ETV Bharat / bharat

ଫୋର୍ସ ଲ୍ୟାଣ୍ଡିଂ କଲା ପ୍ରଶିକ୍ଷଣ ବିମାନ: ପାଇଲଟ ସୁରକ୍ଷିତ, DGCAର ତଦନ୍ତ ନିର୍ଦ୍ଦେଶ

author img

By

Published : Jun 13, 2022, 10:17 PM IST

ଉତ୍ତର ପ୍ରଦେଶର ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ଉଡାଣ ଏକାଡେମୀରେ ଫୋର୍ସ ଲ୍ୟାଣ୍ଡିଂ କଲା ସିଙ୍ଗଲ ସିଟର ପ୍ରଶିକ୍ଷଣ ବିମାନ । ପ୍ରଶିକ୍ଷଣକାରୀ ପାଇଲଟ ସୁରକ୍ଷିତ । ତଦନ୍ତ ନିର୍ଦ୍ଦେଶ ଦେଲା DGCA ।

ଉତ୍ତର ପ୍ରଦେଶରେ ଖସି ପଡିଲା ପ୍ରଶିକ୍ଷଣ ବିମାନ: ପାଇଲଟ ସୁରକ୍ଷିତ, DGCA ର ତଦନ୍ତ ନିର୍ଦ୍ଦେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଏବରେଲିରେ ଥିବା ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ଉଡାଣ ଏକାଡେମୀ (IGRUA)ରେ ଏକ ପ୍ରିଶିକ୍ଷଣ ବିମାନ ଫୋର୍ସ ଲ୍ୟାଣ୍ଡିଂ କରିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲା ବେସାମରିକ ଉଡାଣ ମନ୍ତ୍ରଣାଳୟ (DGCA) । ଆଜି (ସୋମବାର) ପ୍ରଶିକ୍ଷଣ ବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଏହା ଫୋର୍ସ ଲ୍ୟାଣ୍ଡିଂ କରିବା ସହ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ଥିବା ଜଣେ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଏକାଡେମୀର ସିଙ୍ଗିଲ ସିଟର ପ୍ରଶିକ୍ଷଣ ବିମାନ (VT-FGC)ଟି ଏରୋଡ୍ରମ ଫିଲ୍ଡ ପାଚେରୀ ହଠାତ ଫୋର୍ସ ଲ୍ୟାଣ୍ଡି କରିଥିଲା । ବିମାନଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାକୁ ଉଡାଉଥିବା ପ୍ରଶିକ୍ଷଣକାରୀ ପାଇଲଟ ସାମାନ୍ୟ ଆହତ ହେବା ସହ ଅଳ୍ପକେ ବର୍ତ୍ତି ଯାଇଥିଲେ । ବିମାନ ଇଞ୍ଜିନରେ ପାଓ୍ବାର ସଞ୍ଚାଳନରେ କିଛି ତ୍ରୁଟି ଦେଖାଯାଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।

ତେବେ ଏହି ଦୁର୍ଘଟଣା ପଛରେ କ’ଣ କାରଣ ହୋଇପାରେ ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ବେସାମରିକ ଉଡାଣ ନିର୍ଦ୍ଦେଶାଳୟ ଏହି ତଦନ୍ତ ପାଇଁ ଏକ ଟିମ ଗଠନ କରିପାରେ । ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବିମାନର ଯନ୍ତ୍ରାଂଶ ମଧ୍ୟ ସଂଗ୍ରହ କରିବ । ପରେ ତଦନ୍ତ ରିପୋର୍ଟ DGCA ନିକଟରେ ଦାଖଲ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.