ETV Bharat / bharat

ଅଜବ ଶପଥ, ୨୨ ବର୍ଷ ହେଲା ଗାଧୋଇ ନାହାନ୍ତି ବୃଦ୍ଧ ! - ଶପଥ ପୂରଣ ପାଇଁ ଅଗାଧୁଆ ରହିବାକୁ ପଣ

ଯଦି ଜଣେ ବ୍ୟକ୍ତି ତାଙ୍କ ମନରେ କିଛି କରିବାକୁ ସ୍ଥିର କରେ, ତେବେ ତାହାକୁ ପୂରଣ କରିବା ପାଇଁ ସେ ପ୍ରତ୍ୟେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାକୁ ଚେଷ୍ଟା କରିଥାଏ । ହେଲେ ଆପଣ କେବେ ନ ଗାଧୋଇ ୨୨ ବର୍ଷ ରହିଥିବା ଶୁଣିଛନ୍ତି କି? ପଢନ୍ତୁ ସଂପୂର୍ଣ୍ଣ ଖବର

ଅଜବ ଶପଥ, ୨୨ ବର୍ଷ ହେଲା ଗାଧୋଇ ନାହାନ୍ତି ବୃଦ୍ଧ !

author img

By

Published : Jul 27, 2022, 6:46 PM IST

ପାଟନା: ଆଜି ବି ଏ ବିଶ୍ୱରେ ଏପରି କିଛି ମଣିଷ ବଞ୍ଚିଛନ୍ତି, ଯେଉଁମାନେ କି ଅବିଶ୍ୱସନୀୟ କାର୍ଯ୍ୟ କରି ସମସ୍ତକୁ ଚକିତ କରିଦେଇଥାନ୍ତି । କୁହାଯାଏ ଯେ ଯଦି ଜଣେ ବ୍ୟକ୍ତି ତାଙ୍କ ମନରେ କିଛି କରିବାକୁ ସ୍ଥିର କରେ, ତେବେ ତାହାକୁ ପୂରଣ କରିବା ପାଇଁ ସେ ପ୍ରତ୍ୟେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାକୁ ଚେଷ୍ଟା କରିଥାଏ । କିଛି ଲୋକ କେବଳ ବାଲି ଖାଇ ବଞ୍ଚୁଥିବା ବେଳେ ଆଉ କିଏ ପଥର ଖାଇ ବଞ୍ଚୁଥିବା ଆମେ ଶୁଣିଛେ । ହେଲେ ଆପଣ କେବେ ନ ଗାଧୋଇ ୨୨ ବର୍ଷ ରହିଥିବା ଶୁଣିଛନ୍ତି କି ? ତେବେ ବିହାର ମାଞ୍ଝା ବ୍ଳକର ବୈକୁଣ୍ଠ ପୁର ଗ୍ରାମର ୬୨ ବର୍ଷୀୟ ଧର୍ମ ଦେବ ରାମ (Dharm Dev Ram) ଯେ କି ଦୀର୍ଘ ୨୨ ବର୍ଷ ହେଲା ଆଦୌ ଗାଧୋଇ ନାହାନ୍ତି(Not Bathed For 22 Years In Gopalganj) । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି । ତେବେ ଏହି ବୃଦ୍ଧ ଜଣକ ନ ଗାଧୋଇ ରହିବା ପଛରେ ୩ଟି ଶପଥ ରହିଛି । ସେ ସର୍ବଦା ଭଗବାନଙ୍କ ଭକ୍ତିରେ ନିଜକୁ ଲିପ୍ତ ରଖନ୍ତି । ସେ ନେଇଥିବା ତିନୋଟି ପ୍ରତିଶୃତି ମଧ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର, ଜମି ବିବାଦ ଏବଂ ପଶୁମାନଙ୍କୁ ହତ୍ୟା କରାଯାଇଛି । ଏହି ବୃଦ୍ଧଙ୍କର ବିଶ୍ୱାସ ଅଛି ଯେ ଇଶ୍ବରଙ୍କ ପ୍ରତି ଭକ୍ତି କଲେ ତାଙ୍କର ପ୍ରତିଜ୍ଞା ନିଶ୍ଚିତ ଭାବରେ ପୂରଣ ହେବ ।

ସୂଚନା ଅନୁସାରେ, ଧର୍ମ ଦେବ ୪୦ ବର୍ଷ ବୟସରେ ଗାଧୋଇବା ବନ୍ଦ କରିଦେଲେ । ଗତ 22 ବର୍ଷ ଧରି ସେ ସ୍ନାନ ନକରି ଜୀବନ ବିତାଉଛନ୍ତି । ଘରେ ଯଦି କେହି ମରିଯାଏ, ତେବେ ମଧ୍ୟ ସେ ଗାଧାନ୍ତି ନାହିଁ । ସବୁଠାରୁ ବଡ କଥା ନିଜ ପତ୍ନୀ ଏବଂ ପୁଅ ମଧ୍ୟ ମରିଗଲେ, ତଥାପି ମଧ୍ୟ ସେ ଗାଧୋଇଲେ ନାହିଁ । ଆଶ୍ଚର୍ଯ୍ୟର କଥା ଯେ, ଏହି ବ୍ୟକ୍ତିଙ୍କୁ ବର୍ତ୍ତମାନ ସୁଦ୍ଧା କୌଣସି ରୋଗ ହୋଇନାହିଁ କିମ୍ବା ଶରୀରରେ କୌଣସି ମଇଳା ଜମି ନାହିଁ ।

ଧର୍ମଦେବ 1975 ପରଠାରୁ ବଙ୍ଗଳାର ଜଗଦଲରେ ଥିବା ଏକ କାରଖାନାରେ କାମ କରି 1978 ମସିହାରେ ବିବାହ କରିଥିଲେ । ଏହି ସମୟରେ ସେ ନିଜ ପରିବାର ସହ ଖୁବ ହସ ଖୁସିରେ ଚଳୁଥିଲେ । 1987 ମସିହାରେ ସେ ହଠାତ୍ ହୃଦୟଙ୍ଗମ କଲେ ଯେ, ଜମି ବିବାଦ, ପଶୁମାନଙ୍କୁ ହତ୍ୟା ଏବଂ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି । ଏହି ବିଷୟରେ ଆଲୋଚନା କରିବା ପାଇଁ ସେ ଗୁରୁଙ୍କ ଆଶ୍ରୟ ସ୍ଥଳକୁ ଗଲେ । ଗୁରୁ ତାଙ୍କୁ ୬ ମାସ ପରେ ତାଙ୍କର ଶିଷ୍ୟ କଲେ ଏବଂ ସେ ତାଙ୍କୁ ଭକ୍ତି ପଥ ଅନୁସରଣ କରିବାକୁ ପ୍ରେରଣା ଦେଲେ । ଏହା ପରେ ସେ ଭକ୍ତି ପଥରେ ଚାଲିବା ଆରମ୍ଭ କଲେ ଏବଂ ଭଗବାନ ରାମଙ୍କୁ ତାଙ୍କର ଆଦର୍ଶ ଭାବରେ ମାନି ଧ୍ୟାନ କରିବା ଆରମ୍ଭ କରିଥିଲେ । ଏହି ସମୟରେ ତାଙ୍କ ପତ୍ନୀ ମାୟା ଦେବୀ 2003 ମସିହାରେ ମୃତ୍ୟୁ ବରଣ କରିଥିଲେ, ତଥାପି ସେ ଗାଧୋଇ ନଥିଲେ । ଏହା ପରେ ଗତ ଜୁଲାଇ 7 ରେ ଅନ୍ୟ ଏକ ପୁଅର ମୃତ୍ୟୁ ହୋଇଥିଲା ତଥାପି ସେ ସ୍ନାନ କରିନଥିଲେ ।

ସେ କହିଛନ୍ତି ଯେ, "ମହିଳାଙ୍କ ପ୍ରତି ଅତ୍ୟାଚାର, ଜମି ବିବାଦ ଏବଂ ପଶୁ ହତ୍ୟା ଭଳି କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ମୁଁ ଗାଧୋଇବି ନାହିଁ । ଏହି ତିନୋଟି ଶପଥ କେବଳ ଇଶ୍ବରଙ୍କ ଭକ୍ତିରେ ଅବତୀର୍ଣ୍ଣ ହୋଇ ପୂରଣ ହୋଇପାରିବ ଏବଂ ମୁଁ ବିଶ୍ୱାସ କରେ ଦିନେ ଏହି ପ୍ରତିଜ୍ଞା ନିଶ୍ଚିତ ଭାବରେ ପୂରଣ ହେବ । ଭଗବାନଙ୍କ ଭକ୍ତିରେ ସବୁକିଛି ସମ୍ଭବ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.