ETV Bharat / bharat

Slave remarks: ବଙ୍ଗ ଶିକ୍ଷାମନ୍ତ୍ରୀଙ୍କ 'ଗୁଲାମ କୂଳପତି' ମନ୍ତବ୍ୟ, ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର - ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଥିବା ରାଜ୍ୟର କିଛି କୂଳପତିଙ୍କୁ 'ଗୁଲାମ' କହିଲେ ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ବ୍ରତ୍ୟା ବାସୁ । ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 15, 2023, 9:20 PM IST

ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ବ୍ରତ୍ୟା ବାସୁଙ୍କ 'ଗୁଲାମ କୂଳପତି' ମନ୍ତବ୍ୟକୁ ନେଇ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୁକ୍ରବାର ବିଶ୍ବବିଦ୍ୟାଳୟର ୫ଜଣ କୂଳପତି କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଥିଲେ । ଏହାପରେ ଏପରି ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ବଙ୍ଗ ଶିକ୍ଷାମନ୍ତ୍ରୀ । ଏହି ୫ ଜଣ କୂଳପତିଙ୍କୁ ସେ 'ଗୁଲାମ' ବୋଲି ସମ୍ବୋଧନ କରିଥିଲେ । ଏଭଳି ମନ୍ତବ୍ୟକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଦୃଢ ନିନ୍ଦା କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଗତ ଶୁକ୍ରବାର ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାରଙ୍କୁ ଖର୍ଚ୍ଚ ସଂଶୋଧନ ପ୍ରସଙ୍ଗ ନେଇ ରାଜ୍ୟ ଶିକ୍ଷାମନ୍ତ୍ରୀ ବ୍ରତ୍ୟା ବାସୁଙ୍କ ସହିତ ଆଲୋଚନାର କାର୍ଯ୍ୟକ୍ରମ ରହିଥିଲା । ହେଲେ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ଭେଟିବା ଲାଗି ରେଜିଷ୍ଟ୍ରାରଙ୍କୁ ଅନୁମତି ଦେଇ ନ ଥିଲେ କୂଳପତି । ହେଲେ ଆଜି ବିନା ଦ୍ବିଧାରେ ସେମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି । ଏହା ଉପରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ବାସୁ ସେମାନଙ୍କୁ ଗୁଲାମଗିରି କରୁଥିବା କୂଳପତି ବୋଲି ସମ୍ବୋଧନ କରିଛନ୍ତି ।

ଏହା ବି ପଢନ୍ତୁ- Udhayanidhi Controversial Remark: ମନ୍ଦିର ପାହାଚ ଓ ଚଟାଣରେ ଷ୍ଟାଲିନ ବାପ-ପୁଅଙ୍କ ଫଟୋ ମାରିଲେ ବିଜେପି ନେତା

ଏ ନେଇ ବାସୁ ଗୁରୁବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ କରିଥିଲେ । ଟ୍ବିଟରରେ ପୋଷ୍ଟ କରି ସେ ଲେଖିଥିଲେ, "ରାଜ୍ୟ ସରକାରଙ୍କ ଅନୁଦାନ ପ୍ରାପ୍ତ ବିଶ୍ବବିଦ୍ୟାଳୟର ୫ ଜଣ ଗୁଲାମ କୂଳପତି ଆଜି କେନ୍ଦ୍ର ସରକାରଙ୍କ ଜଣେ ବିଜେପି ନେତାଙ୍କୁ ଭେଟିଥିଲେ । ଆଶା, ଏହି ସବୁକୁ କୋର୍ଟ ଦେଖୁଛନ୍ତି । ' ଏହି ପୋଷ୍ଟରେ ପଶ୍ଚିମବଙ୍ଗର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ବୋଲି ମଧ୍ୟ ସେ କହିଥିଲେ । ପୂର୍ବରୁ ବାସୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଜେମ୍ସ ବଣ୍ଡ୍‌ ଓ ଦୀପକ ଚାଟାର୍ଜୀ (କାଳ୍ପନିକ ବଙ୍ଗାଳୀ ଗୁପ୍ତଚର) ସହିତ ତୁଳନା କରିଥିଲେ ।

ଆଜି ରାଜ୍ୟ ଶିକ୍ଷା ମନ୍ତ୍ରୀ ବ୍ରତ୍ୟାଙ୍କ ଏଭଳି ମନ୍ତବ୍ୟକୁ ଦୃଢ ନିନ୍ଦା କରିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ମୁଁ ଭାବୁଥିଲି ଯେ ପଶ୍ଚିମବଙ୍ଗର ଯିଏ ଶିକ୍ଷାମନ୍ତ୍ରୀ ଅଛନ୍ତି ସେ ନିଶ୍ଚିତ ଭାବେ ଶିକ୍ଷିତ ବ୍ୟକ୍ତି ହୋଇଥିବେ ଏବଂ ହେବା ମଧ୍ୟ ଉଚିତ । ଜଣେ ଶିକ୍ଷା ମନ୍ତ୍ରୀ ଏଭଳି ଶବ୍ଦ ବ୍ୟବହାର କରିବା ଅନୁଚିତ । ଯଦି କିଛି କୁଳପତି ଏବଂ ପ୍ରିନ୍ସିପାଲ ମୋତେ ଭେଟୁଛନ୍ତି, ଆଉ ଯଦି ମୁଁ ରାଜ୍ୟ ଶିକ୍ଷା ନୀତି ଏବଂ ବଙ୍ଗଳା ଶିକ୍ଷା ନୀତି ବିଷୟରେ ଆଲୋଚନା ଏବଂ ପରାମର୍ଶ ଦିଏ, ତେବେ ଏଥିରେ କୌଣସି ଭୁଲ ନାହିଁ । ଏଠାରେ କୌଣସି ଏକଛତ୍ରବାଦୀ ଶାସନ ଚାଲିନାହିଁ। ସମସ୍ତଙ୍କର ସ୍ବାଧୀନତା ରହିଛି ।"

ସେ ଆହୁରି କହିଛନ୍ତି, " ଏଥିରେ ଆପତ୍ତି କେଉଁଠାରେ ଅଛି ? କିନ୍ତୁ ଏହି ପ୍ରସଙ୍ଗରେ ବଙ୍ଗ ଶିକ୍ଷା ମନ୍ତ୍ରୀ ଏପରି ଭାଷା ବ୍ୟବହାର କରି ବଙ୍ଗୀୟ ସଭ୍ୟତାକୁ ଅପମାନିତ କରୁଛନ୍ତି । ମୁଁ ଭାବୁନାହିଁ ଯେ ସେ ଏପରି ଶବ୍ଦ ବ୍ୟବହାର କରିବା ଉଚିତ ଥିଲା । ସମସ୍ତେ ସ୍ବାଧୀନତାର ସହିତ ସବୁକିଛି କରିପାରିବେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.