ETV Bharat / bharat

Air India urination row: ନିର୍ଦ୍ଦେଶାବଳୀ ଜାରି କଲା DGCA

author img

By

Published : Jan 7, 2023, 11:54 AM IST

Updated : Jan 7, 2023, 1:07 PM IST

ଏୟାର ଇଣ୍ଡିଆ ବିମାନରେ ବେପରୁଆ ଯାତ୍ରୀଙ୍କ ଅଶୋଭନୀୟ କାର୍ଯ୍ୟ ଯୋଗୁଁ ଏୟାରଲାଇନ୍ସ ପାଇଁ DGCA ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

DCGA
ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ନିକଟରେ ବିମାନରେ ଦେଖାଦେଇଥିବା ଅଶୋଭନୀୟ ଘଟଣା ପରେ ଏୟାରଲାଇନ୍ସ ଗୁଡ଼ିକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (DGCA) । ବିମାନ ଯାତ୍ରୀଙ୍କ ଅଶୋଭନୀୟ ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଗିତ୍‌ କରିଛି DGCA । ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି ଯେ, ବିମାନରେ ଯାତ୍ରୀଙ୍କ ଏଭଳି ଆଚରଣ ଓ ଦୁର୍ବ୍ୟବହାରକୁ ରୋକିବାରେ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ରୋକିବାରେ ପାଇଲଟ ଏବଂ କ୍ୟାବିନ କ୍ରୁ ସମସ୍ୟାମାନେ ବିଫଳ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Pee on Passenger: ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ ଏହି ଯୁବକ, ଗଲା ଚାକିରି

ବିମାନ ନିୟମ ଅନୁଯାୟୀ କାର୍ଯ୍ୟ କରିବାକୁ DGCA ପକ୍ଷରୁ ସମସ୍ତ ଏୟାରଲାଇନ୍ସ ମୁଖ୍ୟଙ୍କୁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି, ଯଦି କୌଣସି ଯାତ୍ରୀ ସତର୍କ କଲାପରେ ବି ସଠିକ ଆଚରଣ ନକରନ୍ତି ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ । DGCA କର୍ତ୍ତୃପକ୍ଷ ଆହୁରି ମଧ୍ୟ କହିଛନ୍ତି, ବିମାନରେ ଯାତ୍ରୀ ସୁରକ୍ଷା, ରକ୍ଷଣାବେକ୍ଷଣ ଓ ସମସ୍ତ ନିୟମକୁ ପାଳନ କରିବା ନେଇ ପାଇଲଟ ଦାୟୀ ରହିବେ । ଏହାସହ ବିମାନ ଉଡ଼ାଣ ସମୟରେ କାର୍ଯ୍ୟ ଏବଂ ନିରାପତ୍ତା ଦାୟିତ୍ବ ନେବେ । ନିକଟରେ ଘଟିଥିବା ଅଶୋଭନୀୟ କାର୍ଯ୍ୟ ବିମାନ ଯାତ୍ରା ପ୍ରତି ସମାଜରେ ଏକ ଚିତ୍ର ଦର୍ଶାଉଛି । ଯାତ୍ରୀଙ୍କୁ ନିୟନ୍ତ୍ରଣ କରିବା ପ୍ରସଙ୍ଗରେ ପାଇଲଟ,କ୍ୟାବିନ କ୍ରୁ ସଦସ୍ୟଙ୍କୁ ସଚେତନ କରିବାକୁ ଏୟାରଲାଇନ୍ସର ସମସ୍ତ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିମାନରେ କୌଣସି ଅପ୍ରିତିକର ପରିସ୍ଥିତି ଦେଖାଦେଲେ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ DGCA ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ମଝି ଆକଶରେ ପୁଣି ଲଜ୍ଜା: ମହିଳା ଯାତ୍ରୀଙ୍କ କମ୍ବଳରେ ପରିସ୍ରା କଲେ ମଦ୍ୟପ ପୁରୁଷ ଯାତ୍ରୀ

ସୂଚନା ଥାଉକି, ଗତ ଡିସେମ୍ବର 26 ତାରିଖରେ ଏୟାର ଇଣ୍ଡିଆ ବିମାନର ବିଜନେସ କ୍ଲାସରେ ଥିବା ମହିଳା ଯାତ୍ରୀଙ୍କ ଉପରେ ଜଣେ ପୁରୁଷ ଯାତ୍ରୀ ପରିସ୍ରା କରିଦେଇଥିବା ଘଟଣା ସାମ୍ନାକୁ ଆସିଥିଲା । ନ୍ୟୁୟର୍କରୁ ଦିଲ୍ଲୀ ଉଡ଼ାଣ ବେଳେ ପୁରୁଷ ଯାତ୍ରୀ ଜଣକ ଏଭଳି କାଣ୍ଡ ଘଟାଇଥିଲେ । ଶଙ୍କର ମିଶ୍ରା ନାମକ ଜଣେ ବ୍ୟକ୍ତି ପ୍ରଚୁର ମଦ୍ୟପାନ କରି ମହିଳାଙ୍କୁ ଉପରେ ପରିସ୍ରା କରିଥିଲେ । ଏହି ବ୍ୟକ୍ତିଙ୍କ ସମ୍ପର୍କରେ ଏୟାର ଇଣ୍ଡିଆ ସମସ୍ତ ତଥ୍ୟ ସାର୍ବଜନୀନ କରିବା ପରେ ତାଙ୍କୁ ନିଯୁକ୍ତି ଦିଆଯାଇଥିବା କମ୍ପାନୀରୁ ବହିଷ୍କାର କରାଯାଇଛି । ଏହାସହ ବେଙ୍ଗାଲୁରୁରୁ ତାଙ୍କୁ ଗିରଫ କରାଯାଇଛି ।

ସେହିପରି ଗତ ଡିସେମ୍ବର 6 ତାରିଖରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଥିଲା । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ମଦ୍ୟପ ଯାତ୍ରୀ ଅନ୍ୟ ଜଣେ ମହିଳା ଯାତ୍ରୀଙ୍କ କମ୍ବଳ ଉପରେ ପରିସ୍ରା କରିଥିଲେ । ତେବେ ଘଟଣା ପରେ ସମ୍ପୃକ୍ତ ମଦ୍ୟପ ଯାତ୍ରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମହିଳା ଜଣକ ଅଭିଯୋଗ କରିଥିଲେ ।

Last Updated : Jan 7, 2023, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.