍ଜ ହୋଇଛନ୍ତି ଭିଲାନ୍ । ଏବେ ସେ ସମ୍ପୁର୍ଣ୍ଣ ସୁସ୍ଥ ଥିବା ଜଣା ପଡିଛି । ସେପେଟେ ସଫଳ ଅସ୍ତ୍ରୋପ୍ରଚାର କରାଇଥିବା ଡାକ୍ତର ମୁକରମ ଖାନ୍ ଙ୍କ ଟିମକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.