ETV Bharat / bharat

କଂଗ୍ରେସ ସାଂସଦଙ୍କ ବିଭିନ୍ନ ଲିକର ଫାର୍ମରୁ କୋଟି କୋଟି ଟଙ୍କା ଜବତ: ନଡ୍ଡା କହିଲେ ରାହୁଲଙ୍କୁ ମଧ୍ୟ ଦେବାକୁ ପଡିବ ଉତ୍ତର

Nadda on I-T Raids: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସହ ଜଡିତ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡର ଏକାଧିକ ଠିକଣାରେ ଆୟକର ରେଡ । ପ୍ରାୟ ସାଢେ 3 ଶହ କୋଟି ନଗଦ ଟଙ୍କା ଜବତ ପରେ କଂଗ୍ରେସକୁ ବିଜେପିର ଟାର୍ଗେଟ । ନଡ୍ଡା କହିଲେ, ରାହୁଲଙ୍କ ଦେବାକୁ ପଡିବ ଉତ୍ତର । ଅଧିକ ପଢନ୍ତୁ

କଂଗ୍ରେସ ସାଂସଦଙ୍କ ଘରୁ 2ଶହ କୋଟି ଜବତ ମାମଲା: ନଡ୍ଡା କହିଲେ ରାହୁଲଙ୍କୁ ଦେବାକୁ ହେବ ଉତ୍ତର

author img

By ETV Bharat Odisha Team

Published : Dec 10, 2023, 9:21 PM IST

ନୂଆଦିଲ୍ଲୀ: ଝାଡଖଣ୍ଡରୁ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସହ ଜଡିତ ଲିକର ଫାର୍ମ ‘ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ’ ଓଡିଶା ସମେତ ଏକାଧିକ ରାଜ୍ୟରେ ଥିବା ଠିକଣାରୁ ଆଶ୍ଚର୍ଯ୍ୟଜନକ ଭାବେ ପ୍ରାୟ ସାଢେ 3 ଶହ କୋଟିରୁ ଅଧିକ ଟଙ୍କା ଜବତ ହେବା ପରେ ବିଜେପି ସିଧା କଂଗ୍ରେସକୁ ଟାର୍ଗେଟ କରିଛି । ଆଜି ଏହି ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା କଂଗ୍ରେସ ଓ ଦଳର ଚର୍ଚ୍ଚିତ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ଏଥିପାଇଁ କଂଗ୍ରେସ ନେତାଙ୍କ ସମେତ ରାହୁଲ ଗାନ୍ଧୀଙ୍କୁ ଉତ୍ତର ଦେବାକୁ ପଡିବ ବୋଲି ନଡ୍ଡା କହିଛନ୍ତି । ଏ ନୂଆ ଭାରତ । ଆଇନ ଠାରୁ କେହି ବର୍ତ୍ତି ପାରିବେନାହିଁ । ଜନତାଙ୍କ ଠାରୁ ଲୁଟାଯାଇଥିବା ଟଙ୍କାର ପାଇ ପାଇ ହିସାବ ଦେବାକୁ ହେବ ବୋଲି ନଡ୍ଡା କହିଛନ୍ତି ।

  • बंधु जवाब तो देना पड़ेगा, तुमको भी और तुम्हारे नेता राहुल गांधी को भी। ये नया भारत है, यहाँ पर राजपरिवार के नाम पर जनता का शोषण नहीं करने दिया जाएगा।भागते भागते थक जाओगे, लेकिन क़ानून पीछा नहीं छोड़ेगा।

    अगर कांग्रेस भ्रष्टाचार की गारंटी है तो मोदी जी भ्रष्टाचार पर कार्यवाही की… pic.twitter.com/4WtnUoXs88

    — Jagat Prakash Nadda (@JPNadda) December 10, 2023 " class="align-text-top noRightClick twitterSection" data=" ">

ଗଣମାଧ୍ୟମରେ ଏହି ସମ୍ପର୍କିତ ରିପୋର୍ଟର କିଛି ଫଟୋ ସେୟାର ସହ ନଡ୍ଡା ଟ୍ବିଟ କରି କଂଗ୍ରେସ ଓ ରାହୁଲଙ୍କ ଉପରେ ବର୍ଷିଛନ୍ତି । ନଡ୍ଡା କହିଛନ୍ତି,‘‘ବନ୍ଧୁ ଉତ୍ତର ଦେବାକୁ ପଡିବ । ତୁମକୁ ଓ ତୁମ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ । ନୂଆ ଭାରତରେ ରାଜ ପରିବାର ମନମାନୀ ଚାଲିବ ନାହିଁ । ଜନତାଙ୍କ ଅର୍ଥ ଶୋଷଣ କରିବାକୁ ଦିଆଯିବ ନାହିଁ । ଧାଇଁ ଧାଇଁ ଥକିଯିବ, କିନ୍ତୁ ଆଇନ ତୁମ ପିଚ୍ଛା ଛାଡିବନାହିଁ । ଯଦି କଂଗ୍ରେସ ଭ୍ରଷ୍ଟାଚାର ଗ୍ୟାରେଣ୍ଟି ଦେଉଛି, ତେବେ ମୋଦିଜୀ ମଧ୍ୟ ଭ୍ରଷ୍ଟାଚାର ଉପରେ କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି ଦେଉଛନ୍ତି । ଜନତାଙ୍କ ଠାରୁ ଲୁଟିଥିବା ଟଙ୍କାର ପାଇ ପାଇର ହିସାବ ଦେବାକୁ ହେବ ।’’ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ନିଜେ ମଧ୍ୟ ଏହି ପ୍ରସଙ୍ଗରେ ଟ୍ବିଟ କରିଥିଲେ । ଜନତାଙ୍କ ଠାରୁ ଲୁଟାଯାଇଥିବା ଟଙ୍କାର ପାଇ ପାଇ ହିସାବ ଦେବାକୁ ହେବ, ଏହା ମୋଦି ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ ଲେଖିଥିଲେ ।

  • सांसद धीरज साहू के बिज़नेस से भारतीय राष्ट्रीय कांग्रेस का कोई लेना-देना नहीं है। सिर्फ़ वही बता सकते हैं, और उन्हें यह स्पष्ट करना भी चाहिए, कि कैसे आयकर अधिकारियों द्वारा कथित तौर पर उनके ठिकानों से इतनी बड़ी मात्रा में कैश बरामद किया जा रहा है।

    The Indian National Congress is…

    — Jairam Ramesh (@Jairam_Ramesh) December 9, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ :- ଆଲମିରାରେ ଥାକ ଥାକ ଟଙ୍କା, ଗଣି ଗଣି ମେସିନ ଖରାପ

ସାଂସଦ ଧୀରଜ ସାହୁଙ୍କ ମାଲିକାନା ସହ ଜଡିତ ‘ବୌଦ୍ଧ ଡିଷ୍ଟିଲାରୀ ପ୍ରାଉଭେଟ ଲିମିଟେଡ ଓ ଅନ୍ୟ ଲିକର ଫାର୍ମର ଠିକଣାରେ ଓଡିଶା ସମେତ ଏକାଧିକ ସ୍ଥାନରେ ଆୟକର ବିଭାଗ ଗତ 3 ଦିନ ହେବ ଚଢାଉ ଜାରି ରଖିଛି । ଓଡିଶାର ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ, ଭୁବନେଶ୍ବର ସମେତ ପଶ୍ଚିମବଙ୍ଗର କୋଲକାତା, ଝାଡଖଣ୍ଡର ବୋକାରୋରେ ଏହି ଚଢାଉ କରାଯାଇଥିଲା । ଏକାଧିକ ଆୟକର ବିଭାଗର ଟିମ ଏହି ଚଢାଉରେ ନିୟୋଜିତ ରହିଛନ୍ତି । ବଲାଙ୍ଗୀରରେ ସର୍ବାଧିକ ଟଙ୍କା ଜବତ କରାଯାଇଛି । ଏବେ ସୁଦ୍ଧା ବିଭିନ୍ନ ସ୍ଥାନରୁ ପ୍ରାୟ 350 କୋଟିରୁ ଅଧିକ ଟଙ୍କା ଜବତ ହୋଇସାରିଲାଣି । ଗଣତି ଆଧାରରେ ଏହି ଜବତ ଟଙ୍କା ପରିମାଣ ଆହୁରି ବୃଦ୍ଧି ପାଇବା ନେଇ ଅନୁମାନ କରାଯାଉଛି । ସାଧାରଣ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଅପ୍ରତ୍ୟାଶିତ ପରିମାଣର ନଗଦ ଟଙ୍କା ଜବତ ପୁରା ଦେଶକୁ ସ୍ତବ୍ଧ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.